ବିଞ୍ଝାରପୁର ବ୍ଲକରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପ୍ରୀତିପୁର, ୧୮ା୬(ସୁଶାନ୍ତ ବେହୁରିଆ) ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି। ଏହି ବ୍ଲକର ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୯ ପଞ୍ଚାୟତ ସମେତ ପଡୋଶୀ ବ୍ଲକର ରୋଗୀମାନେ ନିର୍ଭର କରିଥାନ୍ତି। କିନ୍ତୁ ରୋଗୀଙ୍କୁ ଏଠାରେ ସବୁ କ୍ଷେତ୍ରରେ ନିରାଶ ହେବାକୁ ପଡ଼ୁଛି। ଅବସ୍ଥାପିତ ଡାକ୍ତର ଚିକିତ୍ସା ସେବା କରିବା ବଦଳରେ ରୋଗୀଙ୍କୁ ଯାଜପୁର ଜିଲା ମୁଖ୍ୟ ଚିିକିତ୍ସାଳୟକୁ ରେଫର କରିଦେଉଥିବା ଅଭିଯୋଗ ହେଉଛି। ଡାକ୍ତରଖାନାରେ ଡାକ୍ତର, ଫାର୍ମାସିଷ୍ଟ, ଡ୍ରେସର, ଷ୍ଟାପ୍‌ ନର୍ସ ଓ ବିଶେଷଜ୍ଞ ପଦବୀ ଦୀର୍ଘଦିନ ହେବ ଖାଲି ପଡ଼ିଥିଲେ ମଧ୍ୟ ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ୧୪ ଜଣ ଡାକ୍ତର ନିଯୁକ୍ତି ବ୍ୟବସ୍ଥା ଥିବାବେଳେ ବିଶେଷଜ୍ଞ ଭାବେ କେବଳ ପ୍ରସୂତି ବିଭାଗ ଓ ଦାନ୍ତ ବିଭାଗରେ ଅଛନ୍ତି। ଶିଶୁ ରୋଗ, ଭେଷଜ ଓ ଇଏନ୍‌ଟି ବିଭାଗର ଡାକ୍ତର ପଦାବୀ ବହୁଦିନ ହେବ ଖାଲି ରହିଛି। ପ୍ରଶାସନିକ ବିଭଗର ଦୁଇଟି ପଦବୀ ମଧ୍ୟରୁ ଗୋଟିଏ ଖାଲି ଅଛି। ୭ ଏମ୍‌ବିବିଏସ୍‌ ପଦବୀରୁ ୩ ଏବଂ ୨ ଡ୍ରେସର ଓ ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ଗୋଟିଏ ଲେଖାଏ ଖାଲି ରହିଛି। ସେହିପରି ୧୦ ଷ୍ଟାଫ ନର୍ସ ପଦବୀ ମଧ୍ୟରୁ ୨ଜଣ ଅଛନ୍ତି। ସେହିପରି ବିଞ୍ଝାରପୁର ବ୍ଲକ ଅଧୀନ ବହୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ସ୍ଥାୟୀ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଜରି ଏବଂ ବରପଦା ପିଏଚ୍‌ସିରେ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ୱାରା ଲୋକଙ୍କୁ ସ୍ବାସ୍ଥ୍ୟସେବା ଦିଆଯାଉଛି। ସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରରେ କେହି ଡାକ୍ତର ନ ଥିବାବେଳେ ଉତ୍ତଙ୍ଗରା ସ୍ବାସ୍ଥ୍ୟକେନ୍ଦ୍ରରେ ଚୁକ୍ତିଭିତ୍ତିକ ଡାକ୍ତର କାର୍ଯ୍ୟ ତୁଲାଉଛନ୍ତି। ବ୍ଲକରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପ୍ରତିବାଦରେ ଶନିବାର ଯଜ୍ଞ ପଡ଼ିଆଠାରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ନେତା, ଶିକ୍ଷାବିତ୍‌ ଓ ବିଭିନ୍ନ ଗଣ ସଂଗଠନର କାର୍ଯ୍ୟକର୍ତ୍ତା ଏକତ୍ର ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହରେ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି। ବିଞ୍ଝାରପୁର ସ୍ବାସ୍ଥ୍ୟ ସୁରକ୍ଷା ମଞ୍ଚ ନାମରେ ଏକ ଅନୁଷ୍ଠାନ ଗଢ଼ାଯାଇଛି। ଯୁବ ସାମାଜିକ କର୍ମୀ ଶ୍ରୀକାନ୍ତ ପ୍ରଧାନଙ୍କ ଆବାହକତ୍ୱରେ ଏକ କମିଟି ଗଠନ କରାଯାଇ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିର ଉନ୍ନତି ସାଙ୍ଗକୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡାକ୍ତର ପଦବୀ ଓ ଅନ୍ୟାନ୍ୟ ଜରୁରୀ ସେବା ଯୋଗାଉଥିବା ପଦବୀ ପୂରଣ ପାଇଁ ଆସନ୍ତା ଏକ ମାସ ମଧ୍ୟରେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ମଞ୍ଚ ପକ୍ଷରୁ ପ୍ରଶାସନକୁ ସତର୍କ କରାଯାଇଛି। ନିକଟରେ ରାଜ୍ୟ ସରକାର ୧୨୦୫ ନୂତନ ଡାକ୍ତର ନିଯୁକ୍ତି ଦେଇଥିବାରୁ ତୁରନ୍ତ ବିଞ୍ଝାରପୁର ଡାକ୍ତରଖାନାର ଡାକ୍ତର ପଦବୀ ପୂରଣ ପାଇଁ ବୈଠକରେ ଦୃଢ଼ ଦାବି କରାଯାଇଛି। ବୈଠକରେ ଶ୍ରୀକାନ୍ତ ପ୍ରଧାନ, ରବୀନ୍ଦ୍ର ଜେନା, ସନାତନ ସାହୁ, ଭୁବନାନନ୍ଦ ସାମଲ, ରବୀନ୍ଦ୍ର ଧଳ, ଉପେନ୍ଦ୍ର ରାଉତ, ସୁନୀଲ କୁମାର ସାହୁ, ସୁବୋଧ ଧଳ, ପ୍ରଫୁଲ୍ଲ ଦାସ, ସୁଶାନ୍ତ କୁମାର ପାତ୍ର, ଯଦୁମଣି ଧଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri