Posted inଫୁରସତ

ଦଶ ଟଙ୍କା ପାଇ ବେଶ୍‌ ଖୁସି ଥିଲା ମୋ ରିକ୍ସା ଚାଳକ

୧୯୮୬ ମସିହାର କଥା। ଏମ୍‌.ଏ. ସରିଥାଏ। ଫଳାଫଳ ପ୍ରକାଶ ପାଇ ନ ଥାଏ ତେଣୁ ଘରେ ଥାଏ। ଫାଙ୍କା ଥାଏ। ସାମଲ ମଉସା ଯିଏ କି ଆମ ପରିବାରର ଜଣେ ଶୁଭାକାଂକ୍ଷୀ, ବାପାଙ୍କ ସହ କଥା ପ୍ରସଙ୍ଗରେ ପାଖରେ ଥିବା ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲରେ ମୁଁ ଶିକ୍ଷୟିତ୍ରୀ ଭାବରେ ଚାକିରି କରିବାର ପ୍ରସ୍ତାବ ଦେଲେ। ବାପା ହଁ କରିଦେଲେ। ବାପାଙ୍କ କଥା ରକ୍ଷାକରି ମୁଁ ସେହି ସ୍କୁଲରେ ଯୋଗଦେଲି। ମାସିକ ଦରମା ଥିଲା ତିନିଶହ ଟଙ୍କା। ପଇସାର ଆକର୍ଷଣ ମୋ ପାଇଁ ନ ଥିଲା କି ସେ ବିଦ୍ୟାଳୟ ହଷ୍ଟେଲରେ ରହିବାକୁ ବି ଭଲ ଲାଗୁ ନ ଥିଲା। କାରଣ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବାରୁ ବିଦ୍ୟାଳୟର ସେହି ଗହଳି ପରିବେଶ ମୋତେ ମୋ ପ୍ରସ୍ତୁତି ପାଇଁ ଅନୁକୂଳ ଲାଗୁ ନ ଥିଲା। ତଥାପି କାମ କରିବ ତ ଶହେ ଭାଗ ଢାଳି ହୋଇ କରିବ ବୋଲି ପିଲାବେଳୁ ଶିଖିଥିଲି, ତେଣୁ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ନିଷ୍ଠାର ସହ କରୁଥିଲି, ଯେଉଁଥିପାଇଁ ମୋତେ ନିଜ ପାଠପଢ଼ା ସକାଶେ ସମୟ ମିଳୁ ନ ଥିଲା। ରାତିରେ ପିଲାଙ୍କୁ ପଢ଼େଇବାକୁ ହେଉଥିଲା। ତେଣୁ ସମସ୍ତେ ମୋତେ ବହୁତ ଭଲ ପାଉଥିଲେ ଆଉ ମୋ କାମକୁ ଗୁରୁତ୍ୱ ଦେଉଥିଲେ। ତା’ଛଡ଼ା ମୋ ବାପାଙ୍କର ଖୁବ୍‌ ଖ୍ୟାତି ଥିଲା ଆଖପାଖ ଅଞ୍ଚଳରେ। ଲୋକମାନେ ଖୁବ୍‌ ମାନୁଥିଲେ ତାଙ୍କୁ। ମୁଁ ବାପାଙ୍କ ନାଁକୁ ବ୍ୟବହାର କରି କେବେ ନିଜର ପରିଚୟ ତିଆରି କରିବାକୁ ଚାହୁଁ ନ ଥିଲି। କିନ୍ତୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା ସେହି ମର୍ଯ୍ୟାଦା ଟିକକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିଥିଲା। ରେଭେନ୍ସାରୁ ପାଠପଢ଼ି ଆସିଥିବା ଲକ୍ଷ୍ମଣ ସାର୍‌ଙ୍କ ଝିଅ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି ମାନେ ସ୍କୁଲ ଖୁବ୍‌ ଭଲ ହୋଇଥିବ ବୋଲି ଲୋକଙ୍କର ଧାରଣା ବି ବଦଳିଗଲା। ତେଣୁ ସମସ୍ତେ ମୋତେ ଖୁବ୍‌ ଭଲ ପାଉଥିଲେ। ସେଥିପାଇଁ ଚାକିରି ଛାଡ଼ିବା କଥା କାହାକୁ ଖୋଲି କହି ପାରୁ ନ ଥିଲି। କ’ଣ କହି ଚାକିରି ଛାଡ଼ିବି ବୋଲି ବି ଭାବି ପାରୁ ନ ଥିଲି। ସେ ଯାହା ବି ହେଉ ପିଲା ଏବଂ ସହକର୍ମୀଙ୍କ ସହ ମୋର ସମୟ ଭଲରେ କଟୁଥିଲା।
ମାସ ଶେଷ ହେଲା। ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ପ୍ରଧାନଶିକ୍ଷକ ଖାମ୍‌ରେ ଦରମା ଆକାରରେ ୩ଶହ ଟଙ୍କା ବଢ଼େଇ ଦେଲେ। ପଇସା ପ୍ରତି ମୋର କେବେ ଲୋଭ ନ ଥିଲା ସତ, ହେଲେ ପ୍ରଥମ ରୋଜଗାରର ଅନୁଭବ ମୋତେ ବହୁତ ଆନନ୍ଦ ଦେଇଥିଲା। ପ୍ରଥମେ ଖାଇବା ଖର୍ଚ୍ଚ ବାବଦେ ହଷ୍ଟେଲରେ ଶହେ ଟଙ୍କା ଦେଇଦେଲି। ତା’ପରେ ଦୁଇଶହ ଟଙ୍କା ଧରି ଖୁସିରେ ଘର ଅଭିମୁଖେ ବାହାରିଲି। ହେଲେ ଘରକୁ ନ ଯାଇ ଆଗେ ବଜାରକୁ ଗଲି ଆଉ ଗୁଜୁରାଟି ମିକ୍ସଚର୍‌ରୁ ଗୋଟେ କେଜି, କିଛି ମିଠା ଓ ବାପାଙ୍କ ପାଇଁ ଓଡ଼ିଶା ହ୍ୟାଣ୍ଡଲୁମ୍‌ରୁ ଗୋଟେ ବେଡ୍‌ଶିଟ୍‌ କିଣିଲି। ଏତେ ସବୁ କିଣାକିଣି ପରେ ବି କୋଡ଼ିଏ ଟଙ୍କା ବଳିଥିଲା; ଯେଉଁଥିରୁ ୧୦ଟଙ୍କା ମୋତେ କଲେଜ ଯିବା ସମୟରେ ଯେଉଁ ରିକ୍ସାବାଲା ନେଉଥିଲା, ତା’ହାତରେ ଗୁଞ୍ଜି ଦେଲି। ସେ ଭାରି ଖୁସି ହେଲା। କାରଣ ଦେଢ଼ ଟଙ୍କା ଜାଗାରେ ସେ ଦଶ ଟଙ୍କା ପାଇଲା। ତା’ପରେ ଘରକୁ ଯାଇ ବାପାଙ୍କୁ ତାଙ୍କ ଉପହାର ଦେଲି। ସେ ଭାରି ଖୁସି ହେଲେ କାରଣ ବେଡ୍‌ଶିଟ୍‌ଟି ତାଙ୍କ ଖଟ ମାପର ଥିଲା ଆଉ ଖୁବ୍‌ ସୁନ୍ଦର ଦେଖାଯାଉଥିଲା ବୋଲି। କିନ୍ତୁ ମା’ ଏତେ ସବୁ ଖର୍ଚ୍ଚ କରି ଆସିଥିବାରୁ ବିରକ୍ତ ହେଲା। ତେବେ ସେ ଯାହା ହେଉ, ପ୍ରଥମ ରୋଜଗାରର ପୁଲକ ଲେଖୁ ଲେଖୁ ସେସବୁ ଦିନର ସ୍ମୃତି କେତେ ମଧୁର ଥିଲା ଆଜି ପୁଣିଥରେ ଅନୁଭବ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri