ହାତୀ ପାଇଁ ପେଁକାଳି

କାମାକ୍ଷାନଗର,୯ା୧୨(ଅମଜାଦ ଖାନ)ରାତି ହେଲେ ଢାଉଁ ଢାଉଁ ବାଜୁଛି ଟିଣ। ହୁ ହୁ ହୋଇ ଜଳୁଛି ଟାୟାର ନିଆଁ। ପେଁକାଳିର ପେଁ ପାଁ ଶବ୍ଦରେ କମ୍ପୁଛି ଗାଁ ପାଖ ଧାନ ଖେତ। ହାତୀ, ବାର୍‌ହା ଆଦି ଜଙ୍ଗଲୀ ପ୍ରାଣୀଙ୍କ ମୁହଁରୁ ବର୍ଷକର ଫସଲ ବଞ୍ଚାଇବାକୁ ରାତି ଉଜାଗର ହୋଇ ଏମିତି ଉଦ୍ୟମ ଚଳାଇଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଓ କଙ୍କଡ଼ାହାଡ଼ ବ୍ଲକର ଅନେକ ଚାଷୀ। ବିଶେଷକରି ରାତିରେ ପେଁକାଳିର ବିକଟାଳ ଶବ୍ଦ ଏ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଫଳତା ଦେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, କାମାକ୍ଷାନଗର ଉପଖଣ୍ଡ ଅଧୀନ କାମାକ୍ଷାନଗର ଓ କଙ୍କଡ଼ାହାଡ଼ ବ୍ଲକର ଜଙ୍ଗଲ ନିକଟ ଗାଁଗୁଡିକରେ ଜଙ୍ଗଲୀ ପ୍ରାଣୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏବେ ଫସଲ ଅମଳ ଋତୁ ହୋଇଥିବାରୁ ବିଲରେ ପାଚିଥିବା ଧାନ ଖାଇବାକୁ ଦଳ ଦଳ ହାତୀ ଓ ବାର୍‌ହା ଖେତମୁହାଁ ହେଉଛନ୍ତି। ବନ ବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ସଫଳ ହେଉ ନ ଥିବାରୁ ବାଧ୍ୟ ହୋଇ ଚାଷୀମାନେ ବର୍ଷକର ଆହାର ରକ୍ଷା କରିବାକୁ ଜମି ନିକଟରେ ପଲା ମାରି ରାତିରେ ଜଗି ରହୁଛନ୍ତି। ହାତୀ ଓ ବାର୍‌ହା ଯେପରି ଖେତ ପାଖକୁ ନ ଆସିବେ ସେଥିପାଇଁ ଚାଷୀମାନେ ଆଣିଥିବା ଟିଣକୁ ଜୋର୍‌ରେ ବଜାଉଛନ୍ତି। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ପେଁକାଳି ଫୁଙ୍କୁଛନ୍ତି। ଟାୟାରରେ ନିଅଁା ଲଗାଇ ନିଜ ଉପସ୍ଥିତି ଜାହିର କରୁଛନ୍ତି। ଏ ସମ୍ପର୍କରେ କାମାକ୍ଷାନଗର ବ୍ଲକ ଆଳତୁମା ଗ୍ରାମର ଚାଷୀ ହିମାଦ୍ରି ଦାସ, ଗନ୍ଧୁରୁ ରାଉଳ, ପଞ୍ଚାନନ ଜେନା, ଟୁଲୁ ଜେନା, ଗୋବର୍ଦ୍ଧନ ରାଉଳ, କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣିର ଚାଷୀ ସ୍ବାଧୀନ କୁମାର ସାହୁ କହିଛନ୍ତି, ରାତି ଉଜାଗର ହୋଇ ଖେତ ନ ଜଗିଲେ ବର୍ଷକର ପରିଶ୍ରମ ବୃଥା ହୋଇଯିବ। ଧାର କରଜ କରି କରିଥିବା ଫସଲ ଉଜୁଡ଼ିଯିବ। ପରିବାର ମୁହଁରେ ଆହାର ଦେବା କଷ୍ଟକର ହୋଇପଡ଼ିବ। ତେଣୁ ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ଜଙ୍ଗଲୀ ପ୍ରାଣୀଙ୍କ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ଏପରି ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛୁ।
ଏ ସମ୍ପର୍କରେ ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ କହିଛନ୍ତି, ହାତୀ ସ୍କ୍ବାଡ୍‌ ଓ ପାଟ୍ରୋଲିଂ ଟିମ୍‌ ଦ୍ୱାରା ନିୟମିତ ଭାବରେ ପାଟ୍ରୋଲିଂ କରାଯାଉଛି। ଜିପିଏସ୍‌ ମାଧ୍ୟମରେ ଟ୍ରାକିଂ କରି ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ବାର୍‌ହା ପଲଙ୍କୁ ଘଉଡ଼ାଇବା ପାଇଁ ଗ୍ରାମ ଜଙ୍ଗଲ କମିଟି ସହାୟତାରେ ଟିମ୍‌ ଗଠନ କରାଯାଇଛି। ଏହାସତ୍ତ୍ୱେ ଯଦି ଫସଲ ନଷ୍ଟ ହେଉଥାଏ, ତା’ହେଲେ ନିୟମାନୁଯାୟୀ କ୍ଷତିପୂରଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri