Odisha Elections 2024

ଏନ୍‌ଭିଡିଆ ସହ ଜିଓର ସହଭାଗିତା

ଭୁବନେଶ୍ୱର, ୯।୯: ଦେଶର ପ୍ରମୁଖ ଘରୋଇ ଟେଲିକମ ସଂସ୍ଥା ଜିଓ ପ୍ଲାଟଫମର୍‌ସ ଏବଂ ଏନ୍‌ଭିଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ଘୋଷଣା କରାଯାଇଛି। ବିଶେଷ କରି ଅତ୍ୟାଧୁନିକ କ୍ଲାଉଡ୍‌ଭିତ୍ତିିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଢାଞ୍ଚା ବିକାଶ କରିବା ଲାଗି ଏହି ସହଭାଗିତା ହୋଇଛି। ଏପରି କି ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବହୁତ କାମ ହେଉଥିବା ବେଳେ ଭାରତକୁ ଏହି କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢ଼ିବାରେ ଉକ୍ତ ସହଭାଗିତା ବେଶ୍‌ ସହାୟକ ହେବ। ଏ ସମ୍ପର୍କରେ ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଭାରତରେ ବିପୁଳ ପରିମାଣର ଡାଟା ବ୍ୟବହାର ହେଉଛି, କିନ୍ତୁ ଆମକୁ ଆହୁରି ଆଗକୁ ଯିବାକୁ ହେବ। ଆମେ ବର୍ତ୍ତମାନ ଜ୍ଞାନକୌଶଳ ଢାଞ୍ଚା ବିକାଶ କରୁଛୁ, ଯାହା ଦେଶର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାରେ ସହାୟକ ହେବ। ଏନ୍‌ଭିଡିଆ ସହିତ ମିଶି ଆମେ କମ୍ପ୍ୟୁଟିଂ ଓ ପ୍ରଯୁକ୍ତି ସୁପର ସେଣ୍ଟର ତିଆରି କରୁଛୁ। ଜିଓ ଆସିବା ପରେ ଡିଜିଟାଲ୍‌ କ୍ଷେତ୍ରରେ ଯେଉଁଭଳି ଲାଭ ମିଳିଥିଲା ଏହା ଜରିଆରେ ସେଭଳି ଲାଭ ମିଳିବ। ଜିଓ ଓ ଏନ୍‌ଭିଡିଆ ମିଳିତ ଭାବେ ଗୋଟିଏ ଲକ୍ଷ୍ୟ ହାସଲ କରିବା ଲାଗି ମିଳିତ ଭାବେ ଏକ ଯାତ୍ରାର ଶୁଭାରମ୍ଭ କରୁଥିବାରୁ ମୁଁ ବହୁତ ଖୁସି। ସେହିଭଳି ଏନ୍‌ଭିଡିଆର ପ୍ରତିଷ୍ଠାତା ଓ ସିଇଓ ଜେନ୍‌ସେନ୍‌ ହୁଆଙ୍ଗ କହିଛନ୍ତି, ଭାରତରେ ଅତ୍ୟାଧୁନିକ ଏଆଇ ସୁପର କମ୍ପ୍ୟୁଟର ପ୍ରସ୍ତୁତ କରିବା ଲାଗି ରିଲାଏନ୍ସ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି। ଭାରତ ପାଖରେ ବ୍ୟାପକ ଡାଟା ଓ ପ୍ରତିଭା ରହିଛି, ସବୁଠୁ ଉନ୍ନତ ଏଆଇ କମ୍ପ୍ୟୁଟିଂ ଭିତ୍ତିଭୂମି ଜରିଆରେ ରିଲାଏନ୍ସ ଏହାକୁ ନିର୍ମାଣ କରିପାରିବ। ସେହିପରି ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିର ଉପଲବ୍ଧତା ଓ ଉପଯୋଗକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ଭାରତର ବୈଷୟିକ ବିପ୍ଳବକୁ ପ୍ରୋତ୍ସାହିତ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବାର୍ଷିକ ସାଧାରଣ ବୈଠକରେ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ସବୁ ଭାରତୀୟଙ୍କ ପାଖରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଲାଭ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri