Odisha Elections 2024

ଆପାର୍ଟମେଣ୍ଟ ପଞ୍ଜୀକରଣ ବାଟ ଖୋଲିଲା

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଗତ ୧ ବର୍ଷ ଧରି ବନ୍ଦ ହୋଇ ରହିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଖୋଲିଲା। ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩କୁ ଅଧ୍ୟାଦେଶ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ଅଧ୍ୟାଦେଶକୁ ଅନୁମୋଦନ କରାଯାଇଛି।
ଆପାର୍ଟମେଣ୍ଟ ପଞ୍ଜୀକରଣ ବେଳେ ରିୟଲ ଇଷ୍ଟେଟ୍‌ ଅଥରିଟି ଆକ୍ଟ(ରେରା)-୨୦୧୬କୁ ଉଲ୍ଲଂଘନ କରାଯାଉଥିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଫଳରେ ଗତ ବର୍ଷେ ହେବ ଆପାର୍ଟମେଣ୍ଟ ପଞ୍ଜୀକରଣ ହୋଇପାରୁନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨’କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ବିଧାନସଭା ବଜେଟ ଅଧିବେଶନରେ ଅନୁମୋଦନ ପାଇଁ ଆସିଥିବା ଉକ୍ତ ଅଧିନିୟମ ପ୍ରସ୍ତାବକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨(୧୯୮୪ର ଓଡ଼ିଶା ଧାରା ୧)କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବର୍ତ୍ତମାନ ବିଧାନସଭାର କୌଣସି ଅଧିବେଶନ ନ ଥିବାରୁ ଏହି ନୂଆ ଅଧିନିୟମକୁ ଅଧ୍ୟାଦେଶ ଜରିଆରେ ପ୍ରଣୟନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ରିୟଲ ଇଷ୍ଟେଟ୍‌ (ନିୟମାବଳୀ ଓ ବିକାଶ) ଅଧିନିୟମ-୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ, ୨୦୨୧ ମଧ୍ୟରେ ପରସ୍ପର ବିରୋଧାଭାସ ନିୟମ ରହିବାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୨୦୨୧ର ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକ ଯୋଗୁ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଛି। ବିକ୍ରୟ କବଲା ପଞ୍ଜୀକୃତ ହେଉ ନ ଥିବାରୁ ରାଜ୍ୟ ସରକାର ମଧ୍ୟ ରାଜସ୍ବ ହରାଉଛନ୍ତି। ଆପାର୍ଟମେଣ୍ଟକୁ ପ୍ରୋତ୍ସାହନ, ସେଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ଉତ୍ତରାଧିକାରୀ ଓ ହସ୍ତାନ୍ତର ଅଧିକାରକୁ ସୁନିଶ୍ଚିତ କରିବାକୁ ଅଧିନିୟମରେ ବ୍ୟବସ୍ଥା ରହିଛି। ଏଥିରେ ଆପାର୍ଟମେଣ୍ଟ ମାଲିକମାନଙ୍କର କମନ ଏରିଆ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସର ଏମପି ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ।...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

ଭାଜପାରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର; ଶାରଦା- ରାକେଶ ବି ବହିଷ୍କୃତ

ଭୁବନେଶ୍ୱର,୧୭।୫: ଭାଜପାରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ସେହିଭଳି ମାହାଙ୍ଗାର ଶାରଦା ପ୍ରଧାନ ଏବଂ ସୋରର ରାକେଶ ମଲ୍ଲିକ ମଧ୍ୟ ଭାଜପାରୁ ବହିଷ୍କୃତ...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

ଘୋଷଣା ହେଲା ପିଜି ପ୍ରବେଶିକା ପରୀକ୍ଷା ତାରିଖ, ଜାଣନ୍ତୁ…

ଭୁବନେଶ୍ୱର,୧୭।୫: ରାଜ୍ୟରେ ପୋଷ୍ଟ ଗ୍ରାଜୁଏଟ(ପିଜି) ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ ଖବର । ଆସିଲା ପିିଜି ପ୍ରବେଶିକା ପରୀକ୍ଷାର ତାରିଖ ।...

ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ...

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri