Odisha Elections 2024

ସାତଭାୟାରେ ସୃଷ୍ଟି ହୋଇଛି ନୂଆ ବେଳାଭୂମି

କେନ୍ଦ୍ରାପଡ଼ା, ୨ା୧୧ (ଜଗନ୍ନାଥ ଧଳ) ବିଶ୍ୱ ପ୍ରସିଦ୍ଧ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ଥିବା ପ୍ରଚୁର ଖାଦ୍ୟ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କୁ ଆକର୍ଷିତ କରୁଛି। ପ୍ରତିବର୍ଷ ୪ରୁ ୫ଲକ୍ଷ କଇଁଛ ଏଠାକୁ ଆସି ଅଣ୍ଡାଦାନ କରୁଛନ୍ତି। ତେବେ ଇଣ୍ଟରନ୍ୟାଶନାଲ ୟୁନିୟନ ଫର କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ୍‌)ର ରେଡ୍‌ ଡାଟା ଲିଷ୍ଟରେ ଥିବା ଏହି ଜୀବଙ୍କ ସୁରକ୍ଷା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ଲାଷ୍ଟିକ୍‌ ପ୍ରଦୂଷଣ ଯୋଗୁ ଅହେତୁକ ମାତ୍ରାରେ ଜେଲି ଫିସ ସଂଖ୍ୟା ବୃଦ୍ଧି ଘଟୁଛି। ଶୈବାଳ ଉଦ୍ୟାନ ନଷ୍ଟ ହେଉଥିବା ବେଳେ ମାଛ ବଂଶ ବିଭିନ୍ନ କାରଣରୁ କମିଯାଉଛି। ତଟକ୍ଷୟ, ବନ ବିଭାଗର ସ୍ପିଡ ବୋଟ୍‌ ଅଚଳ, ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ, ସମୁଦ୍ର ତଟରକ୍ଷା ବାହିନୀ ସହିତ ଭାବ ବିନିମୟରେ ଅଭାବରୁ ମତ୍ସ୍ୟଜୀବୀଙ୍କ ବେଆଇନ ପ୍ରବେଶ, ଗାଞ୍ଜ ଜାଲରେ ଅଲିଭ୍‌ରିଡ୍‌ଲେ କଇଁଛ ଧରାପଡିବା ଆଦି ସମସ୍ୟା ବନ ବିଭାଗର ସୁରକ୍ଷା ଦେବା କ୍ଷେତ୍ରରେ ଏକ ଚ୍ୟାଲେଞ୍ଜ ପାଲଟିଛି। ଚଳିତବର୍ଷ ସାତଭାୟାରେ ସୃଷ୍ଟି ହୋଇଥିବା ନୂଆ ବେଳାଭୂମିରେ ଅଲିଭ୍‌ରିଡ୍‌ଲେ ଆସିପାରନ୍ତି ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍‌ ଖୁସି ପ୍ରକଟ କରିଛନ୍ତି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଜଗନ୍ନାଥ ଦାସ, ଦୋଳଗୋବିନ୍ଦ ଜେନା, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, କଇଁଛ ସୁରକ୍ଷା ପାଇଁ ବୁଧବାରଠାରୁ ମେ ୩୧ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ ସାମୁଦ୍ରିକ କଟକଣା ଆରମ୍ଭ ହେଉଛି। ପ୍ରତିବର୍ଷ ୪ରୁ ୫ ଲକ୍ଷ ପର୍ଯ୍ୟନ୍ତ ଅଲିଭ୍‌ରିଡ୍‌ଲେ ଏହି ଅଞ୍ଚଳକୁ ପ୍ରଜନନ ସ୍ଥଳ ଭାବେ ବାଛିବା ବିଶ୍ୱ ପ୍ରକୃତିପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ୧୪୩୫ ବର୍ଗ କିଲୋମିଟରର ଏହି କଇଁଛଙ୍କ ଅନ୍ତୁଡ଼ିଶାଳ ବିଭିନ୍ନ କାରଣରୁ ଦୁର୍ବଳ ହେଉଥିବା ବେଳେ ଏହି ବିରଳ ଜୀବ ଆଇୟୁସିଏନ୍‌ର ରେଡ ଡାଟାବୁକ୍‌ରେ ଅଛି। ୧ହଜାର ଶାବକଙ୍କ ମଧ୍ୟରୁ ମାତ୍ର ଗୋଟିଏ ପୂର୍ଣ୍ଣବୟସ୍କ ହେଉଥିବା ଆଇୟୁସିଏନ ଦର୍ଶାଇଥିବା ବେଳେ କଇଁଛ ମୃତ୍ୟୁକୁ ନେଇ ଉଦ୍‌ବେଗର କାରଣ ସାଜିଛି। ରାଜ୍ୟ ସରକାରଙ୍କ ବନ ଓ ପରିବେଶ ବିଭାଗ ୧୯୯୭ ସେପ୍ଟେମ୍ବର ୨୭ରେ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରୁ ଅଲଗା କରି ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ୧୪୩୫ ବର୍ଗ କିମି ମଧ୍ୟରୁ ମାତ୍ର ୨୭ ବର୍ଗ କିମି ସ୍ଥଳଭାଗ। ତେବେ ଏହି ସ୍ଥଳଭାଗ ସାମୁଦ୍ରିକ ତଟକ୍ଷୟର ଶିକାର ହେଉଛି। ଗତବର୍ଷ ଅଗରନାସୀ ଦ୍ୱୀପ ସମ୍ପୂର୍ଣ୍ଣ ସମୁଦ୍ରରେ ଲୀନ ହେବା ସହ ବିଗତ ବର୍ଷଗୁଡ଼ିକରେ ନାଶୀ, ବାବୁବାଲି, ଏକକୁଳା ଆଦି ସ୍ଥାନଗୁଡ଼ିକର ଆକାର କମିଛି। ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମିକୁ ଏହି କଇଁଛ ଅନ୍ତୁଡ଼ିଶାଳ କରିବା ସମ୍ଭାବନା ଅଛି। ପ୍ରଜନନ ସ୍ଥାନ ଅଭାବ ପାଇଁ କଇଁଛଙ୍କ ଅକାଳ ମୃତ୍ୟୁ ଏବେ ସମସ୍ୟା ହୋଇଛି। ଏହି ନିଷିଦ୍ଧାଞ୍ଚଳରେ ବହୁ ସମୟରେ ବେଆଇନ ମାଛଧରା ସେମାନଙ୍କ ଜୀବନ ପ୍ରତି ବିପଦ ସାଜିଛି। ବନ ବିଭାଗ ନିକଟରେ ବେଆଇନ ଭାବେ ପ୍ରବେଶ କରୁଥିବା ଟ୍ରଲରକୁ ଧରିବା ପାଇଁ ଉପଯୁକ୍ତ ଇଞ୍ଜିନ ବିଶିଷ୍ଟ ବୋଟ୍‌ ନାହିଁ। ଜିଲାରେ ଥିବା ୩ ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ତଟ ସୁରକ୍ଷା ବାହିନୀ ସହ ସମ୍ପର୍କ ରଖିବାରେ ବହୁ ସମୟରେ ବନ ବିଭାଗ ବିଫଳ ହେଉଛି। ଏହାବ୍ୟତୀତ ପ୍ଲାଷ୍ଟିକ ପ୍ରଦୂଷଣ ବଢ଼ି ଚାଲିଛି, ଯାହା ସାମୁଦ୍ରିକ ଶୈବାଳ ଉଦ୍ୟାନକୁ ନଷ୍ଟ କରୁଛି। ଶିଳ୍ପାଞ୍ଚଳ ଓ ଚିଙ୍ଗୁଡି ଘେରିର ବର୍ଜ୍ୟବସ୍ତୁ ଓ ଜଳ ଶୈବାଳ ଉପରେ ପ୍ରଭାବ ପକାଇଛି। ଫଳରେ ଜେଲି ଫିଶ୍‌ ସଂଖ୍ୟା ବଢ଼ୁଛି। ଏହାସହ ବିଭିନ୍ନ କାରଣରୁ ପ୍ରତିବର୍ଷ ନିଷିଦ୍ଧାଞ୍ଚଳରେ ହଜାରରୁ ଅଧିକ କଇଁଛଙ୍କ ମୃତ୍ୟୁ ହେଉଛି। ସୁରକ୍ଷା ବ୍ୟବସ୍ଥା ଗହୀରମଥାରେ କାର୍ଯ୍ୟକାରୀ ହେଉ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରେଞ୍ଜର ପ୍ରଦୋଷ ମହାରଣା କହିଛନ୍ତି, ବିରଳ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। କଟକଣା ସମୟରେ ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶ ରୋକିବା ପାଇଁ କ୍ୟାମ୍ପ ସହିତ ନିରୀକ୍ଷଣକୁ ଅଧିକ ଗୁରୁତ୍ୱ ଦିଅଯାଉଛି। ଗତ କଟକଣା ସମୟରେ ବେଆଇନ ଭାବେ ପ୍ରବେଶ କରିଥିବା ବୋଟ ଓ ଟ୍ରଲରକୁ ଜବତ କରାଯାଇଥିବା ବେଳେ ୪୫୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri