ଖାଇବା ତେଲ ବ୍ୟବସାୟ ନଁାରେ ୬୩.୯୪ ଲକ୍ଷ ଠକେଇ

କଟକ ଅଫିସ,୨୮ା୫: ଦିନକୁ ଦିନ ନୂଆ ନୂଆ ତରିକାରେ ଠକେଇ ହେଉଛି। ଯାହାର ଶିକାର ହେଉଛନ୍ତି ବଡ଼ ବଡ଼ ବ୍ୟବସାୟୀ। ଖାଇବା ତେଲ ବ୍ୟବସାୟ ନଁାରେ ୬୩.୯୪ ଲକ୍ଷ ଟଙ୍କାର ଠକେଇ ହୋଇଛି। ବିହାର-ଓଡ଼ିଶା ଆନ୍ତଃରାଜ୍ୟ ଠକ ଏଭଳି କାରବାରରେ କାର୍ପଟ୍‌ଦାର ସାଜିଛନ୍ତି। ଏଭଳି ଏକ ଠକେଇ ଘଟଣାରେ ବିଡ଼ାନାସୀ ପୋଲିସ ଜଣେ ଅଭିଯୁକ୍ତଙ୍କୁ କୋଲ୍‌କାତାରୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ସେମାନଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରୁଛି।
ପୋଲିସ ସୂଚନା ଅନୁଯାୟୀ, ବିଡ଼ାନାସୀ ଥାନା ଅନ୍ତର୍ଗତ ଶତାବ୍ଦୀ ବିହାର ଅଞ୍ଚଳର ବିଶ୍ୱରଞ୍ଜନ ସେଠୀଙ୍କର ଖାଇବା ତେଲ କମ୍ପାନୀ ରହିଛି। ସୁବାସ ଚନ୍ଦ୍ର ଦାଶ ଓ ଶିତିକଣ୍ଠ ମହାନ୍ତି ନାମକ ୨ ଜଣ ବ୍ୟକ୍ତି ୨୦୨୨ ଜାନୁୟାରୀରେ ବିଶ୍ୱରଞ୍ଜନଙ୍କ ନିକଟକୁ ଆସି ଏକ କମ୍ପାନୀର ଓଡ଼ିଶା ରିଜିଅନ୍‌ ମାର୍କେଟିଂ ମ୍ୟାନେଜର ଭାବେ ନିଜର ପରିଚୟ ଦେଇଥିଲେ। ସେମାନଙ୍କ କମ୍ପାନୀ ନିକଟରୁ ପାମ୍‌ ତେଲ କିଣିବା ପାଇଁ ସେମାନେ ବିଶ୍ୱରଞ୍ଜନଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ କମ୍ପାନୀର ନିର୍ଦ୍ଦେଶକ ସତ୍ୟପ୍ରକାଶ ସିଂହ ଓ ପରିଚାଳନା ନିର୍ଦ୍ଦେଶିକା ସୀମା ସିଂହ ତାଙ୍କ ଘରକୁ ଆସି କମ୍ପାନୀରୁ ତେଲ କିଣି ବ୍ୟବସାୟ କରିବାକୁ କହିଥିଲେ। ବିଶ୍ୱରଞ୍ଜନ ଏଥିରେ ସହମତି ପ୍ରକାଶ କରିବା ପରେ ତାଙ୍କ କମ୍ପାନୀର ବିହାରରେ ଥିବା ଉକ୍ତ କମ୍ପାନୀ ସହ ୨୦୨୨ ମାର୍ଚ୍ଚ ୨୩ରେ ଏକ ଚୁକ୍ତିନାମା ହୋଇଥିଲା। ପରେ ବିଶ୍ୱରଞ୍ଜନ ଅପରପକ୍ଷ ଆକାଉଣ୍ଟରେ ୯୬ ଲକ୍ଷ ଟଙ୍କା ଜମା କରିଥିଲେ। ମାତ୍ର ଉକ୍ତ କମ୍ପାନୀ ୫୦ ଲକ୍ଷ ଟଙ୍କାର ପାମ୍‌ ତେଲ ଯୋଗାଇଥିଲା, ଯାହାକି ବଜାର ଦରଠାରୁ ବହୁ ଉଚ୍ଚା ଦରରେ। ହେଲେ ସୁବାସ ଲିଖିତ ଭାବେ ଏହି କ୍ଷତି ଅବଶିଷ୍ଟ ୪୬ ଲକ୍ଷ ଟଙ୍କାର ତେଲ ଦେବାବେଳେ ଭରଣା କରିଦେବେ ବୋଲି କହିଥିଲେ। ଦୀର୍ଘଦିନ ପରେ ସୁବାସ ୯୧୮ ଟିଣ ପାମ୍‌ ତେଲ ଧରି ପହଞ୍ଚିଥିଲେ, ଯାହାର ମୂଲ୍ୟ ୧୭ ଲକ୍ଷ ୪୪ ହଜାର ୨୦୦ ଟଙ୍କା ହେବ। ସେହି ତେଲକୁ ବଜାରରେ ବିକ୍ରି କରିବା ପାଇଁ ସେ ପୁଣି ବିଶ୍ୱରଞ୍ଜନଙ୍କଠାରୁ ନେଇଗଲେ। ଏଥିସହ ୫୦ ହଜାର ଟଙ୍କା ମଧ୍ୟ ନଗଦ ଆକାରରେ ନେଇଗଲେ। ହେଲେ କୌଣସି ପଇସା ଦେଲେନାହିଁ। ୨୦୨୨ ଅକ୍ଟୋବର ୧୧ରେ ବିଶ୍ୱରଞ୍ଜନ ରାଞ୍ଚି ଅଫିସକୁ ଯାଇ ସତ୍ୟପ୍ରକାଶଙ୍କୁ କହିବା ପରେ ସେ ତାଙ୍କୁ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲେ। ସେ ବିଶ୍ୱରଞ୍ଜନଙ୍କଠାରୁ ମୋଟ ୬୩ ଲକ୍ଷ ୯୪ ହଜାର ଟଙ୍କା ଠକି ନେଇଥିଲେ। ଏ ନେଇ ବିଶ୍ୱରଞ୍ଜନ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୨୦୩/୨୩) ରୁଜୁ କରିଥିଲା। ପରେ କୋଲ୍‌କାତାରୁ ସତ୍ୟପ୍ରକାଶଙ୍କୁ ଗିରଫ କରି ସେଠାକାର କୋର୍ଟରେ ହାଜର କରାଇଥିଲା। ସେଠାରୁ ରିମାଣ୍ଡରେ ଓଡ଼ିଶା ଆଣିବା ପରେ ଶନିବାର କଟକସ୍ଥିତ ଅଦାଲତାରେ ହାଜର କରାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri