ବିସ୍ଥାପିତଙ୍କୁ ଥଇଥାନ ନ କରି ଖଣି କାର୍ଯ୍ୟ

ସୁନ୍ଦରଗଡ଼,୨୮ା୫(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଡୁଲିଙ୍ଗାଠାରେ ଏନ୍‌ଟିପିସି ପକ୍ଷରୁ କୋଇଲା ଖଣି ଆରମ୍ଭ ହୋଇଛି। ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ଖପୁରୀକଚ୍ଛାର ୬୪ପରିବାରଙ୍କୁ କ୍ଷତିପୂରଣ ଓ ଥଇଥାନ ନ କରି ଖଣି ଖନନ କାର୍ଯ୍ୟ ଚାଲୁଥିବା ଯୋଗୁଁ କୋଇଲା ଧୂଳି ଧୂଆଁରେ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ, ବିସ୍ଥାପନ ଓ ଥଇଥାନ ପରେ ଖଣି କାର୍ଯ୍ୟ କରାଯିବା କଥା। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ବିସ୍ଥାପିତଙ୍କ ଦାବି ପୂରଣ ନ କରି ଗାଁ ଚାରିପଟେ ପାହାଡ଼ ଭଳି ଓଭର ବର୍ଡନ କୋଇଲା ଓ ମାଟି ଗଦା କରୁଛି। ଧୂଳି, ଧୂଆଁ ସବୁ ଉଡ଼ି ଲୋକଙ୍କ ଘର ଭିତରେ ପସି ଆସବାବପତ୍ର ସବୁ କଳା ପଡ଼ିଯାଉଛି। ସେପଟେ କ୍ଷତି ପୂରଣ ମିଳି ନ ଥିବାରୁ ଲୋକେ ଗଁା ଛାଡ଼ି ଯିବାକୁ ରାଜି ନାହାନ୍ତି। ଅନ୍ୟ ପଟେ କମ୍ପାନୀ କହୁଛି ପ୍ରଥମେ ଘର ଛାଡ଼, ତାପରେ କ୍ଷତି ପୂରଣ ଦିଆଯିବ। କମ୍ପାନୀ କଥା ଶୁଣି ଗ୍ରାମର ୩୨ପରିବାର କ୍ଷତି ପୂରଣ ନ ପାଇ ମଧ୍ୟ ଗାଁ ଛାଡ଼ି ଗଲେଣି। ହେଲେ ୬୪ପରିବାର କ୍ଷତି ପୂରଣ ନ ମିଳିଲେ ଗାଁ ଛାଡ଼ିବୁ ନାହିଁ ବୋଲି କହିଛନ୍ତି। କମ୍ପାନୀର ଏଭଳି ମନମାନୀ କାର୍ଯ୍ୟ ବିରୁଦ୍ଧରେ ଗ୍ରାମବାସୀ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କମିଶନ ରିପୋର୍ଟ ତଲବ କରିଛନ୍ତି। ରିପୋର୍ଟ ନ ମିଳିବା ଯାଏଁ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ହେଲେ କମ୍ପାନୀ ଏହାକୁ ଅଣଦେଖା କରି କାର୍ଯ୍ୟ ଚଳାଇଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋଇଲା ଉତ୍ତୋଳନ ବେଳେ ବାହାରୁଥିବା ବର୍ଜ୍ୟ କୋଇଲା ଓ ମାଟିକୁ ଗଦା କରିବା ପାଇଁ ଖପୁରୀକଚ୍ଛା ଗାଁ ଓ ଜମିକୁ କମ୍ପାନୀ ଅଧିଗ୍ରହଣ କରିଛି। ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ। ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ବେହେରାଙ୍କୁ ପଚାରିବାରୁ ଗାଁ ଲୋକଙ୍କ ସହିତ ଆଲୋଚନା ହୋଇଛି। ଆସନ୍ତା ୨ମାସ ମଧ୍ୟରେ ସମସ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri