ନୂଆ ରୂପରେ ଲାଲଚାନ୍ଦ୍‌ ମାଷ୍ଟରକ୍ୟାଣ୍ଟିନ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୦।୯(ଅଭୟ ଦାଶ): ପୂର୍ବ ଭାରତର ବୃହତ୍ତମ ତଥା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ ଜୁଏଲର୍ସର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଆଉଟଲେଟ(ଶୋ’ରୁମ୍‌) ନୂଆ ରୂପରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହଂସ ପରିବାରର ବୟୋଜ୍ୟୋଷ୍ଠ ତଥା ଲାଲଚାନ୍ଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ଜ୍ୟୋଷ୍ଠଭ୍ରାତା ଶ୍ୟାମ ସୁନ୍ଦର ହଂସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଲାଲଚାନ୍ଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ସମେତ ଓଡ଼ିଆ ସିନେ ତାରକା କୁନା ତ୍ରିପାଠୀ, ଆକାଶ ଦାସ ନାୟକ, ଭୂମିକା ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ଗଣେଶ ଚତୁର୍ଥୀ ଅବସରରେ ଶୋ’ରୁମ୍‌ର ପଛପାର୍ଶ୍ୱରେ ପର୍ଯ୍ୟାପ୍ତ ପାର୍କିଂ ସୁବିଧା ସହ ଏକ ନୂତନ ପ୍ରବେଶ ଦ୍ୱାର ଗ୍ରାହକଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି, ଗ୍ରାହକମାନଙ୍କୁ ଶୋ’ରୁମ୍‌ରେ ସୁବିଧାଜନକ ପ୍ରବେଶ ପାଇଁ ଏହି ରୂପାନ୍ତରଣ କରାଯାଇଛି। ନୂତନ ଭାବେ ସୁସଜ୍ଜିତ ଉକ୍ତ ଶୋ’ରୁମ୍‌ ମଧ୍ୟକୁ ଗ୍ରାହକମାନେ ଉଭୟ ଦ୍ୱାର ଦେଇ ପ୍ରବେଶ କରିପାରିବେ। ଉକ୍ତ ଶୋ’ରୁମ୍‌ରେ ନିର୍ମିତ ସ୍ବତନ୍ତ୍ର ସେଲ୍‌ଫି ପଏଣ୍ଟରେ ଗ୍ରାହକମାନେ ୨୩ ଓ ୨୪ ସେପ୍ଟେମ୍ବର ଅପରାହ୍ନ ୫ଟା ରୁ ୭ଟା ପର୍ଯ୍ୟନ୍ତ ଭୂମିକା ଓ ସୂର୍ଯ୍ୟମୟୀଙ୍କ ସହ ସେଲ୍‌ଫି ନେବାର ସୁଯୋଗ ପାଇପାରିବେ। ଉଦ୍‌ଘାଟନୀ ଅବସରରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ତଥା ଐତିହାସିକ ଅଫର୍‌ ଘୋଷଣା କରାଯାଇଛି, ଯାହା ସୀମିତ ଅବଧି ପାଇଁ (ସେପ୍ଟେମ୍ବର ୧୯-୨୪ ପର୍ଯ୍ୟନ୍ତ) ଉପଲବ୍ଧ। ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କ ଯୁକ୍ତ ସୁନା ଗହଣା ଗଢ଼ାମୂଲ୍ୟ ଗ୍ରାମ୍‌ ପିଛା ଫ୍ଲାଟ୍‌ ୪୯୯ ଟଙ୍କା ରହିଛି, ସେହିପରି ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ ୫୦%, ହୀରା ମୂଲ୍ୟ ଉପରେ ଫ୍ଲାଟ ୩୦% ଏବଂ ନିର୍ଦ୍ଦିଷ୍ଟ ହାତ ଘଣ୍ଟା ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଫ୍ଲାଟ୍‌ ୨୦% ରିହାତି ଅଫର ରହିଛି, ଏହା ସହ ପ୍ରତି ୨୫ହଜାର ଟଙ୍କା ବା ତଦୂର୍ଦ୍ଧ୍ୱ କ୍ରୟ ଉପରେ ରୌପ୍ୟ ମୁଦ୍ରା ସମ୍ପୂର୍ଣ୍ଣ ମାଗଣା ପ୍ରଦାନ କରାଯାଉଛି, ସବୁଠୁ ବଡ଼ କଥା ହେଲା ଲାଲଚାନ୍ଦର ଅଫରଗୁଡ଼ିକରେ ଗ୍ରାହକମାନଙ୍କ ପାଇଁ କୌଣସି ଲୁକ୍କାୟିତ ସର୍ତ୍ତ ନାହିଁ।
ଏ ସମ୍ପର୍କରେ ଲାଲଚାନ୍ଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଲାଲଚାନ୍ଦ୍‌ ମାଷ୍ଟରକ୍ୟାଣ୍ଟିନ୍‌ ଆଉଟଲେଟର ନବ କଳେବର କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ୩୫ ବର୍ଷରୁ ଅଧିକ ସମୟ ଧରି ଗ୍ରାହକଙ୍କ ଆବଶ୍ୟକତା ପୂରଣ ସହିତ ଗୁଣାତ୍ମକ ସାମଗ୍ରୀ ପ୍ରଦାନ କରିଆସିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri