Posted inଜାତୀୟ

ସୁପ୍ରିମକୋର୍ଟରେ ରାମଲାଲା ଓକିଲଙ୍କ ଯୁକ୍ତି: ଆସ୍ଥା ହିଁ ଜନ୍ମସ୍ଥାନର ପ୍ରମାଣ

ନୂଆଦିଲ୍ଲୀ,୮ା୮(ପି.ଟି.): ବିବାଦୀୟ ଅଯୋଧ୍ୟା ଜମି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ। ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଅତୁଟ ବିଶ୍ୱାସ ହିଁ ଏହାର ପ୍ରମାଣ ବୋଲି ସୁପ୍ରିମକୋର୍ଟରେ ମାମଲାର ଅନ୍ୟତମ ପକ୍ଷ ‘ରାମଲାଲା ବିରାଜମାନ’ର ଓକିଲ ବୁଧବାର ଯୁକ୍ତି ବାଢ଼ିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ଅଯୋଧ୍ୟା ଜମି ବିବାଦର ଶୁଣାଣି ବେଳେ ରାମଲାଲା ପକ୍ଷର ବରିଷ୍ଠ ଆଇନଜୀବୀ କେ. ପ୍ରସାରନ୍‌ ଉପସ୍ଥିତ ହୋଇ କହିତ୍ଥଲେ, ରାମ ଜନ୍ମଭୂମି ନିଜେ ହିଁ ଭଗବାନ ରାମଙ୍କ ପରିଚୟ ପାଲଟିଛି ଏବଂ ଏହା ହିନ୍ଦୁମାନଙ୍କ ଉପାସନା ସ୍ଥଳୀରେ ପରିଣତ ହୋଇଛି। ଏହା ରାମଙ୍କ ଜନ୍ମସ୍ଥାନ। ତେବେ ଅନେକ ଶତାବ୍ଦୀ ପରେ ଏହା କିପରି ପ୍ରମାଣ ଦର୍ଶାଯାଇପାରିବ ବୋଲି ପ୍ରସାରନ୍‌ ଅଦାଲତଙ୍କୁ ପ୍ରଶ୍ନ କରିଥିଲେ।
ଶ୍ରୀରାମ ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ବାଲ୍ମୀକି ରାମାୟଣରେ ତିନିଟି ସ୍ଥାନରେ ଉଲ୍ଲେଖ ରହିଛି। ଅନ୍ୟ କୌଣସି ଧର୍ମରେ ଈଶ୍ୱରଙ୍କ ଜନ୍ମସ୍ଥାନକୁ ନେଇ ବିବାଦ କୋର୍ଟଙ୍କ ବିଚାରାଧୀନ ରହିଛି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିବାରୁ ତାହା ଅନୁଧ୍ୟାନ କରି ଜଣାଇବେ ବୋଲି ପ୍ରସାରନ୍‌ କହିଥିଲେ। ମାମଲାର ଅନ୍ୟତମ ପକ୍ଷ ନିର୍ମୋହୀ ଆଖଡ଼ା ବିବାଦୀୟ ଜମିର ପରିଚାଳନା ଏବଂ ସ୍ବତ୍ୱାଧିକାର ଦାବି କରିଆସୁଛି। ରାମଲାଲାଙ୍କ ସେବାୟତ ଥିବାରୁ ଜମି ଉକ୍ତ ସଂଗଠନ ମାଲିକାନାରେ ଥିବା ଦାବି କରିବାରୁ ଅଦାଲତ ଏ ସମ୍ପର୍କିତ ରାଜସ୍ବ ଦଲିଲ ଓ ଅନ୍ୟାନ୍ୟ ପ୍ରମାଣ ମାଗିଥିଲେ। ତେବେ ଏ ସମ୍ପର୍କିତ ସମସ୍ତ ଦସ୍ତାବିଜ୍‌ ୧୯୮୨ରେ ଡକାୟତି ହୋଇଯାଇଥିବା ଆଖଡ଼ା ପକ୍ଷରୁ କୁହାଯିବାରୁ ସେମାନେ ଉପଯୁକ୍ତ ପ୍ରସ୍ତୁତ ହୋଇ ଆସି ନ ଥିବା ପ୍ରଧାନ ବିଚାରପତି କହି ଅନ୍ୟ ପିଟିଶନର୍‌ଙ୍କ ଆବେଦନର ଶୁଣାଣି କରିଥିଲେ।
ନିର୍ମୋହୀ ଆଖଡ଼ାର ଲ’ ସୁଟ୍‌ ସୀମା ଅଧିନିୟମ, ୧୯୦୮ର ଅନୁଚ୍ଛେଦ ୪୭ ଉପରେ ଆଧାରିତ। ସିଆର୍‌ପିସିର ଧାରା ୧୪୫ ଅନୁଯାୟୀ ଏହି ସମ୍ପତ୍ତି ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଜବତ ହୋଇଥିଲା। ମାଜିଷ୍ଟ୍ରେଟଙ୍କ ଚୂଡାନ୍ତ ନିର୍ଦ୍ଦେଶନାମା ପରେ ସୀମା ଅଧିନିୟମ ଲାଗୁ ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ ମାଜିଷ୍ଟ୍ରେଟ୍‌ ଚୂଡାନ୍ତ ନିର୍ଦ୍ଦେଶନାମା ଜାରି କରି ନ ଥିବାରୁ ସୀମା ଅଧିନିୟମ ଦର୍ଶାଇ ଲ’ ସୁଟ୍‌କୁ ବାଦ୍‌ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ନିର୍ମୋହୀ ଆଖଡ଼ା ପକ୍ଷର ଓକିଲ କହିଥିଲେ। ସେବାୟତ ମନ୍ଦିର ସମ୍ପତ୍ତିର ତତ୍ତ୍ୱାବଧାରକ ହୋଇଥିବାରୁ ଏହାର ପରିଚାଳନା ଓ ସମ୍ପତ୍ତି ଉପରେ ଅଧିକାର ରହିଥିବା ସେ ଯୁକ୍ତି ଦର୍ଶାଇଥିଲେ। ୧୯୩୪ରୁ ଉକ୍ତ ସ୍ଥାନକୁ ମୁସଲମାନମାନଙ୍କ ପ୍ରବେଶ ଲାଗି ଅନୁମତି ଦିଆଯାଇ ନାହିଁ। ତେଣୁ ସମସ୍ତ ୨.୭୭ ଏକର ଜମିର ନିୟନ୍ତ୍ରଣ ଓ ପରିଚାଳନା ଦାୟିତ୍ୱ ନେବା ପାଇଁ ମଙ୍ଗଳବାର ନିର୍ମୋହୀ ଆଖଡ଼ା କୋର୍ଟରେ ଦୃଢ଼ ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri