ଭରସା ଭାଙ୍ଗୁଛି

ଭୁବନ,୧୪।୮(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। କେବଳ ଭୁବନ ବ୍ଲକ କିମ୍ବା ଏନ୍‌ଏସି ନୁହେଁ, ଏହା ଉପରେ ନିର୍ଭର କରନ୍ତି ସୀମାନ୍ତ ଯାଜପୁର ଜିଲାର ରୋଗୀ। ତେବେ ବିଶେଷଜ୍ଞ ଡାକ୍ତର ଏବଂ ସହାୟକ କର୍ମଚାରୀଙ୍କ ଅଭାବରୁ ଏବେ ଏଠାରେ ଗୁରୁତର ସଙ୍କଟ ସୃଷ୍ଟି ହୋଇଛି। ଫଳରେ ରୋଗ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଆରୋଗ୍ୟ ହେବା ବଦଳରେ ରୋଗ ନେଇ ଘରକୁ ଫେରୁଥିବା ଅଭିଯୋଗ ହେଉଛି।
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭୁବନ ଏନ୍‌ଏସିର ୧୫ ଓ୍ବାର୍ଡ, ବ୍ଲକର ୧୮ ପଞ୍ଚାୟତ ମଧ୍ୟରୁ ୧୩ଟି, ଗଁଦିଆ ବ୍ଲକ, ଏଥିସହ ସୀମାନ୍ତ ଯାଜପୁର ଜିଲାର ଖଣି ପ୍ରଭାବିତ ସୁକିନ୍ଦା, ହରିପୁର, ରାଜଗୋଲା, ହାତୀବାରି ଆଦି ଅଞ୍ଚଳର ରୋଗୀ ନିର୍ଭର କରୁଛନ୍ତି। ଦୈନିକ ରୋଗୀସଂଖ୍ୟା ୩୦୦ ଟପିଲାଣି। ତନ୍ମଧ୍ୟରୁ ଅଧିକାଂଶ ଦୁର୍ଘଟଣାଗ୍ରସ୍ତ। ହେଲେ ସେମାନଙ୍କୁ ମିଳିପାରୁନାହିଁ ଜରୁରୀ ଚିକିତ୍ସା। ଏଠାରେ ମୋଟ ୧୩ ଡାକ୍ତର ଓ ବିଶେଷଜ୍ଞ ପଦବୀ ମଧ୍ୟରୁ ୫ଟି ପୂରଣ ହୋଇଛି। ୮ ଡାକ୍ତରଙ୍କ ସ୍ଥାନରେ ୪ ଏବଂ ୪ ବିଶେଷଜ୍ଞ ବଦଳରେ ଜଣକରେ କାମ ଚାଲିଛି। କେବଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପଦବୀ ପୂରଣ ହୋଇଥିବାବେଳେ ଭେଷଜ, ଅସ୍ଥିଶଲ୍ୟ, ଶିଶୁରୋଗ, ଦନ୍ତରୋଗ ବିଶେଷଜ୍ଞ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଫଳରେ ରୋଗ ଭଲ ହେବା ଆଶା ନେଇ ଆସୁଥିବା ରୋଗୀ ଗୁଣାତ୍ମକ ସେବା ମିଳିପାରୁ ନ ଥିବା ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, ସାମାନ୍ୟ ଗୁରୁତର ରୋଗୀଙ୍କୁ ଜିଲା ଚିକିତ୍ସାଳୟକୁ ରେଫର କରିଦିଆଯାଉଛି।
ଏହାକୁ ବାଦ୍‌ଦେଲେ ଆନୁଷଙ୍ଗିକ ଭିତ୍ତିଭୂମି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଟେକ୍ନିସିଆନ ନ ଥିବାରୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଇସିଜି ମେଶିନରେ କଳଙ୍କି ଲାଗିଗଲାଣି। ଚିକିତ୍ସା ପ୍ରକୋଷ୍ଠ, ନିରାମୟ ଔଷଧ ବିତରଣ କେନ୍ଦ୍ରରୁ ପାଣି ଗଳୁଛି। ବର୍ଷା ହେଲେ ଡାକ୍ତରଖାନାରେ ଆଣ୍ଠୁଏ ଉଚ୍ଚତାର ପାଣି ଜମି ରହୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଅଧିକାଂଶ ସମୟ ବନ୍ଦ ରହୁଛି। ମୃତକଙ୍କ ବ୍ୟବଚ୍ଛେଦ ପାଇଁ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ସମ୍ପର୍କୀୟ ବାଧ୍ୟ ହେଉଛନ୍ତି। ନବନିର୍ମିତ କୋଭିଡ୍‌ ଡାକ୍ତରଖାନାରୁ ରାସ୍ତା ନିର୍ମାଣ ହୋଇ ନ ଥିବାରୁ ତାହା କାମରେ ଲାଗୁନାହିଁ। କର୍ମଚାରୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ କ୍ୱାର୍ଟର୍ସ ନ ଥିବାରୁ ସେମାନେ ଘରଭଡ଼ା ନେଇ ରହୁଛନ୍ତି। ବିଦ୍ୟୁତ୍‌ କାଟ ହେଲେ ଅଚଳାବସ୍ଥା ସୃଷ୍ଟି ହେଉଛି। ଇନଭର୍ଟର, ଡିଜି କୌଣସି କାମରେ ଆସୁନାହିଁ।
ପ୍ରତିଥର ରୋଗୀ କଲ୍ୟାଣ ସମିତି ବୈଠକରେ ଦିଆଯାଉଥିବା ପ୍ରସ୍ତାବ ଫାଇଲ୍‌ରେ ସୀମିତ ହୋଇ ରହିଯାଉଛି। ଏ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ବରିଷ୍ଠ ନାଗରିକମାନେ ଜିଲା ସ୍ବାସ୍ଥ୍ୟ ବିଭାଗ, ଜିଲା ପ୍ରଶାସନର ପଦସ୍ଥ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଶିଳ୍ପ ଜିଲାର ସ୍ବାସ୍ଥ୍ୟସେବା ଲାଗି ଅର୍ଥର ଅଭାବ ନ ଥିବା ଜନପ୍ରତିନିଧିମାନେ ଜୋର୍‌ ଦେଇ କହୁଥିବାବେଳେ ୨ ଜିଲାବାସୀ ନିର୍ଭର କରୁଥିବା ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନରେ ସ୍ବାସ୍ଥ୍ୟସେବା ଫେଲ୍‌ ମାରିବା ଜନ ଅସନ୍ତୋଷ ତୀବ୍ର କରିଥିବାବେଳେ ବଡ଼ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଅଞ୍ଚଳବାସୀ। ଏ ନେଇ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡା. ରମେଶ ଚନ୍ଦ୍ର ସାହୁ କୁହନ୍ତି ସମସ୍ୟା ସମ୍ପର୍କରେ ବାରମ୍ବାର ଜିଲା ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ପ୍ରତିଶ୍ରୁତି ମିଳିଛି। ଆସ୍ତେ ଆସ୍ତେ ଏସବୁର ସମାଧାନ କରାଯିବ।

ଅବ୍ୟବସ୍ଥା ନିରାଶ କରୁଛି
ଡାକ୍ତର ଅଭାବରୁ ଭୁବନ ଡାକ୍ତରଖାନାରେ ସମସ୍ୟା ହେଉଛି। ନିରାମୟ ଯୋଜନାରେ ମାଗଣାରେ ଔଷଧ ମିଳୁନାହିଁ। ଏଭଳି ଅନେକ ଅବ୍ୟବସ୍ଥା ରୋଗୀ, ସମ୍ପର୍କୀୟଙ୍କୁ ନିରାଶ କରୁଛି।

-ଦୁଃଶାସନ ସାହୁ, ମନ୍ଦାର, ଗଁଦିଆ ବ୍ଲକ
ଧାଡ଼ିରେ ଠିଆ ହେବା ବାଧୁଛି
ଦେହର ରୋଗ ଧରି ମେଡିକାଲ ଆସିବାର କଷ୍ଟଠାରୁ ଧାଡ଼ିରେ ଛିଡ଼ା ହେବା ଆହୁରି ବାଧୁଛି। ଅନେକ ସମୟରେ ରୋଗ ଚିକିତ୍ସା ନ କରି ଫେରିବାକୁ ପଡୁଛି। କମ୍‌ ଡାକ୍ତର ଥିବାରୁ ଭରସା ତୁଟୁଛି।

-ସୋଲି ସେଠୀ, ନବନି ଗଁା, କରମୂଳ ପଞ୍ଚାୟତ


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri