ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ସମସ୍ତଙ୍କର ଇଚ୍ଛା ଥାଏ। କିନ୍ତୁ ଏ ସୌଭାଗ୍ୟ ସମସ୍ତଙ୍କୁ ମିଳେନା। ତେବେ ବାସ୍ତୁଶାସ୍ତ୍ରରେ ଏମିତି କିଛି ନିୟମ ରହିଛି; ଯାହାକୁ ମାନିଲେ ସମ୍ପର୍କରେ ନିବିଡ଼ତା ଆସିବା ସହ ଦାମ୍ପତ୍ୟ ଜୀବନରେ ସୁଖ ଭରି ଯାଇଥାଏ। ଯେମିତିିକି: ପତ୍ନୀପତିଙ୍କର ବେଡ୍ରୁମ୍ ଉତ୍ତର-ପଶ୍ଚିମ ଦିଗରେ ରହିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ। ସେମାନଙ୍କ ବେଡ୍ରୁମ୍ର କାନ୍ଥରେ ହାଲ୍କା ରଙ୍ଗର ପ୍ରୟୋଗ କରିବା ବି ଅନେକ ଶୁଭଫଳ ଦେଇଥାଏ। ସେହିପରି ପତ୍ନୀଙ୍କୁ ବେଡ୍ର ବାମ ପଟେ ଏବଂ ପତିଙ୍କୁ ବେଡ୍ର ଡାହାଣ ପଟେ ଶୋଇବା ଦରକାର। ଏହାଦ୍ୱାରା ସମ୍ପର୍କରେ ଭଲ ପାଇବା ବଢିଥାଏ। ପତ୍ନୀପତି ଚାହିଁଲେ ବେଡ୍ରୁମ୍ରେ ଯୋଡ଼ା ହଂସର ଫଟୋ କିମ୍ବା ଚିତ୍ରକୁ ମଧ୍ୟ ଲଗାଇପାରିବେ। କୁହାଯାଏ, ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜ୍ଜା ବଢିବା ସହ ସମ୍ପର୍କ ଦୃଢ ହୁଏ। ଅନ୍ୟପକ୍ଷେ, ଦମ୍ପତିଙ୍କୁ ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡ ଏବଂ ଉତ୍ତର ଦିଗକୁ ଗୋଡ଼ କରି ଶୋଇବା ଦରକାର। କାରଣ ଏହାଦ୍ୱାରା ଶରୀର ଭଲ ରହିବା ସହ ସମ୍ପର୍କ ନିବିଡ଼ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆଉ ସବୁଠୁ ବଡ଼ କଥା ହେଉଛି ସୁଖୀ ଦାମ୍ପତ୍ୟ ପାଇଁ ପତ୍ନୀପତିଙ୍କ ଭିତରେ ବିଶ୍ୱାସ ଓ ଉତ୍ତମ ବୁଝାମଣା ରହିବା ନିତ୍ୟାନ୍ତ ଆବଶ୍ୟକ।
Posted inଜୀବନଚର୍ଯ୍ୟା View All
୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର
ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...
ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର
ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...
ରାତି ପାହୁପାହୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ, ବସିଥିବେ ହଠାତ୍ ପହଞ୍ଚିବ ଟଙ୍କା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଏହାର ପ୍ରଭାବ ସିଧା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ...
ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…
ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...
ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍
ପ୍ଲାଷ୍ଟିକ୍ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...
ଶରୀର ପାଇଁ ଉପକାରୀ ଗାଜର, ହାର୍ଟକୁ ସୁସ୍ଥ ରଖିବା ସହ…
ଗାଜର ଆମ ଶରୀର ପାଇଁ ବେଶ୍ ଉପକାରୀ। ଏଥିରେ ଭିଟାମିନ, ଫାଇବର୍ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ...
ବଂଶଗତ ରୋଗ ଥାଲାସିମିଆ
ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍ ପରିବହନକାରୀ ହେମୋଗ୍ଲୋବିନ୍ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...
ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ
ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...
Archives


