ଅନ୍ଧବିଶ୍ୱାସର ସ୍ମୃତିସ୍ତମ୍ଭ

ନିକଟରେ (୨ ଜୁନ୍‌,୨୦୨୩) ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଥିଲା ଅଭୂତପୂର୍ବ। ଏଥିରେ ମୃତ୍ୟୁବରଣ କରିଥିଲେ ପ୍ରାୟ ୨୮୯ ଲୋକ, ସେମାନଙ୍କ ମୃତଦେହକୁ ରଖାଯାଇଥିଲା ନିକଟସ୍ଥ ଏକ ବିଦ୍ୟାଳୟ ଗୃହରେ ଏବଂ ସେଠାରୁ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା ବିଭିନ୍ନ ଡାକ୍ତରଖାନାକୁ। ଅବଶ୍ୟ ଏହି ଦୁର୍ଘଟଣାର ସ୍ମୃତି ଜନମାନସରେ ଦୀର୍ଘସ୍ଥାୟୀ ହେବ। ତେବେ ମୃତବ୍ୟକ୍ତିମାନଙ୍କ ‘ଅତୃପ୍ତ ଆତ୍ମା’ ସେଠାରେ ପ୍ରେତହୋଇ ବସାବାନ୍ଧି ଥିଲେ ଏବଂ ସେଥିପାଇଁ କିଛି ସ୍ଥାନୀୟ ଲୋକଙ୍କ ପ୍ରରୋଚନାରେ ତାହାକୁ ଭାଙ୍ଗି ନୂତନ ଗୃହ ନିର୍ମାଣ ଲାଗି ସରକାର ନେଇଥିବା ପଦକ୍ଷେପ ନିଶ୍ଚୟ ଭାବେ ଏହାକୁ ‘ଅନ୍ଧବିଶ୍ୱାସର ସ୍ମୃତିସ୍ତମ୍ଭ’ ରୂପ ଦେବ, ଯାହାକି ଆହୁରି ଦୀର୍ଘଦିନ ଧରି ପ୍ରତିମୁହୂର୍ତ୍ତରେ ଛାତ୍ରୀଛାତ୍ରମାନଙ୍କ ସମେତ ଅନ୍ୟମାନଙ୍କର ବୈଜ୍ଞାନିକ ଚେତନାକୁ ଆନ୍ଦୋଳିତ କରିଚାଲିବ।
ଆଧୁନିକ ଶିକ୍ଷାର ଚରମ ଲକ୍ଷ୍ୟ ହେଲା ବୈଜ୍ଞାନିକ ଚେତନା ସୃଷ୍ଟି। ଭୂତପ୍ରେତରେ ବିଶ୍ୱାସ ଏହାର ଘୋର ପରିପନ୍ଥୀ। କାରଣ ଏବେ ନିର୍ଦ୍ଦିଷ୍ଟ ରୂପେ ପ୍ରମାଣିତ ହୋଇ ସାରିଲାଣି ଯେ, ପ୍ରତ୍ୟେକ ସଜୀବର ଜୀବନୀଶକ୍ତି ‘ପରମାତ୍ମା’ ତିଆରି କରୁଥିବା ‘ଆତ୍ମା’ ନୁହେଁ, ବରଂ କେତେକ ଜୈବରାସାୟନିକ କ୍ରିୟା ପ୍ରକ୍ରିୟାର ସନ୍ତୁଳନରୁ ସୃଷ୍ଟି ହୋଇଥାଏ। ଏଥିରେ ବ୍ୟାଘାତ ଆସିଲେ ତା’ର ମୃତ୍ୟୁ ଘଟେ। ଏପରିସ୍ଥଳେ, ‘ଆତ୍ମା’ ଏବଂ ମୃତ୍ୟୁ ପରେ ତାହା ପ୍ରେତ ପାଲଟିବା ବିଶ୍ୱାସ ଆଦୌ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷରେ, ଯେଉଁମାନେ ଏହାର ପ୍ରଚାର ଓ ପ୍ରସାର ଘଟାଉଛନ୍ତି ସେମାନେ ଏହି ପ୍ରଶ୍ନ କେତୋଟିର ଉତ୍ତର ଦେଇ ପାରିବେ କି ?
୧. ପାରମ୍ପରିକ ବିଶ୍ୱାସ ଅନୁସାରେ ପ୍ରତ୍ୟେକ ଜୀବର ‘ଆତ୍ମା’ ଥିବାର କୁହାଯାଏ। ତେବେ, ଜୀବଜଗତର ସୃଷ୍ଟିକାଳରୁ ଆଜି ମଧ୍ୟରେ ସେମାନଙ୍କ ସଂଖ୍ୟା ଅନେକ ଗୁଣ ବଢ଼ିଛି। ‘ପରମାତ୍ମା’ କ’ଣ ଏହା ଅଧିକରୁ ଅଧିକ ଗଢ଼ିବାରେ ଲାଗି ରହିଛନ୍ତି ? ୨. ଯଦି ସବୁ ଜୀବଙ୍କର ‘ଆତ୍ମା’ ଅଛି, ତେବେ ମଲାପରେ କେବଳ ମଣିଷ ଭୂତ ବା ପ୍ରେତ ହେଉଛି, ଅନ୍ୟମାନେ ହେଉନାହାନ୍ତି କାହିଁକି? ସେପରି ହେଉଥିଲେ ପୃଥିବୀ ଏବେ ସେହି ଅଶରୀରୀମାନଙ୍କରେ ଭରି ସାରନ୍ତାଣି। ୩. ପୃଥିବୀର ଜନସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ, ସେହି ଅନୁପାତରେ ଭୂତପ୍ରେତଙ୍କ ସଂଖ୍ୟା ବଢ଼ୁନି କାହିଁକି ?
୪. ଆମ ବିଶ୍ୱାସ ଅନୁସାରେ ପୁରୁଷମାନେ ମଲେ ‘ଭୂତ’ ଏବଂ ସ୍ତ୍ରୀମାନେ ‘ଡାହାଣୀ’ ହୁଅନ୍ତି। ତେବେ ‘ଆତ୍ମା’ର କ’ଣ ଲିଙ୍ଗଭେଦ ଅଛି ? ୫. ବୈଜ୍ଞାନିକମାନେ ଏବେ ଜୀବକୋଷ ଗଠନ କରୁଥିବା ଜୈବରାସାୟନିକ ଉପାଦାନମାନ ନେଇ ‘ମାଇକୋପ୍ଲାଜ୍‌ମା ଲାବୋରେଟୋରିୟମ୍‌ ନାମକ ଜୀବାଣୁଟିଏ ତିଆରି କରିଛନ୍ତି। ଏହା ସଜୀବ ଏବଂ ଏହାର ଜନ୍ମ ମୃତ୍ୟୁ ରହିଛି। ବଂଶବୃଦ୍ଧି ଶକ୍ତି ମଧ୍ୟ ରହିଛି। ଏ ବୈଜ୍ଞାନିକମାନେ ଏହାର ସୃଷ୍ଟି ପାଇଁ ‘ଆତ୍ମା’ ଆଣିଲେ କେଉଁଠୁ?
ଏହିଭଳି ପଚାରି ବସିଲେ ପ୍ରଶ୍ନସଂଖ୍ୟା ଅନେକ ହେବ ତେବେ, ଚାଲନ୍ତୁ ବର୍ତ୍ତମାନ ‘ଆତ୍ମା’ର ସତ୍ତାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ ନ କରି ବାହାନଗାର ଦୁର୍ଘଟଣାକୁ ଫେରିବା। ପାରମ୍ପରିକ ବିଶ୍ୱାସ ଅନୁସାରେ ମୃତ୍ୟୁପରେ ଆତ୍ମା ଶରୀର ଛାଡ଼ି ଚାଲିଯାଏ। ତେବେ ଏ ଦୁର୍ଘଟଣାରେ ମୃତ୍ୟୁବରଣର ଅନେକ ସମୟ ପରେ ମୃତଦେହଗୁଡ଼ିକୁ ବିଦ୍ୟାଳୟ ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ଅତଏବ ସେତେବେଳେ ତାଙ୍କ ‘ଆମତ୍ା’ ଶରୀର ତ୍ୟାଗ କରିସାରିଥିବେ। ଏପରିସ୍ଥଳେ ଏଠାକୁ ତାଙ୍କ ଭୂତ ପ୍ରେତ ଆସିଲେ କିପରି ଯେ, ଏହା ଏବେ ଏକ ‘ଭୂତଗୃହ’ରେ ପରିଣତ ହୋଇଗଲା? ଏଠାରେ କୌଣସି ଭୌତିକକାଣ୍ଡ ଘଟିଥିଲା କି? ପୁନଶ୍ଚ ଏବେ କୁହାଯାଉଛି ଯେ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନେକ ମୃତଦେହର କେହି ଦାବିଦାର ନାହାନ୍ତି। ଏଣୁ ସେଗୁଡ଼ିକୁ ବିଭିନ୍ନ ମେଡିକାଲ କଲେଜକୁ ଛାତ୍ରୀଛାତ୍ରମାନଙ୍କ ଅଧ୍ୟୟନ ପାଇଁ ପଠାଯିବ। ଯଦି ବିଦ୍ୟାଳୟ ଗୃହକୁ ପ୍ରେତ ଆସି ପାରିଲେ ସେମାନେ ସେଠାକୁ ନ ଯିବେ କାହିଁକି? ଅନ୍ୟପକ୍ଷରେ, ଯଦି ପ୍ରକୃତରେ ଭୂତପ୍ରେତ କିଛି ଥାଆନ୍ତି ସେମାନେ ନୂତନ ହୋଇ ନିର୍ମିତ ବିଦ୍ୟାଳୟ ଗୃହରେ କାହିଁକି ବସା ନ ବାନ୍ଧିବେ?
ଏପରିସ୍ଥଳେ, ସମସ୍ତ ବୈଜ୍ଞାନିକ ଚିନ୍ତାଧାରାକୁ ଜଳାଞ୍ଜଳି ଦେଇ କିଛି ଅନ୍ଧବିଶ୍ୱାସୀଙ୍କ ପ୍ରରୋଚନାରେ ସରକାର ବିଦ୍ୟାଳୟ ଗୃହଟି ଭାଙ୍ଗି ନୂତନ ଗୃହ ନିର୍ମାଣ କରିବା ଆଦୌ ସ୍ପୃହଣୀୟ ହୋଇନାହିଁ। ପ୍ରଥମତଃ ଏହାଦ୍ୱାରା ସର୍ବସାଧାରଣଙ୍କ ଅର୍ଥର ଅପବ୍ୟୟ ଘଟିଛି, ପୁନଶ୍ଚ ଏହା ବୈଜ୍ଞାନିକ ଚେତନାକୁ ଏକ ପ୍ରଚଣ୍ଡ ଧକ୍କା ପହଞ୍ଚାଇଛି। ଏପରିସ୍ଥଳେ, ଏହା ପାଲଟିଛି ଅନ୍ଧବିଶ୍ୱାସର ସ୍ମୃତିସ୍ତମ୍ଭଟିଏ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯଦି କିଛି ରାଜନୈତିକ ଉଦ୍ଦେଶ୍ୟ ରଖି ସର୍ବସାଧାରଣଙ୍କୁ ସନ୍ତୁଷ୍ଟ କରିବା ଲାଗି ସରକାର ଏହା କରିଥାନ୍ତି, ତା’ ହେଲେ ବର୍ତ୍ତମାନ ତାଙ୍କର ରେଳ ଦୁର୍ଘଟଣା ସମ୍ପର୍କରେ ସମସ୍ତ ଅନୁସନ୍ଧାନ ବନ୍ଦ କରିଦେବା ଏବଂ କର୍ତ୍ତବ୍ୟ ଅବହେଳା କାରଣରୁ ଗିରଫ ହୋଇଥିବା ସମସ୍ତଙ୍କୁ ଦୋଷମୁକ୍ତ କରିଦେବା ଯୁକ୍ତିଯୁକ୍ତ ହେବ। କାରଣ, ସ୍ଥାନୀୟ ଲୋକେ ଏବେ କହିଲେଣି ଯେ, ସେମାନେ ପୂଜାକରି ଆସୁଥିବା ନିକଟସ୍ଥ ଏକ ତେନ୍ତୁଳି ଗଛକୁ କାଟି ଦେବାରୁ ଏ ଦୁର୍ଘଟଣା ଘଟିଲା। ସରକାର ଏ ମତକୁ ସମ୍ମାନ ଦେଇ ଏହାକୁ ତା’ର କାରଣ ରୂପେ ଗ୍ରହଣ ନ କରିବେ କାହିଁକି?

  • ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
    ଉଷାନିବାସ, ୧୨୪/୨୪୪୫
    ଖଣ୍ଡଗିରି ବିହାର, ଭୁବନେଶ୍ୱର
    ମୋ-୯୯୩୭ ୩୦୧୪୬୦

Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri