୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର,୧୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ୟୁନିୟନ ବ୍ୟାଙ୍କରୁ ଋଣ ଠକେଇ ମାମଲାରେ ସହରର ୨ଟି ରିଅଲ ଇଷ୍ଟେଟ ସଂସ୍ଥାର ବିଭିନ୍ନ ବାଣିଜି୍ୟକ ଏବଂ ଆବାସିକ ସମ୍ପତ୍ତି ଉପରେ ଚଢ଼ାଉବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧.୯୭୮ କେଜି ସୁନା (ଯାହାର ମୂଲ୍ୟ ୧.୩ କୋଟି ଟଙ୍କା),୧୫ ଲକ୍ଷ ଟଙ୍କା ଓ ବିଭିନ୍ନ କାଗଜପତ୍ର ଜବତ କରିଛି। କଟକ ରୋଡ୍‌ରେ ଥିବା ସୁରନାଗ୍‌ ବିଲ୍ଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ସମୟରେ ବହୁ କାଗଜପତ୍ର ଜବତ ମଧ୍ୟ କରାଯାଇଛି। ବ୍ୟାଙ୍କରୁ ସାଢ଼େ ୨୪କୋଟିରୁ ଅଧିକ ଟଙ୍କା ଠକେଇ ଘଟଣାରେ ଏହି ସଂସ୍ଥାର ଲିଙ୍କ୍‌ ମିଳିବା ପରେ ଚଢ଼ାଉ ହୋଇଥିଲା। ଖାଲି କଟକ ରୋଡ୍‌ରେ ନୁହେଁ ମୋଟ ୮ଟି ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ଭୁବନେଶ୍ୱର ଆଞ୍ଚଳିକ ଡେପୁଟି ଜେନେରାଲ ମ୍ୟାନେଜର ତଥା ତତ୍କାଳୀନ ଡେପୁଟି ଜେନେରାଲ ମ୍ୟାନେଜର ରୂପଲାଲ ମୀନାଙ୍କ ଅଭିଯୋଗ ଆଧାରରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ)ରେ ତିନୋଟି ପୃଥକ୍‌ ମାମଲା ପଞ୍ଜୀକୃତ ହୋଇଥିଲା। ଅଭିଯୋଗ ଅନୁଯାୟୀ, ୟୁବିଆଇର ତିନିଜଣ ଅଧିକାରୀ ଭୁବନେଶ୍ୱର ମହାପାତ୍ର, ଅଶ୍ୱିନୀ କୁମାର ପାତ୍ର ଏବଂ ରାଜେଶ କୁମାର ପଟଙ୍ଗା କାଗଜ ପତ୍ର ଯାଞ୍ଚ ନ କରି ଏମ୍‌/ଏସ୍‌ ଜିଡିଏସ ବିଲ୍‌ଡର୍ସ ପ୍ରାଇଭେଟର ନିର୍ଦ୍ଦେଶକ ଏବଂ ସୁରାଙ୍ଗ ବିଲଡର୍ସ ଲିମିଟେଡ ପ୍ରରୋଚନାରେ ୪୪ଜଣଙ୍କ ନାମରେ ୨୦୧୭ରେ ୨୪.୧୭ କୋଟି ଟଙ୍କା ଗୃହ ବାବଦକୁ ଋଣ ମଞ୍ଜୁର କରିଥିଲେ। ତେବେ ପରେ ଦାଖଲ ହୋଇଥିବା କାଗଜ ପତ୍ର ଜାଲ୍‌ ବୋଲି ଜଣାପଡ଼ିବା ପରେ ସିବିଆଇରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ସିବିଆଇ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୫ଜଣଙ୍କୁ ଗିରଫ ୨୦୨୦ରେ ଗିରଫ କରିଥିଲା। ପରେ ଖୋଳତାଡ଼ କରି ଅଭିଯୁକ୍ତ ରିଅଲଟର୍‌ ଏବଂ ଅନ୍ୟମାନଙ୍କ ବିରୋଧରେ ଇଡି ଆଉ ଏକ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri