ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା ଅଫିସ,୧୪ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତବର୍ଷ ୧ ହଜାର ହେକ୍ଟରକୁ ଛୁଇଁପାରିନାହିଁ। ସେହିପରି ଝୋଟ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗବେଷଣା କେନ୍ଦ୍ର ଏବେ ଅକାମୀ ହୋଇପଡ଼ିଛି। ହରଡ଼, ସୂର୍ଯ୍ୟମୁଖୀଠାରୁ ଆରମ୍ଭକରି ବହୁ ଅର୍ଥକରୀ ଫସଲ ଉତ୍ପାଦନ, ବିକ୍ରି ପାଇଁ ଜଳ ପରିଚାଳନା ଓ ମଣ୍ଡିର ଅଭାବ ଦେଖାଦେଇଛି। ଉନ୍ନତ ଜ୍ଞାନକୌଶଳ ପ୍ରଦାନ ସହ ଉପାନ୍ତ ଅଞ୍ଚଳରେ ଥିବା ନଦୀଗୁଡ଼ିକ ସଂଯୋଗୀକରଣ ପାଇଁ ଏକ ବୃହତ୍‌ କେନାଲର ଆବଶ୍ୟକତା ଥିବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ପଟ୍ଟାମୁଣ୍ଡାଇର ଆଖୁଚାଷୀ ଅକ୍ଷୟ ବେହେରା କହିଛନ୍ତି, ଜିଲାର ଗରଦପୁର, ମାର୍ଶାଘାଇ, ଡେରାବିଶ, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ବ୍ଲକ ଅଞ୍ଚଳର ଚାଷୀ ୧୦ ବର୍ଷ ପୂର୍ବେ ଆଖୁଚାଷକୁ ପ୍ରାଧାନ୍ୟ ଦେଉଥିଲେ। ତତ୍କାଳୀନ ସମୟରେ ୧୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଅଞ୍ଚଳରେ ଆଖୁଚାଷ ହେଉଥିଲା। ନିକଟସ୍ଥ କୃଷ୍ଣଦାସପୁରରେ ଏକ ଆଖୁ ମିଲ୍‌ ହୋଇଥିଲା। ଏହି ମିଲ୍‌ ବନ୍ଦ ହେବା ସହିତ କ୍ଷେତକୁ ଜଳ ପରିଚାଳନା ଆଖୁ ଚାଷକୁ ନଷ୍ଟ କରିଛି। ବୃହତ୍‌ ବଜାର ଅଭାବରୁ ପର୍ବପର୍ବାଣି ପାଇଁ ମାତ୍ର ହଜାର ହେକ୍ଟର ଅଞ୍ଚଳରେ ଏବେ ଚାଷ ହେଉଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ଜିଲାରେ ଚାଷକରି ସାମ୍ପ୍ରତିକ ସମୟରେ ପରିବାର ପ୍ରତିପୋଷଣ କରିବା ବଡ଼ କଷ୍ଟକର। ୧୫ ଏକର ଜମିରେ ହରଡ଼ ଓ ସୂର୍ଯ୍ୟମୁଖୀ ଚାଷ ହେଉଥିବା ବେଳେ ଚଳିତବର୍ଷ ମଜୁରି ମୂଲ୍ୟ, ଜଳଯୋଗାଣ ଆଦି ଅସୁବିଧା ସୃଷ୍ଟି ହେବାରୁ କ୍ଷେତ ପଡ଼ିଆ ରହିବ। ବଜାରରେ ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ବାଧ୍ୟହୋଇ ୨ ପୁଅ କର୍ମନିଯୁକ୍ତି ପାଇଁ ସୁରଟକୁ ଯାଇଛନ୍ତି। କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ସ୍ଲୋଗାନ ଓ ରାଜ୍ୟ ସରକାରଙ୍କ କେନ୍ଦ୍ରାପଡ଼ା ଜିଲାର କୃଷି ପ୍ରତି ବିଶେଷ ଧ୍ୟାନଦେବା ପ୍ରତିଶ୍ରୁତି ଏଠାରେ କାର୍ଯ୍ୟକାରୀ ହେଉନାହିଁ। ଦୀର୍ଘ ୨୮ ବର୍ଷ ଧରି ଜଳସେଚନ ପାଇଁ କେନାଲ ଖନନ ହୋଇ ନ ଥିବା ବେଳେ ଖରିଫ ଧାନ ଚାଷ ସମୟରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଛି। ରାଜ୍ୟରେ ପ୍ରତିବର୍ଷ ୨.୨୧ ଲକ୍ଷ ମେଟ୍ରିକ ଟନ ଚିନିର ଆବଶ୍ୟକତା ଅଛି। ଏଥିପାଇଁ ଆଖୁଚାଷକୁ ପ୍ରୋତ୍ସାହନ ମିଳିବା କଥା। କେନ୍ଦ୍ରାପଡ଼ା ଜିଲାରେ ଏହି ଚାଷ ଏବେ ତଳମୁହଁା ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚିନିକଳକୁ ବନ୍ଦ କରାଯାଉଛି। ଉପଯୁକ୍ତ ବଜାର ମଣ୍ଡି ନ ହେଲେ ଚାଷୀ କ୍ଷତି ସହିବେ। ବୁଦ୍ଧିଜୀବୀ ମୀର ଅବୁ ଓବେଦା କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ଉପାନ୍ତ ଅଞ୍ଚଳରେ ଥିବା ନଦୀର ସଂଯୋଗୀକରଣ କେନାଲ ଆବଶ୍ୟକ। ବନ୍ୟା ସମୟରେ ଏହାକୁ ସୁପରିଚାଳନା କରିହେବ। ସେହିପରି ବିଭିନ୍ନ ବ୍ଲକେଜ ମାଧ୍ୟମରେ କ୍ଷେତକୁ ଜଳସେଚନ ହୋଇପାରିବ। ଏ ସମ୍ପର୍କରେ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ ପଚାରିବାରେ କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ଜୋନ୍‌ରେ ଅଛି। ଜିଲାରେ ଚାଷ ପାଇଁ ଉପଯୁକ୍ତ ପରିମାଣରେ ବର୍ଷା ହେଉଥିଲେ ମଧ୍ୟ ୪ ପ୍ରକାର ମାଟି ଅଛି। ଏହାକୁ ଭିତ୍ତିକରି ସମନ୍ବିତ ଚାଷକୁ ଗୁରୁତ୍ୱ ଦିଆଯାଇଛି। ପୋଖରୀ, ପନିପରିବା, ଫଳ ଗଛ ଲଗାଇବାକୁ ପରାମର୍ଶ ଦିଆଯାଉଛି। ସେହିପରି ଛେଳି, କୁକୁଡ଼ା ଫାର୍ମ, ଛତୁ, ହଳଦୀ ଓ ଔଷଧୀୟ ବୃକ୍ଷ ଜିଲାର ଅର୍ଥନୀତି କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri