Posted inଜାତୀୟ

ସମଲିଙ୍ଗୀ ବିବାହକୁ ବ୍ୟାଧି ବୋଲି କହିଲା ଆରଏସ୍‌ଏସ୍‌

ନୂଆଦିଲ୍ଲୀ,୬।୫: ଦେଶରେ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ମହିଳା ସଙ୍ଗଠନ ଦାବି କରି କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ ଏକ ପ୍ରକାର ବ୍ୟାଧି। ଯଦି ଏପରି ବିବାହକୁ ଆଇନସମ୍ମତ କରାଯାଏ, ତେବେ ଏହା ଆହୁରି ବୃଦ୍ଧି ପାଇବ।
ହିନ୍ଦୁ ଦକ୍ଷିଣପନ୍ଥୀ ସଙ୍ଗଠନର ମହିଳା ଗୋଷ୍ଠୀ ଦାବି କରିଛନ୍ତି ଯେ, ସମଲିଙ୍ଗୀ ବିବାହକୁ ନେଇ କରାଯାଇଥିବା ସର୍ଭେରେ ୩୧୮ ଜଣ ଡାକ୍ତର ସେମାନଙ୍କ ମତ ରଖିଛନ୍ତି। ସଙ୍ଗଠନର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ପ୍ରାୟ ୭୦% ଡାକ୍ତର ଏବଂ ସେମାନଙ୍କର ସହଯୋଗୀ ପ୍ରଫେସର ସମଲିଙ୍ଗୀ ସମ୍ପର୍କ ଏକ ବ୍ୟାଧି ବା ଡିସ୍‌ଅର୍ଡର ଭାବେ ବିବେଚନା କରିଛନ୍ତି। ୮୩%ଙ୍କ ମତରେ ଏହାଦ୍ୱାରା ଯୌନରୋଗ ବଢ଼ିବାର ସମ୍ଭାବନା ରହିଛି।
ସଙ୍ଗଠନ କହିଛି ଯେ, ଏପରି ମାନସିକ ବିକୃତ ରୋଗୀଙ୍କୁ ଭଲ କରିବା ପାଇଁ କାଉନସେଲିଂ ଗଠନ କରାଯିବା ଉଚିତ। ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିବାକୁ କୌଣସିି ନିଷ୍ପତ୍ତି ନେବା ପୂର୍ବରୁ ଜନମତ ଗ୍ରହଣ କରାଯିବା ଆବଶ୍ୟକ।
ଅନେକ ଧାର୍ମିକ ଅନୁଷ୍ଠାନ ଏଭଳି ବିବାହର ସ୍ବୀକୃତିକୁ ବିରୋଧ କରିଛନ୍ତି। ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମଧ୍ୟ ଏହାକୁ ବିରୋଧ କରି ଏକ ବିବୃତି ଦେଇଛନ୍ତି। ସେ କହିଛନ୍ତି, ସନାତନ ଧର୍ମ ଅନୁଯାୟୀ ଏହି ବିବାହ ସମ୍ଭବ ନୁହେଁ। ଏହା ଦିଗହୀନ ଅଟେ।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri