ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ ଭିଡ଼, ପ୍ଲେନରେ ସେଇ ଯାତ୍ରୀଙ୍କ ଭିଡ଼, ଷ୍ଟେଶନରେ ବି ଯାତ୍ରୀଙ୍କ ଭିଡ଼, ମନ୍ଦିରରେ ଭକ୍ତଙ୍କ ଭିଡ଼, ଯାତ୍ରା ମେଳଣରେ ଶ୍ରଦ୍ଧାଳୁଙ୍କ ଭିଡ଼, ପ୍ରବଚନ ସଭାରେ ଶ୍ରୋତାଙ୍କ ଭିଡ଼, ଭୋଜିସ୍ଥାନରେ ଭୋଜିପ୍ରିୟଙ୍କ ଭିଡ଼, ଡାକ୍ତରଖାନାରେ ରୋଗୀଙ୍କ ଭିଡ଼, ଯାନିଯାତ୍ରାରେ ଦର୍ଶକଙ୍କ ଭିଡ଼, ଅଫିସ ସବୁରେ ହିତାଧିକାରୀଙ୍କ ଭିଡ଼ ଥାଏ। ସେଠି ସବୁଠି ସାଧାରଣ ଭିଡ଼ ନ ଥାଏ, ସେଇ ଭିଡ଼ ଥାଏ ଅସାଧାରଣ, ନାହିଁ ନଥିବା ଭିଡ଼। ଅଫିସମାନଙ୍କରେ କର୍ମଚାରୀ, ଅଧିକାରୀଙ୍କ ସମେତ ହିତାଧିକାରୀଙ୍କ ଭିଡ଼ ସେମିତି ପରିଦୃଷ୍ଟ ହୋଇଥାଏ। ଆଜିକାଲି ଅଫିସମାନଙ୍କରେ କେତେ ରକମର ଅଫିସର ବି ଅଧିକ ରହିଲେଣି ପଦପଦବୀ ଆଧାରରେ। କାହା ଘରେ ଚାରି ପୁଅ ଥିଲେ, ସେମାନଙ୍କ ପରିଚୟ ରହିଥାଏ ବଡ଼ ପୁଅ, ବଡ଼ ମଝିଆଁ, ସାନ ମଝିଆଁ ଓ ସାନ ପୁଅ। ସବୁ ସରକାରୀ ଅଫିସରେ ଅଫିସର ମାଳ ମାଳ। ପଦବୀ ନେଇ ନିଯୁକ୍ତ ଥାଆନ୍ତି ଅଫିସର। ଆଉ ଅଫିସର ଥା’ନ୍ତି ବଡ଼ ଅଫିସର ମାନେ ମୁଖିଆ ଅଫିସର, ତାଙ୍କ ତଳକୁ ଅତିରିକ୍ତ ବା ଆଡିସିନାଲ ଅଫିସର, ଆସିଷ୍ଟାଣ୍ଟ ଅଫିସର, ସବ୍‌ ଆସିଷ୍ଟାଣ୍ଟ ଅଫିସର, ଡେପୁଟି ଅଫିସର।
ଏଠି ଗୋଟିଏ ବିଭାଗର ଉଦାହରଣ ନେବା। ନିଆଯାଉ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ। ସ୍କୁଲ ଓ ଗଣଶିକ୍ଷା ବିଭାଗ ରାଜ୍ୟ ସରକାରଙ୍କ ଏକ ବଡ଼ ବିଭାଗ। ଏଠି ଶିକ୍ଷକ ଯେତେ, କର୍ମଚାରୀ ସେତେ, ଅଫିସର ସେତେ। ଶିକ୍ଷା ବିଭାଗରେ ବିଭିନ୍ନ ଅଫିସର ବି ଥାଆନ୍ତି କେତେ କେତେ। ଏବେ ସବୁ ରାଜସ୍ବ ଜିଲାରେ ଅଛନ୍ତି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ଜଣେ ଜଣେ ଜିଲା ଶିକ୍ଷା ଅଧିକାରୀ, ଯାହାଙ୍କୁ ଡିଷ୍ଟ୍ରିକ୍ଟ ଏଜୁକେଶନ ଅଫିସର ବା ଡିଇଓ କୁହାଯାଏ। ତାଙ୍କ ତଳକୁ ଥାଆନ୍ତି ଏଡିଇଓ ବା ଆଡିସିନାଲ ଡିଷ୍ଟ୍ରିକ୍ଟ ଏଜୁକେଶନ ଅଫିସର, ଓଡ଼ିଆରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ। ସାନ ବଡ଼ ଜିଲା ନେଇ ଗୋଟେ ଜିଲାରେ ଦୁଇ ତିନି ଜଣ ଏଡିଇଓ ଅବସ୍ଥାପିତ ଥାଆନ୍ତି। ବ୍ଲକର ମୁଖିଆ ଶିକ୍ଷା ଅଧିକାରୀ ହେଉଛନ୍ତି ବିଇଓ ବା ବ୍ଲକ ଏଜୁକେଶନ ଅଫିସର, ଓଡ଼ିଆରେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ବିଇଓଙ୍କ ତଳେ ଏବିଇଓ ଥାଆନ୍ତି। ହେଲେ ଏବିଇଓ ଗେଜେଟେଡ୍‌ ନ ଥା’ନ୍ତି।ରାଜ୍ୟ ସ୍ତରରେ ଶିକ୍ଷା ନିର୍ଦ୍ଦେଶକ, ଶିକ୍ଷା ଜଏଣ୍ଟ ନିର୍ଦ୍ଦେଶକ, ଶିକ୍ଷା ଉପନିର୍ଦ୍ଦେଶକ ଏମିତି ଅନେକ ଅଫିସର। ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଫିସରଙ୍କ ଭିତରେ ଗେଜେଟେଡ୍‌ ତଳ ଅଫିସର ହେଉଛନ୍ତି ବିଇଓ ବା ଗୋଷ୍ଠୀ ଶିକ୍ଷା ଅଧିକାରୀ।
ତେବେ କଥା ହେଉଛି, ବିଇଓ ତାଙ୍କ ସବୁ ଉପର ଅଫିସରଙ୍କ ଆଗେ ଉତ୍ତର ରଖନ୍ତି ସେମାନଙ୍କ ବିଭିନ୍ନ ଚିଠିର। ଏକଦା ଏ ଲେଖକର ଜଣେ ବନ୍ଧୁ ସତ୍ୟପ୍ରିୟ ବାବୁ, ଯିଏ ଥିଲେ ଜଣେ ବିଇଓ, ସେ ସତ କହିବାକୁ ଯାଇ ତାଙ୍କ ଉପର ଅଫିସର ଡିଇଓଙ୍କ ରୋଷର ଖାଲି ଶିକାର ହେଲେ ନାହିଁ, ଅନେକ ହଇରାଣର ସମ୍ମୁଖୀନ ବି ହେଲେ। ତଳ ଅଫିସର ଯେମିତି ଉପର ଅଫିସରଙ୍କୁ ଖାଲି ହାଁଜୀ କରିବେ, ଆଉ ଯାହା କହିଲେ ମାନିବେ। ଉପର ଅଫିସର ଭୁଲ୍‌ କହିଲେ, ଭୁଲ୍‌ କଲେ ବି ତଳ ଅଫିସର ତାହା ମାନିବେ। ନ ମାନିଲେ ତେଣିକି ଅସୁବିଧା। ଠିକ କଥା, ଯାହା ପାଳନୀୟ ତାହା କରିବାରେ ସେଇ ତଳ ଅଫିସର ଦ୍ୱିଧା ରଖି ନ ଥିଲେ। ହେଲେ ଭୁଲ୍‌ ଉପରେ ମୋହର ନ ମାରିବାରୁ ତଳ ଅଫିସର ବିଇଓ, ଉପର ଅଫିସର ଡିଇଓଙ୍କ ରୋଷର ଶିକାର ହେଲେ। ଅପର ପ୍ରାଇମେରୀ ସ୍କୁଲର ତ୍ରୁଟିପୂର୍ଣ୍ଣ ଲେଭଲ ଥ୍ରୀ ପ୍ରଧାନଶିକ୍ଷକ ପଦୋନ୍ନତି ତାଲିକା ସପକ୍ଷରେ ସେଇ ବିଇଓ ସମର୍ଥନ ଜଣାଇଲେ ନାହିଁ। ନିଜର ଦୁଇ ତିନୋଟି ଅବ୍‌ଜେକ୍ସନ ପ୍ରସ୍ତୁତ ପଦୋନ୍ନତି ତାଲିକା ଦେହରେ ଲେଖିଦେଲେ। ଯଦ୍ଦ୍ବାରା ସେ ତାଲିକା ଡାଇରେକ୍ଟର ଅଫିସରୁ ମଞ୍ଜୁରୀ ନ ପାଇ ଫେରିଆସିଥିଲା। ତାଲିକାରୁ ବାଦ ପଡ଼ିଥିବା ଶିକ୍ଷକଙ୍କ ନାଁ ତହିଁରେ ଯୋଡ଼ାଯିବାରୁ ତାହା ମଞ୍ଜୁରୀ ପାଇଥିଲା। ଏଥିରେ ସେଇ ଡିଇଓଙ୍କ ସମ୍ମାନହାନି ହେବାର ଅନୁଭବ ହେଲା। ତାପରେ ବିଇଓଙ୍କୁ ହଇରାଣ କରିବା ଉଦ୍ୟମ ଆରମ୍ଭ କରିଥିଲେ। ଆଉ ସଫଳ ମଧ୍ୟ ହୋଇଥିଲେ ତାଙ୍କ ଉପର ଅଫିସରଙ୍କୁ କହି ବୋଲି ଏବଂ ତଳ ଅଫିସର ସେଇ ବିଇଓଙ୍କ ସକଳ ହାରିଗୁହାରି ସେଇ ଡିଇଓ ଓ ଆଉ ଉପର ଅଫିସର କେହି ଶୁଣିନଥିଲେ।
ତେବେ ଉପର ଅଫିସରଙ୍କ ମିଛ ବା ଭୁଲ୍‌କୁ ଆଉରି ଉପରେ ବସିଥିବା ଅଫିସର ରାଇଟ୍‌ କରିଦିଅନ୍ତି ସିନା ତଳ ଅଫିସରଙ୍କ ଠିକ୍‌କୁ ସେମାନେ ଠିକ୍‌ ନ କହି ଓଲଟା ଭୁଲ୍‌ କହନ୍ତି। ତଳ ଅଫିସରଙ୍କ ନିଚ୍ଛକ ସତ କଥା ଉପରେ ବି ଛକି ପକାଇ ଦିଅନ୍ତି ଉପର ଅଫିସର। ଏହା ହିଁ ଦୁର୍ଭାଗ୍ୟ ପାଲଟେ ତଳତଳିଆ ଅଫିସରଙ୍କ ପାଇଁ। ଫଳସ୍ବରୂପ ଏମିତି ସତ ପାଲଟେ ମିଛ। ଠିକ କୁହାଯାଏ ମିଛକୁ। ଆଉ ମିଛ ହୁଏ ସତ। ଉପର ଅଫିସରଙ୍କ ସେଭଳିଆ ମିଛ ସ୍ବୀକୃତିରେ ତଳ ଅଫିସରଙ୍କ ସଚ୍ଚୋଟପଣିଆ କେବେ କେବେ ମାଡ଼ ଖାଏ। ମିଛ ଉପରେ ମୋହର ବସେ। ସତ ଉପରେ ଛକି ବସେ। ପୁଣି ଛାଟ ପଡ଼େ। ସତ ଆଘାତ ପାଏ।ତଳ ଅଫିସର ଏମିତି ପେଷି ହୁଅନ୍ତି ଉପର ଅଫିସରଙ୍କ ଦ୍ୱାରା। ଏହା ହିଁ ବିଡ଼ମ୍ବନା। ଦୁର୍ଭାଗ୍ୟଜନକ।

ବଉଦରାଜ , ଜି. ବୌଦ୍ଧ
ମୋ:୯୪୩୭୪୭୮୪୬୬

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?