ଗଠନ ହେବ ୩ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୨୦ା୧୦(ଅନିଲ ଦାସ):ପୁରାତନ ଐତିହ୍ୟ, ସଂସ୍କୃତି, ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ତଥା ଗ୍ରନ୍ଥାଗାରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୩ଟି ନୂତନ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବେ। ସେଗୁଡ଼ିକ ହେଲା ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ, ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶାଳୟ। ଉକ୍ତ ନିର୍ଦ୍ଦେଶାଳୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଉକ୍ତ ନିର୍ଦ୍ଦେଶାଳୟ ଗଠନକୁ ଅନୁମୋଦନ କରାଯାଇଛି।
ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକ ନିଷ୍ପତ୍ତି ଅନୁଯାୟୀ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଗଠନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଦେଶର ବିଭିନ୍ନ ରାଜ୍ୟରେ ଗ୍ରନ୍ଥାଗାରଗୁଡ଼ିକର ପରିଚାଳନା ନିମିତ୍ତ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ରହିଛି। ରାଜ୍ୟ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଗଠନ ହେଲେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ବିଭିନ୍ନ ଜିଲାରେ ଥିବା ଜିଲା ଗ୍ରନ୍ଥାଗାର ଓ ବ୍ଲକସ୍ତରୀୟ ବିଭିନ୍ନ ଗ୍ରାମୀଣ ଗ୍ରନ୍ଥାଗାରଗୁଡ଼ିକର ସୁପରିଚାଳନା ହୋଇପାରିବ।
ଏହି ନୂତନ ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକ ପଦବୀ ସୃଷ୍ଟିକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ନିର୍ଦ୍ଦେଶାଳୟ ପାଇଁ ଗ୍ରନ୍ଥାଗାରିକ ସେବା ସଂବର୍ଗ ସୃଷ୍ଟି ସହିତ ସହକାରୀ ଗ୍ରନ୍ଥାଗାରିକ, ଉପଗ୍ରନ୍ଥାଗାରିକ, ସହନିର୍ଦ୍ଦେଶକ/ଗ୍ରନ୍ଥାଗାରିକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ ଗ୍ରନ୍ଥାଗାରିକ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶକ ଇତ୍ୟାଦି ପଦବୀ ସୃଷ୍ଟି କରାଯାଇଛି।
ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ସ୍ବତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ଗଠନ କରିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଓଡ଼ିଶାର ବହୁ ପୁରାତନ ମନ୍ଦିର ଓ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ଆବିଷ୍କୃତ ହୋଇସାରିଥିବା ବେଳେ ଏବେ ମଧ୍ୟ ବିଭିନ୍ନ କୀର୍ତ୍ତିରାଜି ଆବିଷ୍କୃତ ହେଉଛି। ସ୍ବତନ୍ତ୍ର ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ସ୍ଥାପନ ହେଲେ ଓଡ଼ିଶାର କୋଣ ଅନୁକୋଣରୁ ଆବିଷ୍କୃତ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ହୋଇପାରିବ। ଏହି ନୂତନ ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକ ପଦବୀ ସୃଷ୍ଟି ପାଇଁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ନିର୍ଦ୍ଦେଶାଳୟ ପାଇଁ ସହକାରୀ ସଂଗ୍ରାହକ, ସଂଗ୍ରାହକ/ସହନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ, ରାଜ୍ୟ ପ୍ରତ୍ନତତ୍ତ୍ବ ଓ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଛି। ଏହି ନିର୍ଦ୍ଦେଶାଳୟ ନିମନ୍ତେ ଏକ ସ୍ବତନ୍ତ୍ର ଯାନ୍ତ୍ରିକ ଶାଖା ମଧ୍ୟ ସୃଷ୍ଟି ହୋଇଛି। ଓଡ଼ିଶାରେ ବହୁ ପୁରାତନ ମନ୍ଦିର ତଥା ବିଭିନ୍ନ ସମୟର ପ୍ରତ୍ନତତ୍ତ୍ୱ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି ଓ ବର୍ତ୍ତମାନ ମଧ୍ୟ ବିଭିନ୍ନ କୀର୍ତ୍ତିରାଜିର ଆବିଷ୍କାର ହେବାକୁ ଅଛି। ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ନିମିତ୍ତ ଏହି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ।
ସେହିପରି ତୃତୀୟ ଐତିହ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ସ୍ବତନ୍ତ୍ର ସଂଗ୍ରହାଳୟ (ମ୍ୟୁଜିୟମ) ନିର୍ଦ୍ଦେଶାଳୟ ଗଠନ କରିବା ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ସଂଗ୍ରହାଳୟଗୁଡ଼ିକର ପରିଚାଳନା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ରହିଛି। ସେହିପରି ଓଡ଼ିଶାର ବିଭିନ୍ନ ସମୟରେ ଆବିଷ୍କୃତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ଏବଂ ଏହା ଉପରେ ଗବେଷଣା ଓ ପ୍ରଚାର ନିମିତ୍ତ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସଂଗ୍ରହାଳୟ ନିମିତ୍ତ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ନିର୍ଦ୍ଦେଶାଳୟ ନିମନ୍ତେ ନୂତନ ପଦବୀ ସୃଷ୍ଟି ପାଇଁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ନିର୍ଦ୍ଦେଶାଳୟ ସହକାରୀ ସଂଗ୍ରାହକ, ସଂଗ୍ରାହକ/ ସହ-ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ, ରାଜ୍ୟ ସଂଗ୍ରହାଳୟ ଓ ସଂଗ୍ରହାଳୟ ନିର୍ଦ୍ଦେଶକ ପଦବୀ ସୃଷ୍ଟି ହେବ। ଏହା ଦ୍ୱାରା ରାଜ୍ୟର କଳା, ଭାସ୍କର୍ଯ୍ୟ ଓ ଐତିହ୍ୟଗୁଡିକର ସୁଚାରୁରୂପେ ସଂରକ୍ଷଣ, ପରିଚାଳନା ଓ ଗବେଷଣା ସହ ଉପଯୁକ୍ତ ପ୍ରଚାର ହୋଇପାରିବ।
ଏଥିସହିତ ରାଜ୍ୟ ସରକାର ରାଜ୍ୟରେ ସାର ସଂଗ୍ରହ ଓ ଆଗୁଆ ମହଜୁଦ ପାଇଁ କର୍ପସ ପାଣ୍ଠିର ପରିମାଣ ବୃଦ୍ଧି କରିଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମ ଜରିଆରେ ରାଜ୍ୟର ମୋଟ ଆବଶ୍ୟକତାର ପ୍ରାୟ ୨୦ରୁ ୨୫ ପ୍ରତିଶତ ସାର ମହଜୁଦ କରାଯାଉଛି। ଏଥିପାଇଁ ଏହି ଦୁଇ ସଂସ୍ଥାକୁ ପ୍ରତି ବର୍ଷ ଯଥାକ୍ରମେ ୯୦ କୋଟି ଟଙ୍କା ଏବଂ ୧୦ କୋଟି ଟଙ୍କାର କର୍ପସ ପାଣ୍ଠି ବିନା ସୁଧରେ ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଛି। ରାଜ୍ୟରେ ସାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୪-୨୫ ବର୍ଷଠାରୁ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ପାଇଁ ଥିବା କର୍ପସ ପାଣ୍ଠିର ପରିମାଣ ପ୍ରତି ବର୍ଷ ୯୦ କୋଟିରୁ ୧୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସମବାୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏଥିସହିତ ଓଡ଼ିଶା କୃଷି ଶିଳ୍ପ ନିଗମ ପାଇଁ ଥିବା କର୍ପସ ପାଣ୍ଠିର ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ୍‌ ଆସନ୍ତା ୫ବର୍ଷ (୨୦୨୩-୨୪ରୁ ୨୦୨୭-୨୮) ପାଇଁ ୭୦୦ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ମଧ୍ୟ ମଞ୍ଜୁରୀ ଦେଇଛି। କର୍ପସ ପାଣ୍ଠି ବୃଦ୍ଧି ଦ୍ବାରା ରାଜ୍ୟର ସମୁଦାୟ ଆବଶ୍ୟକତାର ୫୦ ପ୍ରତିଶତ ସାର ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଜରିଆରେ ପ୍ରତି ବର୍ଷ ଆଗୁଆ ମହଜୁଦ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ସାରକୁ ରାଜ୍ୟର ଚାଷୀମାନଙ୍କୁ ଠିକ୍‌ ସମୟରେ ଏବଂ ଉପଯୁକ୍ତ ମୂଲ୍ୟରେ ପଞ୍ଜୀକୃତ ଖୁଚୁରା ବ୍ୟବସାୟୀ, ମୁଖ୍ୟତଃ ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଇପାରିବ।
ଆଗାମୀ ୫ ବର୍ଷ ପାଇଁ ସଘନ କୃଷି କାର୍ଯ୍ୟକ୍ରମ ସହିତ ବିଲୁପ୍ତପ୍ରାୟ ଫସଲର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ୪୮୧୯୪.୦୮ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।
ଏହି ଯୋଜନାକୁ ବୈଜ୍ଞାନିକ ଏବଂ ପ୍ରଗତିଶୀଳ ଉପାୟରେ କାର୍ଯ୍ୟକାରୀ କରାଯିବ। ଏହା ଡାଲି, ତୈଳବୀଜ, ଫାଇବର (କପା ଓ ଝୋଟ) ଓ ମକା ଫସଲର ଆୟତନ, ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧିରେ ସହାୟକ ହେବ। ଏହା କୃଷକ ଉତ୍ପାଦକ ସଂଗଠନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆଗ୍ରହୀ କୃଷକ ଗୋଷ୍ଠୀ ମାଧ୍ୟମରେ ଉତ୍ପାଦର ବଜାରରେ ବିକ୍ରିବଟା, ଏକକୀକରଣ, ପ୍ରାଥମିକ ପ୍ରକ୍ରିୟାକରଣ ଏବଂ ବଜାର ସଂଯୋଗୀକରଣ ଦ୍ବାରା କୃଷିକୁ ଲାଭଜନକ କରିବା ସହ କୃଷକର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାରେ ସହାୟକ ହେବ। ନୂତନ ଭାବେ କାର୍ଯ୍ୟକାରୀ କରାଯାଇଥିବା ‘ମୁଖ୍ୟମନ୍ତ୍ରୀ ମକା ମିଶନ’କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ମକାର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇବ। ଏହାକୁ ମୂଲ୍ୟଯୁକ୍ତ କରାଯିବା ସହ ବଜାରୀକରଣର ସୁବିଧା ଉପଲବ୍ଧ କରାଯାଇପାରିବ। ଏହା ଗ୍ରାମାଞ୍ଚଳରେ ରୋଜଗାର ଯୋଗାଇବା ସହ କୃଷି ଓ ସହଯୋଗୀ କ୍ଷେତ୍ରରେ ରାଜ୍ୟର କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ। ଏହାଦ୍ବାରା କୃଷି କ୍ଷେତ୍ରର ଦ୍ରୁତ ଆଧୁନିକୀରଣ ହେବ ଏବଂ କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ପଦ୍ଧତିର ବିନିଯୋଗ ହେବ। ଏଥିସହିତ କ୍ୟାବିନେଟ୍‌ ବୈଠକରେ ମୋଟ ୧୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...

ଲୋକସେବା ଭବନରେ ରିଲ୍ସ ନେଇ ଆସିବ ଗାଇଡ୍‌ଲାଇନ୍‌, ମନ୍ତ୍ରୀ କହିଲେ ସତ ଜଣାପଡ଼ିଲେ…

ଭୁବନେଶ୍ୱର,୨ା୧: ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri