୬.୫୩ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୧୨।୭ (ଅଭୟ ଦାଶ): କ୍ରମାଗତ ଭାବେ ଦେଶର ଟିକସ ସଂଗ୍ରହ ବୃଦ୍ଧି ପାଉଛି। ବିଶେଷ କରି ଚଳିତ ଆର୍ଥିକ ବର୍ଷରେ ଟିକସରୁ ସରକାରଙ୍କ ଆୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଶୁକ୍ରବାର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍‌ସେସ୍‌ (ସିବିଡିଟି) ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ୧୦ ପର୍ଯ୍ୟନ୍ତ ସରକାର ପ୍ରତ୍ୟକ୍ଷ ଟିକସରୁ ମୋଟ ୬.୫୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏପରିକି ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଆଦାୟ ହୋଇଥିବା ପ୍ରତ୍ୟକ୍ଷ ଟିକସ ରାଶିର ମୂଲ୍ୟ ଠାରୁ ପ୍ରାୟ ୧୬ (୧୫.୭)% ଅଧିକ ବୋଲି କୁହାଯାଇଛି। କେବଳ ଡାଇରେକ୍ଟ ଟ୍ୟାକ୍ସ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ସରକାର ଗତ ବର୍ଷ ତୁଳନାରେ ପ୍ରାୟ ୧୬ (୧୫.୭) % ଅଧିକ ଟିକସ ଆଦାୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ ଅଗଷ୍ଟ ୧୦ ମଧ୍ୟରେ ଉକ୍ତ ପରିମାଣରର ଟିକସ ଆଦାୟ ହୋଇଛି। ଅପରପକ୍ଷରେ କରଦାତାଙ୍କ ଫେରସ୍ତ (ରିଫଣ୍ଡ)କୁ ଯଦି ବାଦ୍‌ ଦିଆଯାଏ ତେବେ ୨୦୨୩ ଅଗଷ୍ଟ ୧୦ ସୁଦ୍ଧା ମୋଟ ୫.୮୪ ଲକ୍ଷ କୋଟି ଟଙ୍କାର ଟିକସ ସରକାର ଆଦାୟ କରିଛନ୍ତି। ସିବିଟିଡିର ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ୧୦ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସରୁ ନେଟ୍‌ ବେସିସରେ ଆଦାୟ ହୋଇଥିବା କର ପୂର୍ବ ବର୍ଷ ତୁଳନାରେ ୧୭ (୧୭.୩୩)%ରୁ ଅଧିକ ରହିଛି। ଏହି ସଂଖ୍ୟା ପୂରା ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆକଳନର ୩୨.୦୩% ସହ ସମାନ ବୋଲି କୁହାଯାଉଛି, ଅର୍ଥାତ ୨୦୨୩-୨୪ର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଯେତିକି ଆୟ ହେବ ବୋଲି ସରକାର ଆନୁମାନ କରିଥିଲେ ତା’ର ୩୨% ରୁ ଅଧିକ ୨୦୨୩ ଅଗଷ୍ଟ ୧୦ ମଧ୍ୟରେ ଆଦାୟ ହୋଇସାରିଛି। ସେହିପରି ପୂର୍ବ ଆର୍ଥିକ ବର୍ଷର ସମାନ ଅବଧୀ ମଧ୍ୟରେ ଫେରସ୍ତ ହୋଇଥିବା ରିଫଣ୍ଡ ଠାରୁ ଚଳିତ ବର୍ଷର ସମାନ ସମୟରେ ଅଧିକ ରିଫଣ୍ଡ ଜାରି ହୋଇଛି। ସେହିପରି ସରକାରଙ୍କ ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଟିକସଦାତାଙ୍କୁପୂର୍ବ ବର୍ଷ ଅପେକ୍ଷା ଅଧିକ ଫେରସ୍ତ ଦିଆଯାଇଛି। ଏପରିକି ୨୦୨୩ ଏପ୍ରିଲରୁ ଅଗଷ୍ଟ ୧୦ ମଧ୍ୟରେ ସରକାର ଟିକସଦାତାଙ୍କୁ ମୋଟ ୦.୬୯ ଲକ୍ଷ କୋଟି ଟଙ୍କା ଫେରସ୍ତ କରିଛନ୍ତି। ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଦିଆଯାଇଥିବା ଫେରସ୍ତଠାରୁ ଏହା ୩.୭୩% ଅଧିକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri