କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଏବେ ଅଚଳ

ପାରାଦୀପ, ୧୦ା୮(ଶରତ ରାଉତ)ମହାମାରୀ କରୋନା ପାଇଁ ପାରାଦୀପର ବେଳାଭୂମି ରାସ୍ତା ପାଖରେ ୨୦୨୦ରେ କୋଭିଡ୍‌ ହସ୍ପିଟାଲ ସରକାର ଖୋଲିଥିଲେ। ଏବେ କରୋନା ସଂକ୍ର୍ରମଣ ହ୍ରାସ ପାଇଥିବାରୁ ଉକ୍ତ ହସ୍ପିଟାଲକୁ ସରକାର ୨୦୨୩ ଏପ୍ରିଲ ୧୩ରେ ବନ୍ଦ କରିଛନ୍ତି। କିନ୍ତୁ ସେହି ହସ୍ପିଟାଲ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଥିରେ କୋଟିଏରୁ ଅଧିକ ଟଙ୍କାର ହସ୍ପିଟାଲ ସାମଗ୍ରୀ ଅଚଳ ହୋଇଗଲାଣି। ସେହି ହସ୍ପିଟାଲକୁ ଜଗିବାକୁ ଏବେ ମାତ୍ର ଜଣେ ସିକ୍ୟୁରିଟି ଅଛନ୍ତି।
କରୋନା ଯେତେବେଳେ କାୟା ବିସ୍ତାର କରୁଥିଲା, ସେତେବେଳେ ସରକାର ଲୋକଙ୍କ ଜୀବନ ବଞ୍ଚାଇବାକୁ ଅନେକ ଜାଗାରେ କୋଭିଡ୍‌ ହସ୍ପିଟାଲ ଖୋଲିଥିଲେ। ଏହି କ୍ରମରେ ଜଗତ୍‌ସିଂହପୁର ଜିଲା ପାଇଁ ପାରାଦୀପର ବିଜୁ ଯାତ୍ରୀ ନିବାସକୁ ହସ୍ପିଟାଲ କରାଯାଇଥିଲା। ସେତେବେଳେ ୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଆନୁଷଙ୍ଗିକ ହସ୍ପିଟାଲ ଉପକରଣ କିଣି ଲଗାଯାଇଥିଲା। ଏହି ଟଙ୍କାକୁ ସେତେବେଳେ ପାରାଦୀପ ବନ୍ଦର ୩ କୋଟି ଓ ସ୍ବାସ୍ଥ୍ୟ ବିଭାଗ ୨ କୋଟି ଦେଇଥିଲେ ବୋଲି କୁହାଯାଇଥିଲା। ଏହାବାଦ୍‌ ବିଭିନ୍ନ କମ୍ପାନୀ ମଧ୍ୟ କେତେକ ସାମଗ୍ରୀ ଯୋଗାଇ ଦେଇଥିଲେ। ହସ୍ପିଟାଲଟି ୬୦ ଶଯ୍ୟା ବିଶିଷ୍ଟ ହୋଇଥିବାବେଳେ ୩ ଆଇସିୟୁ କରାଯାଇଥିଲା। ଏଥିରେ ଡିଜିଟାଲ ଏକ୍ସ-ରେ, କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ଅକ୍ସିଜେନ ପ୍ଲାଣ୍ଟ, ୪ଟି ବଡ଼ ଜେନେରେଟର, ୧୭ଟି ଏସି, ଟିଭି, ଲାବୋରାଟୋରି, ଡାକ୍ତର ବସିବା ପାଇଁ ଚୌକି, ଟେବୁଲ, କମ୍ପ୍ୟୁଟର, ଆଲମାରୀ, ମେଡିସିନ ଷ୍ଟୋର ସମେତ ଅନେକ ସାମଗ୍ରୀ କିଣାଯାଇଥିଲା। ସେହିପରି ମଧୁବନସ୍ଥ ଏନ୍‌ଏସି ବାଳିକା ବିଦ୍ୟାଳୟରେ କୋଭିଡ୍‌ ନର୍ସିଂ ଷ୍ଟାଫ ରହଣି, ପାରାଦୀପ କଲେଜ ବାଳିକା ହଷ୍ଟେଲରେ ଷ୍ଟାଫ୍‌, ପାନ୍ଥନିବାସରେ ଡାକ୍ତରମାନଙ୍କ ରହଣି ବ୍ୟବସ୍ଥା କରାଯାଇଥିଲା। ମଧୁବନରେ ଥିବା ପାରାଦୀପ ବନ୍ଦରର ୩ ମହଲା ବିଶିଷ୍ଟ ବୃହତ୍‌ ବାଣିଜ୍ୟ କେନ୍ଦ୍ରକୁ କୋଭିଡ୍‌ କେୟାର ସେଣ୍ଟର କରାଯାଇଥିଲା। ସେଠାରେ ୩୦୦ରୁ ଅଧିକ ବେଡ୍‌ ଓ ଅନ୍ୟ ଉପକରଣ ସବୁ ରଖାଯାଇଥିଲା। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସବୁ ବନ୍ଦ ହୋଇଥିଲେ ହେଁ କେବଳ ହସ୍ପିଟାଲ ଖୋଲାଥିଲା, ଯାହା ଏପ୍ରିଲଠାରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଛି ବୋଲି ବିଜୁ ମେମୋରିଆଲ ହସ୍ପିଟାଲ ସିଏମ୍‌ଓ ଡା. ବସନ୍ତ ରାଉତ କହିଛନ୍ତି। ହସ୍ପିଟାଲ ବନ୍ଦ ହେବା ପରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ସ୍ବାସ୍ଥ୍ୟ କର୍ମଚାରୀ, ସିକ୍ୟୁରିଟି ପଳେଇ ଯାଇଛନ୍ତି। ଅକ୍ସିଜେନ ପ୍ଲାଣ୍ଟଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସବୁ ଅଚଳ ହୋଇଯାଇଛି। ଏସବୁ ସାମଗ୍ରୀ ରଖିବା ପାଇଁ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବିଜୁ ମେମୋରିଆଲ ହସ୍ପିଟାଲରେ ଜାଗା ନାହିଁ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କ୍ଷେତ୍ରବାସୀ ଦାସ କହିଛନ୍ତି। ଏହାକୁ ଚଳିତ ମାସରେ ମଣିଜଙ୍ଗା ହସ୍ପିଟାଲ ପାଖରେ ଥିବା ଏକ ଘରେ ରଖାଯିବ ବୋଲି ସେ କହିଛନ୍ତି। ମେଡିକାଲ ସାମଗ୍ରୀକୁ ଖୋଲି ସ୍ଥାନାନ୍ତର କରିବାକୁ ଏବେ ପ୍ରାୟ ୧ଲକ୍ଷ ୬୦ ହଜାର ଟଙ୍କା ଆବଶ୍ୟକ ବୋଲି ଏଷ୍ଟିମେଟ୍‌ କରାଯାଇଛି। ଏବେ ପାରାଦୀପ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ଯାତ୍ରୀ ନିବାସକୁ ତାଙ୍କୁ ହସ୍ତାନ୍ତର କରାଯିବ। ସେଠାରେ ଏକ ପ୍ରତିଷ୍ଠିତ ହୋଟେଲ ଖୋଲାଯିବ ବୋଲି ଯୋଜନା ଚାଲିଥିବା ଜଣାପଡ଼ିଛି। ଉକ୍ତ ହସ୍ପିଟାଲରେ କେହି ନ ରହିବା ଯୋଗୁ ନିଶାସକ୍ତ ଲୋକଙ୍କ ଆସର ବସୁଥିବା ଜଣାପଡ଼ିଛି। ଏପରିକି କେତେକ ସାମଗ୍ରୀ ଚୋରି ହୋଇଗଲାଣି ବୋଲି ଜଣେ ମେଡିକାଲ ଷ୍ଟାଫ କଥା ପ୍ରସଙ୍ଗରେ କହିଥିଲେ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦାସଙ୍କୁ ପଚାରିବାରେ ସମସ୍ତ ସାମଗ୍ରୀ ଲିଷ୍ଟ କରାଯାଇ ଜଣେ ଷ୍ଟାଫ୍‌ଙ୍କ ତତ୍ତ୍ୱାବଧାନରେ ଦିଆଯାଇଛି। ଯଦି ସେମିତି କିଛି ଆପରାଧିକ ଗୋଷ୍ଠୀ ସେଠାରେ ପଶୁଥିବେ, ପୋଲିସକୁ ସୂଚନା ଦେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri