୩୧ରେ ସରିଯିବ ଧାନ ସଂଗ୍ରହ ପ୍ରକ୍ରିୟା, ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ

ବରଗଡ଼,୩୦।୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩୧ତାରିଖରେ ଏହି ପ୍ରକ୍ରିୟା ଶେଷ ହୋଇଯିବ। ଅନ୍ୟପଟେ ଏବେ ମଧ୍ୟ ବରଗଡ଼ ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶତଳେ ପଡ଼ି ରହିଛି। ସେଥିମଧ୍ୟରେ ବିଭାଗୀୟ ଅବହେଳା ଯୋଗୁ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ସର୍ବାଧିକ ଧାନ ରହିଛି। ଏହି ଧାନ ବିକ୍ରି ପାଇଁ ସମ୍ପୃକ୍ତ ଚାଷୀମାନେ ଗତ ୯ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି। ଧାରଣାକୁ ବିଜେଡି, କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି ସମେତ ବିଭିନ୍ନ ଚାଷୀ ସଂଗଠନ, ସାମାଜିକ ଅନୁଷ୍ଠାନ ସମର୍ଥନ କରିଛନ୍ତି। ସେହିପରି ଚାଷୀମାନେ ପୋଷ୍ଟକାର୍ଡରେ ଏହି ସମସ୍ୟା ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଛନ୍ତି। ଏହାସତ୍ତ୍ୱେ ଏହାର କିଛି ସମାଧାନ ହୋଇପାରି ନାହିଁ। ଅନ୍ୟପଟେ ୨ଦିନ ପରେ ଖରିଫ୍‌ ଧାନ କିଣାବିକା ପ୍ରକ୍ରିୟାକୁ ରାଜ୍ୟ ସରକାର ବନ୍ଦ କରି ଦେଉଥିବାରୁ ସମ୍ପୃକ୍ତ ଚାଷୀଙ୍କ ଧାନବିକ୍ରି ଚିନ୍ତା ବଢ଼ି ଚାଲିଛି। ଏହା ସହିତ କାଳବୈଶାଖୀ ଯୋଗୁ ବିକ୍ରି ଅପେକ୍ଷା ରହିଥିବା ଧାନକୁ ସୁରକ୍ଷିତ ରଖିବା ମଧ୍ୟ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ୨୮ତାରିଖରୁ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାର ୧ଲକ୍ଷ ୬୪ହଜାର ଚାଷୀ ଧାନବିକ୍ରି ପଞ୍ଜୀକରଣ କରିଥିଲେ। କିନ୍ତୁ ୧ଲକ୍ଷ ୬୨ହଜାର ୨୨୪ ଜଣ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିଛି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୫୮ହଜାର ୯୯୪ ଜଣ ଚାଷୀ ୭୬ଲକ୍ଷ ୯୭ହଜାର ୬୦୨ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ତେବେ ସାଟେଲାଇଟ୍‌ ସର୍ଭେରେ ଭେରିଫିକେଶନ ଯୋଗୁ ଜିଲାର ୨୧୦୦ ଚାଷୀ କଟିଥିବା ସମବାୟ ମନ୍ତ୍ରୀ ସୂଚନା ଦେଇଥିଲେ। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲାର ୪୮୦୪ ଜଣ ଚାଷୀ ପଞ୍ଜୀକରଣୁ ବାଦ୍‌ ପଡ଼ିଛନ୍ତି। ଅପରପକ୍ଷେ ଜିଲାର ୧୨୦୦ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବାରୁ ଧାନବିକ୍ରି କରି ପାରି ନ ଥିବା ଖୋଦ୍‌ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ବିଧାନସଭାରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କିନ୍ତୁ ରାଜ୍ୟ ସରକାର ସେଭଳି ପଞ୍ଜୀକୃତରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ କିଣିବା ପାଇଁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇ ନାହାନ୍ତି। ଜିଲାରେ ଏଭଳି ଭାବେ ପ୍ରାୟ ୪୦ହଜାର କୁଇଣ୍ଟାଲ ଧାନ ବିକ୍ରି ହୋଇପାରି ନାହିଁ। ସେଥିମଧ୍ୟରୁ ପ୍ରାୟ ୩୦ହଜାର କୁଇଣ୍ଟାଲ ଧାନ କେବଳ ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକର ସହରାଟିକ୍ରା ମଣ୍ଡିରେ ପଡ଼ି ରହିଛି। ବିକ୍ରି ହୋଇପାରି ନ ଥିବା ଯୋଗୁ ବହୁ ପରିମାଣରେ ଧାନ ଉକ୍ତ ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହିଛି। କାଳବୈଶାଖୀ ପ୍ରଭାବରେ ଥରକୁ ଥର ଝଡ଼ବର୍ଷା ହେଉଥିବାରୁ ଚାଷୀମାନେ ତାକୁ ତାରପୋଲିନରେ ଘୋଡ଼ାଇ ରଖିଛନ୍ତି ଏବଂ ରାଜ୍ୟ ସରକାର ସହାୟକ ମୂଲ୍ୟରେ ସେହି ଧାନ କିଣିବେ ଏବଂ ସେହି ଧାନ ବିକ୍ରି ଚାଷୀମାନେ ଇନପୁଟ୍‌ ଆସିଷ୍ଟାଣ୍ଟ(ବୋନସ୍‌) ମଧ୍ୟ ପାଇବେ ବୋଲି ମନରେ ଆଶା ବାନ୍ଧିଛନ୍ତି। କିନ୍ତୁ ୨ଦିନ ପରେ ଧାନ କିଣାବିକା ପ୍ରକ୍ରିୟା ସରିଯାଉ ଥିବାରୁ ଚାଷୀମାନେ ସେଥିପ୍ରତି ସନ୍ଦିହାନରେ ଅଛନ୍ତି। ତେବେ ସେହି ଧାନସବୁ କିଣା ନ ଗଲେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?