Posted inଫୁରସତ

ସ୍ଥାପତ୍ୟ କହେ କଥା

କାରିଗରର ହାତର ସ୍ପର୍ଶରେ ଗଢି ଉଠେ କେତେ ଯେ ସ୍ଥାପତ୍ୟ। ସେଇ ସ୍ଥାପତ୍ୟ କେବେ ମଣିଷର ଭାବକୁ ଦର୍ଶାଏ ତ କେବେ କହେ କାହାର କାହାଣୀ। ଠିକ ଯେମିତି ଏଇ ସବୁ ସ୍ଥାପତ୍ୟ, ଯାହା ଦେଖିବାକୁ ଅଜବ ହେଲେ ବି କହେ ଅନେକ କଥା..

ଅପ୍‌ ସାଇଡ୍‌ ଡାଉନ୍‌ ଚାର୍ଲସ୍‌ ଲା ଟ୍ରୋବ୍‌ ପ୍ରତିମୂର୍ତ୍ତି: ସାଧାରଣତଃ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସହରର ଛକ ସ୍ଥାନ ଗୁଡିକରେ ଏକ ଉଚ୍ଚ ସ୍ଥାନରେ ଠିଆ ହୋଇଥିବା ଦେଖିବାକୁ ମିଳେ। ସେସବୁ ବିଭିନ୍ନ ଭଙ୍ଗୀରେ ବି ଥାଆନ୍ତି। ତେବେ ଅଷ୍ଟ୍ରେଲିଆ, ମେଲବର୍ନରେ ଥିବା ଲା ଟ୍ରୋବ୍‌ ବିଶ୍ୱ ବିଦ୍ୟାଳୟ, ବୁନ୍ଦୁରା କ୍ୟାମ୍ପସ୍‌ରେ ଥିବା ଚାର୍ଲସ୍‌ ଲା ଟ୍ରୋବ୍‌ଙ୍କ ପ୍ରତିମୂର୍ତ୍ତି ବେଶ୍‌ ଅଜବ। କାରଣ ଏହି ପ୍ରତିମୂର୍ତ୍ତିଟି ସାଧାରଣ ଭାବେ ଗୋଡରେ ଦଣ୍ଡାୟମାନ ନୁହେଁ ବରଂ ଓଲଟା ତଥା ମୁଣ୍ଡରେ ଠିଆ ହୋଇଥିବା ପ୍ରତିମୂର୍ତ୍ତି ଅଟେ। ପ୍ରତିମୂର୍ତ୍ତିଗୁଡିକ ଯେଉଁ ଭିତ୍ତି ପ୍ରସ୍ତର ଉପରେ ଠିଆ ହୁଏ ତାହା ଉପର ପଟକୁ ଅଛି। ତେବେ ଏଭଳି ହେବା ପଛର କାରଣ ହେଉଛି ଲଣ୍ଡନରେ ଜନ୍ମିତ ଚାର୍ଲସ ଲା ଟ୍ରୋବ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଲିଉଟନାଣ୍ଟ ଗଭର୍ନର ଥିଲେ। ସେତେବେଳେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ। ତଥାପି ଇତିହାସ ପୃଷ୍ଠାରେ ସେ ଜଣେ ଅସଫଳ ଲିଡର ଭାବେ ବର୍ଣ୍ଣିତ। ତେଣୁ ଲୋକେ ଭୁଲି ଯାଇଥିବା ତାଙ୍କ କାମକୁ ପୁଣିଥରେ ମନେ ପକାଇ ଦେବା ପାଇଁ ପ୍ରତିମୂର୍ତ୍ତି ତିଆରି କରିଥିବା ସ୍ଥପତି ଏହାକୁ ଚିରାଚରିତ ଧାରାରେ ସ୍ଥାପନ ନ କରି ଓଲଟା ସ୍ଥାପନ କରିଥିଲେ। ଆଉ ସତକୁ ସତ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ବି କଲା।
ଦ ମୁସ୍ତାଙ୍ଗସ୍‌ ଅଫ ଲସ୍‌ କୋଲିନାସ୍‌: ଆମେରିକା, ଟେକ୍ସାସସ୍ଥ ଲସ୍‌ କୋଲିନସ୍‌ରେ ଦେଖିବାକୁ ମିଳେ ଦୌଡୁଥିବା ଘୋଡାର କିଛି ପ୍ରତିମୂର୍ତ୍ତି। ଏହାକୁ ପୃଥିବୀର ଘୋଡା ପ୍ରତିମୂର୍ତ୍ତିର ସବୁଠାରୁ ବଡ଼ ଗ୍ରୁପ୍‌ ବୋଲି ଧରାଯାଏ। ବ୍ରୋଞ୍ଜରେ ନିର୍ମିତ ଏହି ପ୍ରତିମୂର୍ତ୍ତି ଗୁଡିକ ଅସଲି ଘୋଡାଠାରୁ ଆକାରରେ ଦେଢଗୁଣ ବଡ଼। ଏହି ଘୋଡାଗୁଡିକ ଦୌଡିକି ନଦୀ ପାର୍‌ ହେଉଥିବା ପରି ଲାଗନ୍ତି। ଏହି ଦୃଶ୍ୟକୁ ଜୀବନ୍ତ କରିବା ଲାଗି ପାଣି ଭିତରେ ଥିବା ଘୋଡାଗୁଡିକର ଗୋଡ ତଳେ ଏମିତି ଜଳର ଫୁଆରା କରାଯାଇଛି ଯାହାଦ୍ୱାରା ଲାଗୁଛି ଘୋଡାଗୁଡିକ ନଦୀରେ ଦୌଡିବା ଯୋଗୁ ସତରେ ପାଣି ଛିଟ୍‌କୁଛି।
ମନୁମେଣ୍ଟ ଟୁ ଦ ଅନ୍‌ନୋନ୍‌ ବ୍ୟୁରୋକ୍ରାଟ୍‌: ବିଜନେସ୍‌୍‌ ସୁଟ୍‌ ପିନ୍ଧି ହାତରେ ବ୍ରିଫକେସ୍‌ ଧରି ଯାଉଥିବା ଏକ ବ୍ୟକ୍ତି, ଯାହାର ଗଣ୍ଡି ଭାଗ ମଣିଷର କିନ୍ତୁ ମୁଣ୍ଡ ଭାଗ ଏକ ବଡ଼ ପଥର। ଏଭଳି ଏକ ଅଜବ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ ଆଇସ୍‌ଲାଣ୍ଡର ରିକଜାଭିକ୍‌ରେ। ଉକ୍ତ ପ୍ରତିମୂର୍ତ୍ତି ହେଉଛି ଜଣେ ସରକାରୀ କର୍ମଚାରୀର ପ୍ରତୀକ। ଯିଏକି ପ୍ରତିଦିନ ଅନେକ ଚାପ, ନିନ୍ଦା, ଅପମାନ ସହି ବହୁ କଷ୍ଟରେ କାମ କରିଥାଏ। ୧୯୯୪ରେ ସ୍ଥପତି ମାଗ୍ନସ୍‌ ଟୋମାସନ୍‌ ଏହାକୁ ଗଢିଥିଲେ।
କର୍ପୋରେଟ୍‌ ହେଡ୍‌: କାନ୍ଥ ଭିତରେ ମୁଣ୍ଡ ପଶି ଯାଇଥିବା ଜଣେ ବ୍ୟୁରୋକ୍ରାଟଙ୍କର ଏହି ପ୍ରତିମୂର୍ତ୍ତି ପାଶ୍ଚାତ୍ୟ ସମାଜକୁ ଦର୍ଶାଏ। ଯେଉଁଠି ଲୋକେ ଅଧିକ ରୋଜଗାର ଅଧିକ ଲାଭ ପାଇଁ ନିଜ ମୁଣ୍ଡରେ ଚାପ ପକାଇ ତାକୁ ଅଫିସ୍‌ର ଚାରି କାନ୍ଥ ଭିତରେ ବାନ୍ଧି ରଖନ୍ତି। ଲସ୍‌ ଆଞ୍ଜେଲସ୍‌ରେ ଦେଖିବାକୁ ମିଳେ ଉକ୍ତ ପ୍ରତିମୂର୍ତ୍ତି।
ଓ୍ବାକିଂ ଟୁ ଦ ସ୍କାଏ: ଉଚ୍ଚାଭିଳାଷୀ, ଉଚ୍ଚ ମନା ହେବା ଓ ସଫଳତାର ଶୀର୍ଷରେ ପହଞ୍ଚତ୍ବାର ଏକ ସକାରାତ୍ମକ ଭାବ ରଖିବାକୁ ଦର୍ଶାଏ ଏହି ସ୍ଥାପତ୍ୟ। ଯେଉଁଥିରେ ୭୫ଂ କୋଣ କରି ରହିଥିବା ଏକ ୧୦୦ ଫୁଟ୍‌ ଉଚ୍ଚ ଲମ୍ବ ଖମ୍ବ ଉପରେ ଚାଲି ଚାଲି ଆକାଶ ପର୍ଯ୍ୟନ୍ତ ଯାଉଥିବା ଜଣେ କୁନି ଝିଅ, ବିଜନେସ୍‌ ଓମେନ, ଜଣେ ଯୁବକଙ୍କ ସହ ଆହୁରି କେତେଜଣ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ। ଉକ୍ତ ସ୍ଥାପତ୍ୟ ପିଟ୍‌୍‌ସବର୍ଗ ପେନ୍‌ସିଲଭାନିଆରେ ଅଛି।
ମେମୋରିଆଲ ଟୁ ନେଲସନ୍‌ ମଣ୍ଡେଲା: ଦକ୍ଷିଣ ଆଫ୍ରିକାର ସ୍ଥପତି ମାର୍କୋ ସିଆନଫାନେଲି ୫୦ଟି ଷ୍ଟିଲ୍‌ର ଖମ୍ବକୁ କଂକ୍ରିଟ୍‌ ଭୂମିରେ ପୋତି ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲସନ୍‌ ମଣ୍ଡେଲାଙ୍କ ଚେହେରାକୁ ଗଢିଛନ୍ତି। ଏହି ସ୍ଥାପତ୍ୟଟିର କେବଳ ଗୋଟିଏ କୋଣରୁ ଦେଖିଲେ ନେଲସନ୍‌ ମଣ୍ଡେଲାଙ୍କ ଚେହେରା ଦେଖାଯାଏ। ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ତଥା କଷ୍ଣକାୟଙ୍କ ଅଧିକାର ପାଇଁ ଲଢିଥିବା ନେଲସନ୍‌ ମଣ୍ଡେଲା ୨୮ ବର୍ଷ ଜେଲରେ କାଟିଥିଲେ। ତାଙ୍କ ଜେଲ ରହଣୀ ୧୯୬୨ରେ ଆରମ୍ଭ ହେଇଥିଲା। ଜେଲ ରହଣୀର ୫୦ ତମ ବାର୍ଷିକୀକୁ ଦର୍ଶାଏ ଏହି ୫୦ଟି ଖମ୍ବ।
ଫୋର୍ସ ଅଫ୍‌ ନେଚର୍‌: ଇଟାଲିର ସ୍ଥପତି ଲୋରେଞ୍ଜୋ କୁଇନ୍‌ ଗଢିଛନ୍ତି ଏକ ସିରିଜ୍‌ ସ୍ଥାପତ୍ୟ। ଯାହା ଫୋର୍ସ ଅଫ୍‌ ନେଚର୍‌ ଭାବେ ପରିଚିତ।ଏଥିରେ ଜଣେ ମହିଳା ଏକ ଲମ୍ବା କପଡାରେ ପୃଥିବୀକୁ ଟାଣି ଧରିଥିବା ଦେଖିବାକୁ ମିଳେ। ଏହି ପ୍ରତିମୂର୍ତ୍ତି ପୃଥିବୀର ବିଭିନ୍ନ ସହରରେ ସ୍ଥାପନ କରାଯାଇଛି। ଯେଉଁଥିରେ ଆମେରିକା, ଲଣ୍ଡନ, ମୋନାକୋ, ସିଙ୍ଗାପୁର ଆଦି ଅନ୍ତର୍ଭୁକ୍ତ।
ଦ ନଟେଡ୍‌ ଗନ୍‌: ଏକ ରିଭଲ୍‌ଭର୍‌ର ନଳୀକୁ ମୋଡି ବାନ୍ଧି ଦିଆଯାଇଥିବା ଦୃଶ୍ୟ ଦେଖିବାକୁ ମିଳେ ଏହି ସ୍ଥାପତ୍ୟରେ। ଅହିଂସାର ପ୍ରତୀକ ଏହି ସ୍ଥାପତ୍ୟଟି ନ୍ୟୁୟର୍କସ୍ଥ ୟୁନାଇଟେଡ ନେସନ୍‌ସର ହେଡକ୍ୱାର୍ଟର୍‌ରେ ଅଛି। ବ୍ରୋଞ୍ଜରେ ନିର୍ମିତ ଉକ୍ତ ସ୍ଥାପତ୍ୟକୁ ସ୍ବିଜରଲାଣ୍ଡର ସ୍ଥପତି କାର୍ଲ ଫ୍ରେଡ୍ରିକ୍‌ ରିଉଟରସ୍ବାର୍ଡ ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri