ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା: ଚଳଚଞ୍ଚଳ ଶ୍ରୀକ୍ଷେତ୍ରର ମଠ ମନ୍ଦିର

ପୁରୀ ଅଫିସ, ୯ା୮: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। ଏଥିସହ ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ମଠ, ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। କେତେକ ମଠରେ ଏହା ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛିି। ଶରତ ରାସର ପୂର୍ବାଭାସ ଏହି ଝୁଲଣ ଯାତ୍ରା ହେଉଛି ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ। ଭଜନ, କୀର୍ତ୍ତନରେ ଗୁଞ୍ଜରିତ ହେବ ମଠ, ମନ୍ଦିର। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛିି। ତେବେ ମଠ, ମନ୍ଦିର ସଂସ୍କୃତିକୁ ନେଇ ସମୃଦ୍ଧ ଶ୍ରୀକ୍ଷେତ୍ର ଝୁଲଣ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛିି। ବିଭିନ୍ନ ଦେବାଳୟରେ ପ୍ରସ୍ତୁତ ହୋଇଯାଇଛି ଝୁଲଣ କୁଞ୍ଜ। କୁଞ୍ଜ ପରିସରକୁ ଜରି ଜମ୍ବୁରାରେ ଆକର୍ଷଣୀୟ ଭାବେ ସଜେଇ ଦିଆଯାଇଛିି। ଏଥିସହ ବିଭିନ୍ନ ପ୍ରକାର ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି କୁଞ୍ଜ ପରିସର। ଏହି ସୁସଜ୍ଜିତ କୁଞ୍ଜରେ ଗୋପୀମାନଙ୍କ ଗହଣରେ ରାଧାକୃଷ୍ଣ ଦୋଳିରେ ଝୁଲିବେ।
ଶ୍ରୀକ୍ଷେତ୍ରରେ ରହିଛି ଅନେକ ପୁରାତନ ମଠ। ପ୍ରାୟ ଅଧିକାଂଶ ମଠରେ ପୂଜା ପାଉଛନ୍ତି ରାଧାକୃଷ୍ଣ। ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ମୁଖର ଝୁଲଣ ଯାତ୍ରାରେ ସୁସଜ୍ଜିତ ରାଧା ଦାମୋଦରଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀ ଆସିଛନ୍ତିି। ବିଶେଷକରି ଶ୍ରୀକ୍ଷେତ୍ରରେ ଜଗନ୍ନାଥ ବଲ୍ଲଭ ମଠ, ନେବଳ ଦାସ ମଠ, ହରିଦାସ ମଠ, ଉତ୍ତରପାର୍ଶ୍ୱ ମଠ, ଜିୟର ସ୍ବାମୀ, ରାଧାବଲ୍ଲଭ ମଠ, ବଡ଼ ଓଡ଼ିଆ ପ୍ରଭୃତି ମଠରେ ବେଶ୍‌ ଆଡମ୍ବରରେ ଅନୁଷ୍ଠିତ ହେବ ଝୁଲଣ ଯାତ୍ରା। ଏହି ଉପଲକ୍ଷେ ବିଭିନ୍ନ ମଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛିି। ନେବଳ ଦାସରେ ୫ ଦିନ ଧରି ଝୁଲଣ ଅନୁଷ୍ଠିତ ହେବ। ବିଭିନ୍ନ ଦିବସରେ ରାଧାକୃଷ୍ଣ, ଲକ୍ଷ୍ମୀ ନାରାୟଣ, ଲକ୍ଷ୍ମୀନୃସିଂହ ଏବଂ ରାମ ଲକ୍ଷ୍ମଣ ସୀତା କୁଞ୍ଜରେ ଦୋଳି ଖେଳିବେ। ପ୍ରତ୍ୟହ ନିତ୍ୟ ଆଳତୀ ପରେ ପ୍ରଭୁଙ୍କ ପାଇଁ ଝୁଲଣ ଆଳତୀ କରାଯିବ। ଏଥିସହ ସ୍ବତନ୍ତ୍ର ଭୋଗ ମଧ୍ୟ ଲାଗି କରାଯିବ। ପ୍ରତ୍ୟହ ସନ୍ଧ୍ୟା ୭ଟାରୁ ରାତି ସାଢେ ୧୦ଟା ପର୍ଯ୍ୟନ୍ତ ପାଲା, ଦାସକାଠିଆ ଓ ପାରମ୍ପରିକ ଭଜନ ପରିବେଷଣ କରାଯିବ। ଏହାବ୍ୟତୀତ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

ମେ’ ୬ରେ ଓଡ଼ିଶା ଆସିବେ ମୋଦି: ଏହି ୨ ଜିଲାକୁ କରିବେ ଗସ୍ତ

ଭୁବନେଶ୍ୱର,୧।୫: ଆସନ୍ତା ନିର୍ବାଚନକୁ ନେଇ ପ୍ରଚାର ଜୋରସୋରରେ ଚାଲିଛି। କେନ୍ଦ୍ରର ଅନେକ ହେଭିଓ୍ବେଟ୍‌ ନେତା ଓଡ଼ିଶା ଗସ୍ତରେ ଆସି ପ୍ରଚାର କରୁଛନ୍ତି। ଏହି କ୍ରମରେ ପୁଣି...

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

୭ ବେଳକୁ ସାରା ରାଜ୍ୟରେ କମିବ ତାତି!

ଭୁବନେଶ୍ୱର,୧।୫: ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ତା’ ମଧ୍ୟରୁ ଦୁଇ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri