ସାପ ପେଟରୁ ବାହାରିଲା ଜାମୁରୋଳ

ଭୁବନେଶ୍ୱର, ୨୭।୪ (ବ୍ୟୁରୋ): ଜାମୁରୋଳ ଗିଳି ଅସୁସ୍ଥ ହୋଇ ପଡିଥିବା ନାଗ ସାପର ଚିକିତ୍ସା କରାଯାଇଛି। ବୁଧବାର ଓୟୁଏଟିସ୍ଥିତ ଭେଟେରିନାରି କଲେଜରେ ଅସ୍ତ୍ରୋପଚାର କରାଯାଇ ସାପ ପେଟରୁ ଜାମୁରୋଳ କଢାଯାଇଛି। ସାପଟିକୁ ଓୟୁଏଟି ଆଣିବା ପରେ ତା’ ପେଟରେ କ’ଣ ଅଛି ତାହା ଦେଖିବା ପାଇଁ ଏକ୍ସରେ କରାଯାଇଥିଲା। ମାତ୍ର ଏଥିରୁ କିଛି ଜଣାପଡି ନ ଥିଲା। ଏହାପରେ କଲେଜର ସର୍ଜରି ବିଭାଗ ପ୍ରଫେସର ଡା. ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର କରି ସାପ ପେଟରୁ ଜାମୁରୋଳ ବାହାର କରିଥିଲେ।
ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ବସନ୍ତ ବେହେରା ତାଙ୍କ ବାଡିରେ ମଙ୍ଗଳବାର ଏହି ସାପକୁ ଦେଖିଥିଲେ। ଏହାପରେ ସେ ପଡୋଶୀ ଘରେ ରହୁଥିବା ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ ସୁଶାନ୍ତ କୁମାର ବେହେରାଙ୍କୁ ଖବର ଦେଇଥିଲେ। ସୁଶାନ୍ତ ଏହି ୪ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିବା ସମୟରେ ତା’ ପେଟ ଭିତରେ କିଛି କଠିନ ପଦାର୍ଥ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଡେଲାଙ୍ଗ ରେଞ୍ଜ ଅଫିସରଙ୍କ ପରାମର୍ଶକ୍ରମେ ସୁଶାନ୍ତ ସାପଟିକୁ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟ ଆଣିବା ପରେ ଭେଟେରିନାରି କଲେଜରେ ତାହାର ଚିକିତ୍ସା କରାଯାଇଥିଲା। ଏନେଇ ପ୍ରଫେସର ନାଥ କହିଛନ୍ତି, ୩୦ ବର୍ଷର ଚାକିରି କାଳ ମଧ୍ୟରେ ସାପ ଜାମୁରୋଳ ଖାଇବା କେବେ ଦେଖି ନ ଥିଲି। ଅପରେଶନ ପରେ ସାପଟି ସୁସ୍ଥ ଅଛି। ତାକୁ ଆଣ୍ଟିବାୟୋଟିକ୍‌ ଏବଂ ପେନ୍‌କିଲର ଇଞ୍ଜେକ୍ସନ ଦିଆଯିବା ସହ ଅବଜରଭେଶନରେ ରଖାଯାଇଛି।
ଗ୍ୟାଷ୍ଟ୍ରୋ-ଇଣ୍ଟେନ୍‌ଷ୍ଟାଇନାଲ ଟ୍ରାକ୍‌କୁ ଜାମୁରୋଳ ଫଳ ଅବରୋଧ କରିଥିଲା। ଜାମୁରୋଳ ଫଳକୁ ହଜମ କରିବା ପାଇଁ ଯେଉଁ ପ୍ରୋଟିନ ବା ଏନ୍‌ଜାଇମ୍‌ ଆବଶ୍ୟକ ତାହା ସାପଙ୍କ ପାକସ୍ଥଳୀରେ ନ ଥାଏ। ସାପ ପେଟରୁ ଏହାକୁ ବାହାର କରାଯାଇ ନ ଥିଲେ ସେ କିଛିଦିନ ପରେ ମରିଯାଇଥାନ୍ତା ବୋଲି ପ୍ରଫେସର ନାଥ କହିଛନ୍ତି। ସେହିପରି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ସାପମାନେ ପ୍ରାକୃତିକ ଭାବେ ମାଂସାସୀ। ମୂଷା କିମ୍ବା ଗୁଣ୍ଡୁଚି ମୂଷା ସେହି ଜାମୁରୋଳକୁ ଅଳ୍ପ ଖାଇ ଛାଡି ଦେଇଥିବ। ତାଙ୍କ ଶରୀରର ଗନ୍ଧ ସେହି ଫଳରେ ଥିବା ହେତୁ ସାପଟି ଭୁଲ୍‌ବଶତଃ ଜାମୁରୋଳକୁ ଖାଦ୍ୟ ଭାବି ଗିଳି ଦେଇଥିବ। ତେବେ ସାପଟି ସୁସ୍ଥ ହୋଇଯିବା ପରେ ତାକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରୁ ଏମାନଙ୍କୁ ମିଳିବନି ରାସନ! ଡିସେମ୍ୱର ୩୧ ସୁଦ୍ଧା କରି ନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୭।୧୨: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା। ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଡିସେମ୍ୱର 31 ପୂର୍ୱରୁ ଏହି ଜରୁରୀ କାର୍ଯ୍ୟ ସମାପ୍ତ...

‘ଆସାମରେ ୪୦ ପ୍ରତିଶତ ବାଂଲାଦେଶ ମୁସଲିମ’, ଆଶ୍ଚର୍ଯ୍ୟଜନକ ଦାବି କଲେ ମୁଖ୍ୟମନ୍ତ୍ରୀ

ଗୁଆହାଟୀ,୨୭।୧୨: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ କାର୍ଯ୍ୟକ୍ରମରେ ଦାବି କରିଥିଲେ ଯେ ରାଜ୍ୟର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ବାଂଲାଦେଶୀ ମୁସଲମାନ। ସେ...

ରୁଷିଆ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ! ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି

ଓ୍ବାଶିଂଟନ,୨୭।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର (ଡିସେମ୍ବର ୨୮) ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri