ଗଣେଶ ପୂଜା ପାଇଁ ପ୍ରସ୍ତୁତି: ୩୮ ମଣ୍ଡପରେ ପୂଜାର୍ଚ୍ଚନା

ଢେଙ୍କାନାଳ ଅଫିସ, ୧୦।୮ – ଢେଙ୍କାନାଳ ସହରରେ ସେପ୍ଟେମ୍ବର ୨ରୁ ଆରମ୍ଭ ହେଉଛି ବିଘ୍ନରାଜ ଗଜାନନଙ୍କ ପୂଜା। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ ଶୁକ୍ରବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହଯୋଗ ଲୋଡ଼ିଥିଲେ। ଚଳିତବର୍ଷ ୩୮ ମଣ୍ଡପରେ ବିଘ୍ନ ବିନାଶକଙ୍କ ପୂଜା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୯ରେ ଭସାଣି ଉତ୍ସବ ରହିଛି। ମିଳିତ ଭସାଣି ଶୋଭାଯାତ୍ରାରେ ୩୩ ମେଢ଼ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି।
ପୂଜା ଉତ୍ସବକୁ ଶବ୍ଦ ପ୍ରଦୂଷଣ ମୁକ୍ତ କରିବାକୁ ଡିଜେ ସାଉଣ୍ଡ ଉପରେ କଟକଣା ଜାରି କରାଯାଇଛି। ସେହିପରି ପରିବେଶ ପ୍ରଦୂଷଣ ରୋକିବାକୁ ପ୍ଲାଷ୍ଟିକ୍‌, ଥର୍ମୋକୁଲ, ପଲିଥିନ ବ୍ୟବହାର ବର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ପୂଜା ପ୍ରତିଯୋଗିତାମୂଳକ ହେଉଥିବାରୁ ମଣ୍ଡପ, ସାଜସଜ୍ଜା, ଶାନ୍ତିଶୃଙ୍ଖଳାକୁ ନଜରରେ ରଖି ମୂଲ୍ୟାୟନ କରାଯିବ। ଏଥି ଲାଗି ବିଚାରକ କମିଟି ଗଠନ କରାଯିବ। ଲକ୍ଷ୍ମୀପୂଜାରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ଶ୍ରେଷ୍ଠ ପୂଜା କମିଟି ପୁରସ୍କୃତ ହେବେ। ପୂଜାରେ ମଦକୁ ସମ୍ପୂର୍ଣ୍ଣ ବର୍ଜନ କରାଯାଇଛି। ଭସାଣି ଉତ୍ସବର ୨୪ଘଣ୍ଟା ପୂର୍ବରୁ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏ ନେଇ କମିଟି କର୍ମକର୍ତ୍ତାମାନେ ସ୍ବତଃସ୍ଫୂର୍ତ୍ତ ଭାବେ ଶପଥ ନେଇଛନ୍ତି, ଯାହାକୁ ସ୍ବାଗତ କରିଛନ୍ତି ଜିଲାପାଳ। ଭସାଣି ଦିନ ପୂର୍ବାହ୍ନ ୮ଟା ସୁଦ୍ଧା ସମସ୍ତ ମେଢ଼ ଅସ୍ଥାନ ଛାଡ଼ି ମିନି ଷ୍ଟାଡିୟମରେ ପହଞ୍ଚତ୍ବେ। ସେଠାରେ କ୍ରମିକ ନମ୍ବର ପାଇଁ ଲଟେରି ହେବ। ତଦନୁଯାୟୀ ମେଢଗୁଡ଼ିକ ମିଳିତ ଶୋଭାଯାତ୍ରାରେ ବାହାରିବେ। ଅପରାହ୍ନ ୫ଟା ସୁଦ୍ଧା ପ୍ରଥମ ୭ଟି ମେଢ ବିସର୍ଜିତ ହେବେ। ରାତି ୭ଟା ସୁଦ୍ଧା ଭସାଣିି ସମ୍ପନ୍ନ ହେବ ବୋଲି ସ୍ଥିର କରାଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ ଜଳାଶୟରେ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପୌରସଂସ୍ଥା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ କରିବାକୁ ଜନସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି। ଯେକୌଣସି ଦୁର୍ଘଟଣାକୁ ଏଡ଼ାଇବାକୁ ଡାକ୍ତରୀ ଦଳ, ଆମ୍ବୁଲାନ୍ସ ସଜାଗ ରହିବେ ବୋଲି ସୂଚନା ଦିଆଯାଇଛି।
ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଅତିରିକ୍ତ ଏସ୍‌ପି ହରେକୃଷ୍ଣ ପ୍ରଧାନ, ମିଳିତବଜାର ଗଣେଶ ପୂଜା କମିଟିର ସଭାପତି ସୁଧାଂଶୁ କୁମାର ଦଳେଇ, ସମ୍ପାଦକ ବିଶ୍ୱନାଥ ବେହେରାଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ରହି ସୁଚିନ୍ତିତ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri