ଭଉଣୀ ଗୀତାଙ୍କ ଶେଷଦର୍ଶନ କଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ା୯: ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ଶେଷଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୀତାଙ୍କ ଭାଇ ନବୀନ ପଟ୍ଟନାୟକ। ରବିବାର ଦିଲ୍ଲୀ ଯାଇ ଭଉଣୀ ଗୀତାଙ୍କ ଶେଷ ଦର୍ଶନ କରିଛନ୍ତି।  ଭଉଣୀଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ନବୀନ କହିଛନ୍ତି।

ସୂଚନାଯୋଗ୍ୟ, ଗୀତା ମେହେଟ୍ଟାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇଥିଲା। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗୀତା ଏକାଧାରରେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ଚଳଚ୍ଚିତ୍ର ପ୍ରଯୋଜିକା ଏବଂ ସାମ୍ବାଦିକା ଥିଲେ। ସେ ଆମେରିକାର ବିଶିଷ୍ଟ ପ୍ରକାଶକ ସୋନୀ ମେହେଟ୍ଟାଙ୍କୁ ୧୯୬୫ରେ ବିବାହ କରିଥିଲେ। ୨୦୧୯ରେ ସୋନୀଙ୍କ ପରଲୋକ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି। ଗୀତା ୧୯୪୩ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟେନର କ୍ୟାମ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ଉଚ୍ଚ ଶିକ୍ଷାଲାଭ କରିଥିବା ଗୀତା ୫ଟି ପୁସ୍ତକର ରଚୟିତା। ସେଗୁଡ଼ିକ ହେଲା ‘କର୍ମ କୋଲା’, ‘ସ୍ନେକ୍‌ ଆଣ୍ଡ୍‌ ଲାଡର୍ସ’, ‘ଏ ରିଭର ସୂତ୍ର’, ‘ରାଜ୍‌’ ଏବଂ ‘ଦି ଇଣ୍ଟରନାଲ ଗଣେଶ’। ଇଂଲିଶ୍‌ରେ ଲିଖିତ ଏହି ପୁସ୍ତକଗୁଡ଼ିକ ପାଠକୀୟ ମହଲରେ ବେଶ୍‌ ଆଦୃତି ଲାଭ କରିଥିଲା। ଏହି ଉପନ୍ୟାସଗୁଡ଼ିକ ୨୧ଟି ଭାଷାରେ ଅନୁଦିତ ହୋଇ ଭାରତ ସମେତ ଆମେରିକା ଏବଂ ୟୁରୋପରେ ବେଷ୍ଟ ସେଲର ତାଲିକାରେ ସ୍ଥାନ ପାଇଥିଲା। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ପ୍ରଯୋଜିତ ୧୪ଟି ଟେଲିଭିଜନ ବୃତ୍ତଚିତ୍ର ବ୍ରିଟେନ, ୟୁରୋପ ଓ ଆମେରିକାର ବିଭିନ୍ନ ଚ୍ୟାନେଲଗୁଡ଼ିକର ପ୍ରଦର୍ଶିତ ହୋଇଥିଲା। ୧୯୭୦-୭୧ରେ ସେ ଆମେରିକୀୟ ଟେଲିଭିଜନ ନେଟ୍‌ଓ୍ବର୍କ ଏନ୍‌ବିସି ପାଇଁ ଓ୍ବାର କରସ୍‌ପେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସଂଯୋଜନାରେ ବାଂଲାଦେଶ ମୁକ୍ତି ସଂଗ୍ରାମ ଉପରେ ଆଧାରିତ ଚଳଚ୍ଚିତ୍ର ସଂକଳନ ଦେଶ ଏବଂ ବିଦେଶର ସିନେମା ହଲ୍‌ଗୁଡ଼ିକରେ ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri