ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ନାମ ଲେଖା ପ୍ରସଙ୍ଗ: ତଥ୍ୟ, ପ୍ରମାଣ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନରେ ଶିଥିଳତା

ଖୋର୍ଦ୍ଧା,୨୮ା୮(ପ୍ରଭାତ ପାଣିଗ୍ରାହୀ): ବଲାଙ୍ଗୀର ନକଲି ସାର୍ଟିଫିକେଟ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି। ନିକଟରେ ଏହି ଘଟଣାରେ ୫ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏପରି କି ଜଣେ ନକଲି ଅଧ୍ୟାପକ ମଧ୍ୟ ଗିରଫ ହୋଇଛନ୍ତି। ହେଲେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ନକଲି ସାର୍ଟିଫିକେଟରେ ଛାତ୍ରୀଛାତ୍ର ପାଠ ପଢିବା ଏବଂ ପାସ୍‌ କରିବା ସମ୍ପର୍କରେ ଅଭିଯୋଗ ସତ୍ତ୍ୱେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏବଂ ଆୟୁଷ ନିର୍ଦ୍ଦେଶକଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉ ନାହିଁ। ଏପରି କି ଆୟୁଷ ନିର୍ଦ୍ଦେଶକଙ୍କ ହାତରେ ଏ ସମ୍ପର୍କିତ ଠୋସ୍‌ ତଥ୍ୟ ପ୍ରମାଣ ଲାଗିଥିବାବେଳେ,ଏହି କାରବାରରେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।
ପ୍ରକାଶ ଯେ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୨୦୧୬-୧୭, ୨୦୧୭-୧୮ ଏବଂ ୨୦୨୦-୨୧ ବ୍ୟାଚ୍‌ରେ ବିନା ଯୋଗ୍ୟତାରେ ବାହାର କଲେଜ(କୌଣସି ଆୟୁର୍ବେଦ କଲେଜରେ ନାମଲେଖାଇ ନ ଥିବା) ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କୁ ପାଠପଢା ସୁଯୋଗ ଦିଆଯାଇଛି। ବିନା ଏନ୍‌ଇଇଟିରେ ୨୦୧୬ରେ ଜଣେ ଛାତ୍ରୀ ପାସ୍‌ କରିଥିବାବେଳେ ୨୦୧୭ରେ ଦୁଇଜଣ ୨୦୨୩ ଜୁଲାଇରେ ହାଉସ୍‌ ସର୍ଜନ କାର୍ଯ୍ୟ ସମାପ୍ତ କରି ସାର୍ଟିଫିକେଟ ହାସଲ କରିଛନ୍ତି। ସେହିପରି ୨୦୨୦-୨୧ରେ ନାମ ଲେଖାଇଥିବା ଦୁଇ ଜଣ ଛାତ୍ରୀଛାତ୍ରଙ୍କୁ କଲେଜ ନୋଟିସ ଦେଇ ବାହାର କରିଦେଇଥିବା ଖୋଦ୍‌ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରା ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମସ୍ତ ୫ଜଣ ଛାତ୍ରୀଛାତ୍ର ଟ୍ରାନ୍ସଫର ବେସିସ୍‌ରେ ବରଗଡ଼ ଜିଲା ପାଇକମାଲ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜ ଓ ଗବେଷଣା ପ୍ରତିଷ୍ଠାନ(ଏସ୍‌ଏସ୍‌ ଏନ୍‌ ଏସି ଆଣ୍ଡ ଆର୍‌ଆଇ)ରୁ ବଦଳି ହୋଇ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ନାମ ଲେଖାଇଥିବା ନେଇ ଅଭିଯୋଗ ହୋଇଥିଲା। ଆୟୁଷ ନିର୍ଦ୍ଦେଶକଙ୍କ ଚିଠି (କ୍ରମାଙ୍କ ନଂ. ୪୮୧୩/ଡି.ଆୟୁଷ/୨୭।୬।୨୩) ଉତ୍ତରରେ କଲେଜ କର୍ତ୍ତୃପକ୍ଷ ଚିଠି ନଂ. ୧୧୮୦/୨୮।୬।୨୩ ରେ ଉପରୋକ୍ତ ଛାତ୍ରୀଛାତ୍ର ତାଙ୍କ କଲେଜର ନୁହନ୍ତି ବୋଲି କଲେଜ ଅଧ୍ୟକ୍ଷ ରିପୋର୍ଟ କରିଛନ୍ତି। ସେହିପରି କେ.ଏ.ଟି.ଏସ୍‌. ଏୱାଇ.କଲେଜ ଆଣ୍ଡ ହସ୍ପିଟାଲ, ବ୍ରହ୍ମପୁର ମଧ୍ୟ ଆୟୁଷ ନିର୍ଦ୍ଦେଶକଙ୍କ ଚିଠି (କ୍ରମାଙ୍କ ୪୮୧୪/ଡି.ଆୟୁଷ/୨୭।୬।୨୩) ଉତ୍ତରରେ କଲେଜ ଚିଠି ନଂ ୧୩୧୫/୨୭.୬.୨୩ ରେ ଏହି ଛାତ୍ରୀଛାତ୍ର ତାଙ୍କ କଲେଜର ନୁହନ୍ତି ବୋଲି କଲେଜ ଅଧ୍ୟକ୍ଷ ରିପୋର୍ଟ କରିଛନ୍ତି। ଆୟୁଷ ନିର୍ଦ୍ଦେଶକ ଗତ ଜୁନ ୨୧ରେ ଚିଠି ନଂ.୪୬୪୮ରେ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇ ଚେୟାରମ୍ୟାନଙ୍କୁ ସମ୍ପୃକ୍ତ ୫ଜଣ ଛାତ୍ରୀଛାତ୍ରଙ୍କ ଉପଯୁକ୍ତ ଡକ୍ୟୁମେଣ୍ଟ ପ୍ରଦାନ ଲାଗି ନୋଟିସ କରିଥିଲେ ସୁଦ୍ଧା ଏନେଇ କୌଣସି ଉତ୍ତର ହସ୍ତଗତ ହୋଇ ନ ଥିବା ଜଣାପଡ଼ିଛି।
ବିନା ଏନ୍‌ଇଇଟି ଆୟୁର୍ବେଦ ଡାକ୍ତରୀ ପାଠ ସମ୍ପର୍କିତ ଏକ ଖବର ‘ଧରିତ୍ର୍ରୀ’ରେ ଗତ ଜାନୁୟାରୀ ୧୦ରେ ଖବର ପ୍ରକାଶ ପାଇଥିଲା। ୧୧ତାରିଖରେ କଲେଜ ଅଧ୍ୟକ୍ଷ ଚିଠି କ୍ରମାଙ୍କ ନଂ. ୬୭/୨୩ରେ ଏକ ୯ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ୨୦୨୦-୨୧ ବ୍ୟାଚରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଦ୍ୱୟଙ୍କ ସମସ୍ତ ସାର୍ଟିଫିକେଟ ନକଲି ବୋଲି କଲେଜ ଅଧ୍ୟକ୍ଷଙ୍କୁ ରିପୋର୍ଟ କରିଥିଲେ। ପରେ କଲେଜ ଅଧ୍ୟକ୍ଷ ଅତି ଚତୁରତାର ସହ ସେହି ଦୁଇ ଛାତ୍ରୀଛାତ୍ରଙ୍କୁ ବାହାର କରିଦିଆଯାଇଥିବା ନେଇ ନୋଟିସ ବାହାର କରିଥିଲେ। ତତ୍କାଳୀନ ଆୟୁଷ ନିର୍ଦ୍ଦେଶକ କଲ୍ୟାଣ ରଥ ଗତ ମେ’ ୩ତାରିଖରେ କଲେଜ ଅଧ୍ୟକ୍ଷଙ୍କୁ ସବିଶେଷ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେବା ସହ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିଲେ। ଧରିତ୍ରୀରେ ପ୍ରକାଶିତ ଖବର ଉପରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ତପତ୍ରତା ମଧ୍ୟ ପ୍ରକାଶ ପାଇଥିଲା। ମନ୍ତ୍ରଣାଳୟ ଏସଂକ୍ରାନ୍ତରେ ନ୍ୟାଶନାଲ କମିଶନ ଫର୍‌ ଇଣ୍ଡିଆନ ସିଷ୍ଟମ୍‌ ଅଫ୍‌ ମେଡିସିନି(ଏନ୍‌ସିଆଇଏସ୍‌ଏମ୍‌) କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନୋଟିସ ଜାରି କରିଛି। ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ ଜୁନ ୧୧ତାରିଖରେ ଖୋର୍ଦ୍ଧା ଗସ୍ତରେ ଆସିଥିବାବେଳେ କେନ୍ଦ୍ର ଆୟୁଷ ଓ ମହିଳା ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ. ମୁଞ୍ଜିପାରା ମହେନ୍ଦ୍ର ଭାଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହା ସତ୍ତ୍ୱେ ବିଭାଗୀୟ ଶୀଥିଳତା ନେଇ ଗତ ଜୁଲାଇ ମାସରେ ତଥ୍ୟ ସମ୍ବଳିତ ଏକ ଅଭିଯୋଗ ଫର୍ଦ୍ଦ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଏକ ମାସ ବିତିଲାଣି। ଏହା ସତ୍ତ୍ୱେ ସ୍ବାସ୍ଥ୍ୟ ସଚିବଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଡାକ୍ତରୀପାଠ ଭଳି ଗୁୁରୁତ୍ୱର୍ପୂ୍‌ଣ୍ଣ ବିଭାଗରେ ବେଆଇନ ଭାବେ ୨୦୨୦-୨୧ ବ୍ୟାଚରେ ପାଠପଢ଼ା ସୁଯୋଗ ଦିଆଯାଉଥିବା ଏବଂ ଛାତ୍ରୀଛାତ୍ରଙ୍କଠାରୁ ବିପୁଳ ଅର୍ଥ ନେଇ ନକଲି ନିଟ୍‌ ଆପ୍ଲିକେଶନ ନମ୍ବର, ର଼୍ୟାଙ୍କ କାର୍ଡ ଓ ଓଜେଇ ଆଲଟମେଣ୍ଟ ଲେଟର, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ(ସିଏଲ୍‌ସି) ଓ ମାଇଗ୍ରେଶନ ସାର୍ଟିଫିକେଟ, କଲେଜ ଟ୍ରାନ୍ସଫର ସାର୍ଟିଫିକେଟ ବ୍ୟବସ୍ଥା କରାଯାଇ ନାମଲେଖା ସୁଯୋଗ ଦିଆଯାଇଥିବା ନେଇ ଜନୈକ ଅଭିଯୋଗକାରୀ ଆୟୁଷ ମନ୍ତ୍ରଣାଳୟ ନିକଟରେ ୨୦୨୨ରେ ଅଭିଯୋଗ କରିଥିଲେ। ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପରବର୍ତ୍ତୀ ସମୟରେ ୨୦୧୬-୧୭ ଏବଂ ୨୦୧୭-୧୮ ବ୍ୟାଚରେ ମଧ୍ୟ ଅନୁରୂପ ଭାବେ ୩ଜଣ ବିନା ଏନଇଇଟି ର଼୍ୟାଙ୍କ ଏବଂ ଓଜେଇ ଆଲର୍ଟ ନମ୍ବରରେ ନାମ ଲେଖାଇଥିବା ନେଇ ଜଣାପଡ଼ିଥିଲା। ତେବେ ଏହି ବେଆଇନ ନାମଲେଖା ପଛରେ କଲେଜଠାରୁ ଉପରସ୍ତର ପର୍ଯ୍ୟନ୍ତ ଏକାଧିକଙ୍କ ସମ୍ପୃକ୍ତି ରହିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରେ ବିଳମ୍ବ ହେବା ତଦନ୍ତର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏନେଇ ଆୟୁଷ ନିର୍ଦ୍ଦେଶକ ପ୍ରେମ୍‌ଜିତ ନାୟକଙ୍କୁ ପଚାରିବାରେ ଓଜେଇ ଚେୟାରମ୍ୟାନଙ୍କୁ ଉକ୍ତ ୫ଜଣ ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ଗତ ଜୁନ୍‌ ୨୧ରେ ରିପୋର୍ଟ ମଗାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri