ଅଦରକାରୀ ଫାଇଲ ବିକି ହଜାରେ କୋଟି ଆୟ କରିବେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୨।୯ : ରଦ୍ଦି କାଗଜରୁ କେନ୍ଦ୍ର ସରକାର ହଜାରେ କୋଟି ଟଙ୍କା ରୋଜଗାର କରିବେ। ବାସ୍ତବରେ କେନ୍ଦ୍ର ସରକାର ଆସନ୍ତା ମାସରୁ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ସରକାରୀ କାର୍ଯ୍ୟାଳୟ ସଫା କରିବା ପରେ ବାହାରୁଥିବା ଅଦରକାରୀ ଫାଇଲ କିମ୍ବା ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ବିକ୍ରୟ କରି ପ୍ରାୟ ହଜାରେ କୋଟି ଟଙ୍କା ରୋଜଗାର କରିବେ।

ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗର ସଚିବ ଭି ଶ୍ରୀନିବାସ କହିଛନ୍ତି ବିଚାରାଧୀନ ମାମଲାଗୁଡ଼ିକର ଆନୁଷ୍ଠାନିକ ସମାପ୍ତି ଏବଂ ଶୀଘ୍ର ସମାଧାନ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ସ୍ବଚ୍ଛତା ଅଭିଯାନର ସ୍ବତନ୍ତ୍ର ଅଭିଯାନ ୩.୦ ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଏହି ଅବଧି ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟ କରାଯିବ। ୧୯୮୯ ବ୍ୟାଚ ଆଇଏଏସ ଅଧିକାରୀ ଏସ ଶ୍ରୀନିବାସ କହିଛନ୍ତି ସ୍ବଚ୍ଛତା ଅଭିଯାନର ଦ୍ୱିତୀୟ ସଂସ୍କରଣ ଅତ୍ୟନ୍ତ ସଫଳ ହୋଇଛି ଏବଂ ଏହି ସମୟରେ ବର୍ଷସାରା ସମସ୍ତ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ସ୍ବଚ୍ଛତା ପ୍ରତି ସପ୍ତାହରେ ତିନି ଘଣ୍ଟା ଦିଆଯାଇଥିଲା।

ଏହି ଅଭିଯାନରେ ୧୦୦ ରୁ ଅଧିକ ନୋଡାଲ ଅଧିକାରୀଙ୍କୁ ଏହି ସ୍ବଚ୍ଛତା ଡ୍ରାଇଭ ଦାୟିତ୍ୱ ଦିଆଯାଇଛି। ସ୍ବଚ୍ଛତା ଅଭିଯାନର ଦ୍ୱିତୀୟ ସଂସ୍କରଣ ସମୟରେ ୧.୩୭ ଲକ୍ଷ ସ୍ଥାନ ସଫା କରାଯାଇଥିଲା ଏବଂ ଏହି ସମୟ ମଧ୍ୟରେ ଉତ୍ପାଦିତ ଅଳିଆରୁ ପ୍ରାୟ ୫୨୦ କୋଟି ଟଙ୍କା ରୋଜଗାର କରାଯାଇଥିଲା । ଦ୍ୱିତୀୟ ସଂସ୍କରଣ ସମୟରେ ସରକାରୀ କାର୍ଯ୍ୟାଳୟରୁ ପ୍ରାୟ ୫୦ ଲକ୍ଷ ଫାଇଲ ହଟାଯାଇଥିଲା ଏବଂ ଏହା ୧୭୨ ଲକ୍ଷ ବର୍ଗଫୁଟ ଅଫିସ ସ୍ଥାନ ମୁକ୍ତ କରିଥିଲା। ୩୧.୩୫ ଲକ୍ଷ ମାମଲା ସନାଧାନ କରାଯାଇଥିଲା। ବର୍ତ୍ତମାନ ତୃତୀୟ ସଂସ୍କରଣ ଅଧୀନରେ, ପ୍ରାୟ ହଜାରେ କୋଟି ଟଙ୍କା ମୂଲ୍ୟର ସ୍କ୍ରାପ ୩୧ ଅକ୍ଟୋବର ୨୦୨୩ ସୁଦ୍ଧା ପୁନରୁଦ୍ଧାର ହୋଇପାରିବ। ଏହା ସହିତ ୧୦୦ ଲକ୍ଷ ବର୍ଗ ଫୁଟ ଅଫିସ ସ୍ଥାନ ମୁକ୍ତ କରାଯିବାର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri