ଗୋଟିଏ ଗୋଡ଼ରେ ଭତ୍ତା ପାଇଁ ଦୌଡ଼

ପରଜଙ୍ଗ, ୨୫।୮(ନିଗମାନନ୍ଦ ଦଳବେହେରା): ଜନ୍ମରୁ ଗୋଟିଏ ଗୋଡ଼ ଅଚଳ। ପ୍ରମାଣପତ୍ର କହୁଛି ୫୦% ଦିବ୍ୟାଙ୍ଗ। ନିୟମ ଅନୁଯାୟୀ ଅନେକ ସରକାରୀ ଯୋଜନାର ଲାଭ ପାଇବାକୁ ଯୋଗ୍ୟ। ହେଲେ ଅଦ୍ୟାବଧି ଦୂର ହୋଇପାରିନାହିଁ ଦୁଃଖ। ଏଭଳି ସ୍ଥିତିରେ ଗୋଟିଏ ଗୋଡ଼ରେ ୧୬ ବର୍ଷ ହେଲା ଭତ୍ତା ପାଇଁ ଦୌଡ଼ ଲଗାଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତ ବସନ୍ତପଡ଼ା ଗ୍ରାମର ୩୫ ବର୍ଷୀୟ ଯୁବକ ଦୁଷ୍ମନ୍ତ ବିଶ୍ୱାଳ (୩୫)। ତଥାପି ତାଙ୍କ ଭତ୍ତା ଅପେକ୍ଷାର ଅନ୍ତ ହେଉନାହିଁ।
ଅଭିଯୋଗ ଅନୁଯାୟୀ, ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ଦୁଷ୍ମନ୍ତଙ୍କ ଗୋଟିଏ ଗୋଡ଼ ଜନ୍ମରୁ ଅଚଳ। ୨୦୦୬ରେ ତାଙ୍କୁ ପ୍ରଦାନ କରାଯାଇଛି ଭିନ୍ନକ୍ଷମ ପ୍ରମାଣପତ୍ର, ଯେଉଁଥିରେ ସେ ୫୦% ଦିବ୍ୟାଙ୍ଗ ବୋଲି ଉଲ୍ଲେଖ ରହିଛି। ଭତ୍ତା ମଞ୍ଜୁର କରିବା ଲାଗି ମା’ ପୁଅ ଦୁହେଁ ଦୀର୍ଘ ୧୬ ବର୍ଷ ଧରି ସରକାରୀ କାର୍ଯ୍ୟାଳୟ, ପ୍ରଶାସନିକ ଅଧିକାରୀଙ୍କୁ ନେହୁରା ହୋଇ ଥକି ଯାଇଥିଲେ ମଧ୍ୟ ଦାବି ପୂରଣ ହୋଇପାରିନାହିଁ। ଫଳରେ ମା’ଙ୍କୁ ମିଳୁଥିବା ବିଧବା ଭତ୍ତା ଟଙ୍କାରେ ଦୁଇ ପ୍ରାଣୀ ବଡ଼ କଷ୍ଟରେ ଚଳୁଛନ୍ତି। ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ସରକାରୀସ୍ତରରେ ଏକାଧିକ ଯୋଜନା ହେଉଥିବାବେଳେ ଦୁଷ୍ମନ୍ତ ଏଥିରୁ ବଞ୍ଚତ୍ତ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ବିଡିଓ ମନ୍ମଥ ନାୟକ କୁହନ୍ତି, ଦୁଷ୍ମନ୍ତଙ୍କୁ ଯେଉଁ ପୁରୁଣା ପ୍ରମାଣପତ୍ର ମିଳିଛି, ତାହା ଏବେ କାମ ଦେଉନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଜିଆର୍‌ଏସ୍‌ଙ୍କୁ ପୂର୍ଣ୍ଣାଙ୍ଗ ତଥ୍ୟ ଦିଆଯିବା ଜରୁରୀ। ଏହାପରେ ଅଧିକାରୀମାନେ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରି ନୂତନ ପ୍ରମାଣପତ୍ର ଦେବା ବ୍ୟବସ୍ଥା କରିବେ। ଏହାପରେ ଦୁଷ୍ମନ୍ତଙ୍କୁ ଭତ୍ତା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri