Odisha Elections 2024

ମହାନଦୀରେ ହେବ ୨ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର

ସୋନପୁର,୨୦।୮(ମୃତ୍ୟୁଞ୍ଜୟ ଶତପଥୀ)ମହାନଦୀର ଖଇରମାଳ ଓ ଗୋଧନେଶ୍ୱର ନିକଟରେ ବହୁ ପ୍ରତୀକ୍ଷିତ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ ହେବ। ଏହି ୨ ପ୍ରକଳ୍ପ ପାଇଁ ପ୍ରାୟ ୧୯୫୦ କୋଟି ଟଙ୍କା ବ୍ୟୟ କରାଯିବ। ଜଳ ସମ୍ପଦ ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ ସରକାର ଶୁକ୍ରବାର ଅନୁମୋଦନ କରିଛନ୍ତି। ଖୁବ୍‌ଶୀଘ୍ର ଏହି ୨ ପ୍ରକଳ୍ପ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ଟେଣ୍ଡର ଆହ୍ବାନ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମହାନଦୀ ଗର୍ଭରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାବାସୀଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବ। ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ ନିର୍ମାଣ କରିବା ପରେ ଓଡ଼ିଶାର ଜୀବନରେଖା ମହାନଦୀରେ ଅଣମୌସୁମୀ ସମୟରେ ଜଳପ୍ରବାହ ଯଥେଷ୍ଟ ହ୍ରାସ ପାଇଥିଲା। ତେଣୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜଳ ଉପଯୋଗ ଯୋଜନାକୁ ନେଇ ପୂର୍ବରୁ ଓଡ଼ିଶା ସରକାର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ମହାନଦୀରେ ଏକାଧିକ ବ୍ୟାରେଜ ନିର୍ମାଣ ପାଇଁ ୨୦୧୭ରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଥିଲା। ପ୍ରାଥମିକ ସ୍ତରରେ ସର୍ଭେ ପରେ ଟେକ୍‌ନିକାଲ ଆଡଭାଇଜର କମିଟି(ଟିଏସି)ରେ ଅନୁମୋଦନ ମଧ୍ୟ ମିଳିଥିଲା। ତେବେ କୌଣସି କାରଣରୁ ଏହା ବିଳମ୍ବ ହୋଇଥିଲା। ସୋନପୁର ବିଧାୟକ ତଥା ତତ୍କାଳୀନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ଉପସ୍ଥାପନ କରିଥିବା ବଜେଟରେ ସୁବର୍ଣ୍ଣପୁର ଜିଲାର ଗୋଧନେଶ୍ୱର ଓ ବୌଦ୍ଧ ଜିଲାର ଖଇରମାଳ ବ୍ୟାରେଜ ନିର୍ମାଣ ସମ୍ପର୍କରେ ଘୋଷଣା କରିଥିଲେ। ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ସୋନପୁର ସହର ରାମେଶ୍ୱରଠାରୁ ସାଢେ ୩ କି.ମି. ଦୂର ବୌଦ୍ଧ ଜିଲାର ଖଇରମାଳରେ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ ପାଇଁ ବୌଦ୍ଧ ଜଳ ସମ୍ପଦ ବିଭାଗ ପକ୍ଷରୁ ୯୨୫କୋଟି ୫୯ଲକ୍ଷ ଟଙ୍କାର ଡିପିଆର୍‌ ପ୍ରସ୍ତୁତ ହୋଇଥିଲା। ସେହିପରି ସୁବର୍ଣ୍ଣପୁର ଜିଲା ସଦର ମହକୁମାଠାରୁ ୨୦ କି.ମି. ଦୂର ବୀରମହାରାଜପୁର ବ୍ଲକର ଗୋଧନେଶ୍ୱରରେ ପ୍ରକଳ୍ପ ନିର୍ମାଣ ପାଇଁ ୧୦୨୪କୋଟି ୮୧ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏ ସମ୍ପର୍କିତ ପ୍ରସ୍ତାବ ପ୍ରଶାସନିକ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ଗତ ମେ ୨୨ ତାରିଖରେ ପଠାଇଥିଲେ। ତେବେ ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ମିଳିବାରେ ବିଳମ୍ବ ହୋଇଥିଲା। ଗତ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସିଥିଲେ। ପାଣ୍ଡିଆନ୍‌ ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ରାମେଶ୍ୱରକୁ ଯାଇ ପ୍ରସ୍ତାବିତ ଖଇରମାଳ ପ୍ରକଳ୍ପ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପ୍ରକଳ୍ପ ପାଇଁ ଶୀଘ୍ର ପ୍ରଶାସନିକ ଅନୁମୋଦନ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଗତ ୧୮ ତାରିଖରେ ସରକାରଙ୍କ ଅନୁମୋଦନ ପରେ ଇପିସି(ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକଶନ) କଣ୍ଟ୍ରାକ୍ଟ ବେସିସ୍‌ରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି।
ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ ଷ୍ଟ୍ରକ୍ଚରରେ ବିନା ବିସ୍ଥାପନରେ ମହାନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି କରାଯିବା ଯୋଜନା ରହିଛି। ଗୋଧନେଶ୍ୱର ପ୍ରକଳ୍ପ ଖଇରମାଳଠାରୁ ବଡ଼ ହେବ। ମହାନଦୀ ଓ ତେଲନଦୀର ପାଣି ବର୍ଷାଦିନେ ସମୁଦ୍ରକୁ ବହିଯାଉଥିଲା। ଜଳର ଠିକ୍‌ ଉପଯୋଗ ହୋଇପାରୁ ନ ଥିଲା। ଖରାଦିନେ ନଦୀ ଶୁଖିଲା ପଡୁଥିଲା। ତେଣୁ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଜଳ ସଂରକ୍ଷଣ, ପାନୀୟ ଜଳ, ମତ୍ସ୍ୟଚାଷ ସହ ଜଳ ପର୍ଯ୍ୟଟନ, ଶିଳ୍ପାନୁଷ୍ଠାନକୁ ଜଳ ଯୋଗାଣ ଓ ହୋଟେଲ ଶିଳ୍ପର ସମ୍ଭାବନା ସୃଷ୍ଟି ହେବ। ସୁବର୍ଣ୍ଣପୁର ସହର ସମେତ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଏବଂ ବୌଦ୍ଧ ଜିଲାର ବୌଦ୍ଧ ସହର, ବୌଦ୍ଧ ଓ କଣ୍ଟାମାଳ ବ୍ଳକର ଲକ୍ଷାଧିକ ଅଧିବାସୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। ପାନୀୟ ଜଳ ଚାହିଦା ପୂରଣ ସହ ମହାନଦୀ ଓ ତେଲନଦୀ ବେସିନ୍‌ରେ ନିର୍ମାଣ ହୋଇଥିବା ମେଗା ଉଠାଜଳସେଚନ ପ୍ରକଳ୍ପଗୁଡିକ ରବିଋତୁରେ ଜମିକୁ ଜଳସେଚିତ କରିପାରିବ। ଜଳ ଚାହିଦା ପୂରଣ, କୃଷିରେ ଉପଯୋଗ ଓ ସମୁଦ୍ରକୁ ବହିଯାଉଥିବା ଜଳର ସଂରକ୍ଷଣ ପାଇଁ ଏହି ପ୍ରକଳ୍ପଦ୍ୱୟ ବିଶେଷ ସହାୟକ ହେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କଲେ ମୃତ ଦିଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୨୧ା୫(ପ୍ରଶାନ୍ତ କୁମାର ମିଶ୍ର):ନିର୍ବାଚନ ପାଇଁ ଦିଲୀପ ବହୁତ ଉତ୍ସାହିତ ଥିଲା। ଭୋଟ ଦେବା ପାଇଁ ସେ ଉତ୍କଣ୍ଠାର ସହ ୨୦ ତାରିଖକୁ ଅପେକ୍ଷା କରିଥିଲା। ହେଲେ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri