ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି: କଂଗ୍ରେସ

ଭୁବନେଶ୍ବର, ୭ା୬(ବ୍ୟୁରୋ): ଓଡ଼ିଶାର ବିଦ୍ୟୁତ୍‌ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଦୀର୍ଘବର୍ଷ ଧରି ରାଜ୍ୟର ଉପଭୋକ୍ତମାନଙ୍କୁ ଶୋଷଣ କରିଚାଲିଛି। ଏକଥା ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ, ଶକ୍ତି ସଚିବ, ଗ୍ରୀଡ୍‌କୋର ପଦାଧିକାରୀ, ଓଇଆର୍‌ସିର ଅଧ୍ୟକ୍ଷଙ୍କୁ ଜଣାଯାଇଛି। ହେଲେ ସେମାନଙ୍କ ଦୀର୍ଘକାଳୀନ ମୌନବ୍ରତ ଟାଟା ପାୱାରକୁ ଅଧିକ ଶୋଷଣ କରିବା ପାଇଁ ପ୍ରୋତ୍ସାହିତ କରିୁଛି ବୋଲି କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି।
କଂଗ୍ରେସ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପଞ୍ଚାନନ କହିଛନ୍ତି, ଟାଟା ପାୱାର କମ୍ପାନୀକୁ ରାଜ୍ୟ ସରକାର ଓଡ଼ିଶାର ବିଦ୍ୟୁତ୍‌ ବିତରଣ ଦାୟିତ୍ୱ ଦେବା ପୂର୍ବରୁ ଓଡ଼ିଶାର ଉପଭୋକ୍ତମାନଙ୍କୁ ପ୍ରଥମ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ଏକ ସର୍ବନିମ୍ନ ଦର ଲାଗୁ ହେଉଥିଲା, ଯାହାକି ସେତେବେଳେ ଟ.୨.୫୦ ପଇସା ଥିଲା। କିନ୍ତୁ ଟାଟା ପାୱାର ବିତରଣ ଦାୟିତ୍ୱ ନେବାପରେ ପ୍ରଥମ ସ୍ଲାବ୍‌ ଯାହାକି ୧ରୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ଥିଲା ତାହାକୁ କମାଇ ୧ରୁ ୫୦ ୟୁନିଟ୍‌ କରିଲା। ୟୁନିଟ୍‌ ପିଛା ଦରବୃଦ୍ଧି କରି ୩ଟ ୫୦ ପଇସା କଲା। ଓଡ଼ିଶାର ଲକ୍ଷାଧିକ ଉପଭୋକ୍ତାଙ୍କୁ ରାଜ୍ୟ ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ଯୋଗୁ ଟାଟା ପାୱାର ଶୋଷଣ କଲା। ପ୍ରତିମାସ ୩୦ ଦିନ ପରେ ମିଟର ରିଡିଂ କରିବା ପରିବର୍ତ୍ତେ ଟାଟା ପାୱାର ଜାଣିଶୁଣି ୧୦ ଦିନ ବିଳମ୍ବରେ ମିଟର ରିଡିଂ କରୁଛନ୍ତି। ଉପଭୋକ୍ତାଙ୍କୁ ମିଡିୟମ ସ୍ଲାବ୍‌ ରେଟ୍‌ ପରିବର୍ତ୍ତେ ୫୦ରୁ ୧୦୦ ୟୁନିଟ୍‌ ସ୍ଲାବ୍‌ର ଦର ଅନୁସାରେ ଆଦାୟ କରାଯାଉଛି ବୋଲି ପଞ୍ଚାନନ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri