ବଜାରରେ ଲର୍ଡସ୍‌ ଅଟୋମେଟିଭ୍‌ର ଇଭି ରେଞ୍ଜ

ଭୁବନେଶ୍ୱର,୨୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହିକିଲ (ଇଭି) ନିର୍ମାତା ତଥା ଲର୍ଡସ୍‌ ମାର୍କ ଇଣ୍ଡଷ୍ଟ୍ରିଜ୍‌ର ସହାୟକ କମ୍ପାନୀ ଲର୍ଡସ୍‌ ଅଟୋମେଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଇଭି ରେଞ୍ଜକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀ ଏକା ସାଙ୍ଗରେ ୮ଟି ଇଭି ମଡେଲକୁ ବଜାର ପ୍ରବେଶ କରାଇଛି। ବିଶେଷକରି ଲର୍ଡସ୍‌ ଅଟୋମେଟିଭ୍‌ର ୬ଟି ତିନିଚକିଆ ଇଭି ମଡେଲ ଯଥା ଲର୍ଡସ୍‌ କିଙ୍ଗ୍‌ ଇ-ରିକ୍ସା, ଲର୍ଡସ ୍‌ସମ୍ରାଟ ଇ-ଲୋଡର, ଲର୍ଡସ୍‌ ସବାରି ବଟର ଫ୍ଲାଏ ଇ-ରିକ୍ସା, ଲର୍ଡସ୍‌ ଗତି ବଟର ଫ୍ଲାଇ ଇ-ଲୋଡର, ଭିନ୍ନକ୍ଷମଙ୍କ ପାଇଁ ବିଶେଷ ଭାବେ ଡିଜାଇନ କରାଯାଇଥିବା ଲର୍ଡସ୍‌ ଗ୍ରେସ୍‌ ଇ-ରିକ୍ସା ଏବଂ ଲର୍ଡସ ସ୍ବଚ୍ଛ ଯାନ ଇ-ଗାର୍ବେଜ୍‌ ହୋଇଥିବାବେଳେ ୨ଟି ହାଇସ୍ପିଡ୍‌ ଦୁଇ ଚକିଆ ବିଦ୍ୟୁତ୍‌ଚାଳିତ ସ୍କୁଟର ମଡେଲ ଲର୍ଡସ୍‌ ହାଇସ୍ପିଡ୍‌ ଇ-ସ୍କୁଟର ଏବଂ ଲର୍ଡସ୍‌ ପ୍ରାଇମ୍‌ ହାଇସ୍ପିଡ୍‌ ଇ-କାର୍ଗୋ ସ୍କୁଟର ମଧ୍ୟ କମ୍ପାନୀ ବଜାରକୁ ଛାଡ଼ିଛି। ଏପରିକି ଉପରୋକ୍ତ ଗାଡ଼ି ଗୁଡ଼ିକର ମୂଲ୍ୟ ୪୯,୯୯୯ ରୁ ୧,୭୫,୦୦୦ ଟଙ୍କା ମଧ୍ୟରେ ରହିଛି।
ଏ ସମ୍ପର୍କରେ ଲର୍ଡସ୍‌ ମାର୍କ ଇଣ୍ଡଷ୍ଟ୍ରିଜ୍‌ ପ୍ରା.ଲି.ର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ସଚ୍ଚିଦାନନ୍ଦ ଉପାଧ୍ୟାୟ କହିଛନ୍ତି, ଦେଶରେ ବିଦ୍ୟୁତ୍‌ଚାଳିତ ଯାନ କ୍ଷେତ୍ରରେ ବିପ୍ଳବ ଆଣିବା ଆମର ଲକ୍ଷ୍ୟ ହୋଇଥିବାବେଳେ ଯାତ୍ରୀ ଏବଂ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ଭାରତରେ ଇଭି ବିକାଶ ପୁନଃ ପରିଭାଷିତ ହେବ। ଏକ ନିରାପଦ,ଭରସାଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ପରିବହନ ସମାଧାନ ଯୋଗାଇଦେବା ପାଇଁ ଆମେ ସବୁ ପ୍ରକାର ସରକାରୀ ସୁବିଧା ଓ ବିକାଶ ଉପରେ ଧ୍ୟାନଦେବା ସହ ଗ୍ରାହକଙ୍କ ଚାହିଦା ଏବଂ ଇଭି ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ପ୍ରଗତି ଜାରି ରଖିଛୁ। ବିଶେଷକରି ୮ଟି ଅତ୍ୟାଧୁନିକ ଇଭି ବଜାରକୁ ଆଣିବା ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଲର୍ଡସ୍‌ ଅଟୋମେଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ଡ. ବୀର ସିଂ କହିଛନ୍ତି, ଉପତ୍ାଦନ କ୍ଷମତା ଏବଂ ପ୍ରତ୍ୟେକ ଗ୍ରାହକଙ୍କୁ ଶ୍ରେଷ୍ଠ ପରିବହନ ସମାଧାନ ସୁନିଶ୍ଚିତ କରୁଥିବାବେଳେ ୨୪ ଘଣ୍ଟିିଆ ଗ୍ରାହକ ସେବା କାରଣରୁ ବଜାର ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଲର୍ଡସ୍‌ ଅଟୋମେଟିଭ୍‌ ଆଗରେ ରହିଛି। ଏପରିକି ୮ଟି ଆଧୁନିକ ଇଭି ବଜାରକୁ ଅଣାଯିବା ଆମର ପରିବର୍ଦ୍ଧିତ କ୍ଷମତାକୁ ଦର୍ଶାଉଛି। ଅପରପକ୍ଷରେ ଉପରୋକ୍ତ ଇଭିର ସହାୟକ ସରଞ୍ଜାମ କମ୍ପାନୀର ଡିଲର ଓ ବିତରକ ନେଟ୍‌ୱର୍କରେ ଉପଲବ୍ଧ ହୋଇପାରିଛି। ଲର୍ଡସ୍‌ ଅଟୋମେଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୨୦ ଅକ୍ଟୋବରରେ ଲର୍ଡସ୍‌ ଜୁମ୍‌ ନାମରେ ନିଜର ପ୍ରଥମ ଇଲେକ୍‌ଟ୍ରିକ୍‌ ସ୍କୁଟର ଆରମ୍ଭ କରିଥିଲା ଏବଂ ଇଭି କ୍ଷେତ୍ରରେ ନିଜକୁ ଏକ ଅଗ୍ରଣୀ ସଂସ୍ଥା ଭାବେ ପ୍ରତିଷ୍ଠିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri