ହାଇଦ୍ରାବାଦ, ୬।୧୦-ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ୮୧ ରନରେ ନେଦରଲାଣ୍ଡ୍ସକୁ ହରାଇ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ୪୯ ଓଭରରେ ୨୮୬ ରନକରି ଅଲ୍ଆଉଟ ହୋଇ ଯାଇଥିବାବେଳେ ନେଦରଲାଣ୍ଡ୍ସ ଇନିଂସ ୪୧ ଓଭରରେ ୨୦୫ରେ ସୀମିତ ରହିଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ଓପନର ବିକ୍ରମଜିତ ସିଂ (୫୨ ରନ, ୪ ଚୌକା, ୧ ଛକା) ଓ ମିଡିଲ ଅର୍ଡର ବ୍ୟାଟର ବାସ୍ ଡି ଲିଡ୍ (୬୭ ରନ, ୬ ଚୌକା, ୨ ଛକା)ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟରମାନେ ପାକିସ୍ତାନ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ଶେଷ ଭାଗରେ ଲୋଗାନ ଭାନ୍ ବିକ୍ ୨୮ ରନକରି ଅପରାଜିତ ରହିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ହାରିସ ରୌଫ ସର୍ବାଧିକ ୩ଟି ଓ ହାସଲ ଅଲୀ ୨ଟି ଉଇକେଟ ନେଇଥିଲେ।
ଟସ୍ ଜିତି ନେଦରଲାଣ୍ଡ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ୩୮ ରନ ମଧ୍ୟରେ ୩ଟି ଉଇକେଟ ହରାଇ ଶକ୍ତ ଝଟ୍କା ଖାଇଥିଲା। ମାତ୍ର ମହମ୍ମଦ ରିଜଓ୍ବାନ ଓ ସଉଦ ଶକିଲ ୪ର୍ଥ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଉଭୟ ୧୨୦ ରନ ଯୋଗ କରିବାପରେ ଶକିଲ ୬୮ ରନକରି ଆଉଟ ହୋଇଥିଲେ। ରିଜଓ୍ବାନ ମଧ୍ୟ ସେହି ୬୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ମହମ୍ମଦ ନଓ୍ବାଜ ୩୯, ଶଦାବ ଖାଁ ୩୨ ରନ କରିବାରୁ ପାକିସ୍ତାନ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ନେଦରଲାଣ୍ଡ୍ସ ପକ୍ଷରୁ ବାସ୍ ଡି ଲିଡ୍ ସର୍ବାଧିକ ୪ଟି, କଲିନ ଆକରମାନ ୨ଟି ଏବଂ ଆର୍ଯ୍ୟନ ଦତ୍ତ, ଲୋଗାନ ଭାନ୍ ବେକ୍ ଓ ପଲ୍ ଭାନ୍ ମିକେରେନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
Posted inHome, Home Middle, ଖେଳ View All
କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର
ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୮ା୧୨: ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?
ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...
Archives


