ଏଇ ଭାରତରେ

ଏବେ ବି ଭାରତରେ ବହୁ ଅଞ୍ଚଳରେ ଗମନାଗମନର ଅଭାବ ରହିଛି। ସ୍ବାସ୍ଥ୍ୟ ସେବା ସେଠାରେ ଅପହଞ୍ଚ। ରୋଗୀଟିଏ ହେଉ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ବୁହାହୋଇ ଅଣାଯାଉଛି ହସ୍ପିଟାଲକୁ। ଆମ୍ବୁଲାନ୍ସ ସେବା ବି ଉପଲବ୍ଧ ହୋଇପାରୁ ନାହିଁ। ଏଭଳି ସ୍ଥିତି ପ୍ରତିଦିନ ଖବର ପାଲଟୁଥିବା ବେଳେ ୩ ଡାକ୍ତର ବନ୍ଧୁ ଆଇସିୟୁ ସେବାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ଲାଗି ଆରମ୍ଭ କରିଛନ୍ତି ‘ମିଶନ ଆଇସିୟୁ’। ଏହି ମିଶନ ଚଳାଉଛନ୍ତି ଡା. ଅଶ୍ୱିନୀ ନାୟକ, ମନୋଜ ଶାହା ଏବଂ ଡା. ଏଡ୍‌ମଣ୍ଡ। ସେମାନେ ଗ୍ରାମାଞ୍ଚଳରେ ଆଇସିୟୁ ଯୋଗାଇଦେବା ସହ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରୁଛନ୍ତି। ଏଣୁ ଦୂରଦୂରାନ୍ତରୁ ଗମ୍ଭୀର ସ୍ଥିତିରେ ଥିବା ରୋଗୀଙ୍କୁ ଆଉ ଦୂର ସହରକୁ ଆସିବାକୁ ପଡୁନାହିଁ। ସେମାନେ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ହସ୍ପିଟାଲରେ ଏହି ବ୍ୟବସ୍ଥା ଉପଲବ୍ଧ କରାଇ ପାରୁଛନ୍ତି। ସେଠାରେ ଅଭିଜ୍ଞ ଡାକ୍ତର, ମେଡିକାଲ କିଟ୍‌ ଆଦି ବି ଯୋଗାଇ ଦିଆଯାଉଛି। ଏବେ ସୁଦ୍ଧା ତିନି ଡାକ୍ତର ବନ୍ଧୁ ୨୦ଟି ହସ୍ପିଟାଲରେ ୨୦୦ ଆଇସିୟୁ ବେଡ୍‌ କିଟ୍‌ ଯୋଗାଇ ସାରିଲେଣି। ସେମାନେ ଏକ ହସ୍ପିଟାଲରେ ୧୦-୪୦ ବେଡ୍‌ ରଖିବାର ଯୋଜନା କରିଛନ୍ତି। ରୋଗୀଙ୍କୁ ଦୁର୍ଗମ ଅଞ୍ଚଳରୁ ଆଣି ସେଠାରେ ରଖୁଛନ୍ତି ଓ ବର୍ତ୍ତମାନ ଏହି ମିଶନ ମହାରାଷ୍ଟ୍ର, କର୍ନାଟକ, ଓଡ଼ିଶା, କଶ୍ମୀର, ମଣିପୁର, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶରେ ଚାଲୁରହିଛି। ଏହାପରେ ଜଣେ ରୋଗୀ ମହିଳାଙ୍କୁ ଯେପରି ଆଇସିୟୁ ପାଇବାକୁ ୩୦ ମିନିଟ୍‌ରୁ ଅଧିକ ବାଟ ଯାତ୍ରା କରିବାକୁ ପଡ଼ିବନି, ତାହାକୁ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri