ତୁରୁମୁଙ୍ଗା ଗ୍ରୀଡ୍‌ ସବ୍‌ଷ୍ଟେଶନ ନିର୍ମାଣ ବିଳମ୍ବ ନେଇ କ୍ଷୋଭ

କେନ୍ଦୁଝର,୨୧ା୪(ସ୍ବ.ପ୍ର./ଡି.ଏନ୍‌.ଏ.): ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜିଏସ୍‌ଟି କମିଶନର ସଞ୍ଜୟ କୁମାର ସିଂହ ୩ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ତଦାରଖ ସହ ସମୀକ୍ଷା କରିଛନ୍ତି। ବୁଧବାର ଯୋଡ଼ା ଓ ବଡ଼ବିଲ ଗସ୍ତ ପରେ ପାଟଣା ବ୍ଲକ୍‌ ତୁରୁମୁଙ୍ଗାଠାରେ ଓପିଟିସିଏଲ୍‌ ଆନୁକୂଲ୍ୟରେ ନିର୍ମାଣାଧୀନ ଗ୍ରୀଡ୍‌ ସବ୍‌ଷ୍ଟେଶନର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ କ୍ଷୋଭ ପ୍ରକାଶ କରିବା ସହିତ ଚଳିତ ଆର୍ଥିକ ବର୍ଷ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ସମୟସୀମା ମଧ୍ୟରେ ସଂଯୋଗ କରୁଥିବା ୨୨୦ କେ.ଭି. ବିଦ୍ୟୁତ୍‌ ଲାଇନ୍‌ ଏବଂ ସେଥିରୁ ବାହାରୁଥିବା ୧୩୨ କେ.ଭି. ବିଦ୍ୟୁତ୍‌ ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୁଏ, ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଥିଲେ। ପ୍ରତିଦିନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିବରଣୀ ଜଣାଇବାକୁ କହିଥିଲେ। ଏହି ସମୟରେ ଓପିଟିସିଏଲ୍‌ର ଏକ୍‌ଜିକ୍ୟୁଟିଭ୍‌ ଡିରେକ୍ଟର ଜୟରାମ ସାହୁ, ଜେନେରାଲ ମ୍ୟାନେଜର ସୁବ୍ରତ ନାୟକ, ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ସିଂହ ଓ ଶଶାଙ୍କ ଶେଖର ବେହେରାଙ୍କ ସମେତ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଚ୍ରୁରୁବାର ସର୍କିଟ୍‌ ହାଉସ୍‌ଠାରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ପରେ ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମରେ ବିଜୁ ସେତୁ ଯୋଜନାରେ ବୈତରଣୀ ନଦୀ ଉପରେ ୨୦୬୦.୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ପୋଲର (ଉଚ୍ଚବାଲିରୁ ଉତ୍ତରପଶି ରୋଡ୍‌ ଭାୟା ପଦ୍ମପୁର) ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ମେ ମାସ ସୁଦ୍ଧା ପୋଲର ସମସ୍ତ ନିର୍ମାଣ ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମକର୍ତ୍ତା ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ସେତୁ ନିର୍ମାଣ ଫଳରେ କେନ୍ଦୁଝରର ୧୦ ପଞ୍ଚାୟତ, ମୟୂରଭଞ୍ଜ ଜିଲାର ୭ ପଞ୍ଚାୟତର ଜନସାଧାରଣ ଉପକୃତ ହୋଇପାରିବେ। ଡିଏମ୍‌ଏଫ୍‌ (ଜିଲା ଖଣିଜ ପାଣ୍ଠି)ଓ ଓମ୍ବାଡିସି(ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପ୍‌ମେଣ୍ଟ୍‌ କର୍ପୋରେଶନ) ଅନୁଦାନରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡ଼ିକର ୫ ବର୍ଷ ପର୍ଯ୍ୟନ୍ତ ମରାମତି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଟକଳରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଗାଇଡ୍‌ଲାଇନ ଅନୁଯାୟୀ ଜିଲାପାଳଙ୍କ ନିକଟକୁ ପ୍ରସ୍ତାବ ପଠାଇବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରମୁଖ ଶାସନ ସଚିବଙ୍କ ଉକ୍ତ ତଦାରଖ ଓ ସମୀକ୍ଷା ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଚିଫ୍‌ କନ୍‌ଷ୍ଟ୍ରକଶନ ଇଞ୍ଜିନିୟର ଏନ୍‌.ଭି. ହରିହର, ଇଞ୍ଜିନିୟର ଇନ୍‌ ଚିଫ୍‌ ଇଂ. ପ୍ରଦୀପ ଚନ୍ଦ୍ର ସାମଲ, ଚିଫ୍‌ ଇଞ୍ଜିନିୟର ବ୍ରିଜ୍‌ ରମେଶ ଚନ୍ଦ୍ର ବେହେରା, ଅଧୀକ୍ଷଣ ଯନ୍ତ୍ରୀ(୧) ସରୋଜ ପାଢ଼ୀ, ଅଧୀକ୍ଷଣ ଯନ୍ତ୍ରୀ (୨) ବିନୋଦ ବିହାରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri