ଭୁବନେଶ୍ୱରରେ ପୁଅକୁ ଖୋଜୁଛନ୍ତି ଛତିଶଗଡ଼ର ବୃଦ୍ଧ ଦମ୍ପତି

ଭୁବନେଶ୍ୱର,୧୯।।୪ (ବ୍ୟୁରୋ): ଛତିଶଗଡର ଯୁବକ ଭବେଶ। ହୋଲିରେ ଘରକୁ ଯିବାକୁ କହିଥିଲେ। କିନ୍ତୁ ଘରେ ପହଞ୍ଚତ୍ ନ ଥିଲେ। କିଛିଦିନ ଅପେକ୍ଷା କରିବା ପରେ ଚିନ୍ତାରେ ପଡିଯାଇଥିଲେ ବୃଦ୍ଧ ମା’-ବାପା। ସାଙ୍ଗସାଥୀ, ସମ୍ପର୍କୀୟ ତାଙ୍କ ସମ୍ପର୍କରେ କିଛି ବି ସୂଚନା ଦେଇପାରି ନ ଥିଲେ। ଶେଷରେ ପୁଅ ନିଖୋଜ ହୋଇଥିବା ଭାବି ମା’ବାପା ଛତିଶଗଡର ସ୍ଥାନୀୟ ଥାନା ଓ ଜିଆର୍‌ପିରେ ଅଭିଯୋଗ କରିଥିଲେ। ଭବେଶ ଭୁବନେଶ୍ୱରରୁ ଶେଷ ଫୋନ୍‌ କଲ୍‌ କରିଥିବା ପୋଲିସ ଜଣାଇବା ପରେ ନିଖୋଜ ପୁଅକୁ ଖୋଜିବା ଲାଗି ୧୦ଦିନ ତଳେ ବାପା ଶିବ କୁମାର ଝା ଓ ମା ଫୁଲ ଦେବୀ ଛତିଶଗଡରୁ ଭୁବନେଶ୍ୱର ଚାଲିଆସିଥିଲେ। ହେଲେ ରାଜଧାନୀ ଅପରିଚିତ ହୋଇଥିବାରୁ ସେମାନେ ପୁଅ ଫଟୋ ଧରି ରାସ୍ତା, କଲୋନୀ, ହାଟବଜାର ବୁଲି ବୁଲି ଲୋକଙ୍କୁ ଦେଖାଉଛନ୍ତି। ଏଯାଏ ପୁଅ ସମ୍ପର୍କରେ କିଛି ସୂଚନା ପାଉ ନ ଥିବାରୁ ଏହି ବୃଦ୍ଧ ଦମ୍ପତି ପୂରା ଭାଙ୍ଗି ପଡିଛନ୍ତି। ପରିଣତ ବୟସରେ ନିଖୋଜ ପୁଅକୁ ଏତେ ବଡ ସହରରେ କେମିତି ଖୋଜିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। ବାପା ଶିବ କୁମାର କହିଛନ୍ତି, ଚାକିରି ଛାଡ଼ି ଦୀର୍ଘ ଦେଢ ମାସ ହେଲା ପୁଅକୁ ଖୋଜୁଛି। ପୁଅ ଭୁବନେଶ୍ୱରରେ ଥିବା ତାଙ୍କ ମୋବାଇଲ୍‌ ଲୋକେଶନରୁ ଜଣାପଡୁଛି। ହେଲେ ସେ କୁଆଡେ ଗଲା ଜାଣିପାରୁନାହଁୁ। ପୁଅକୁ ନ ପାଇଲା ଯାଏ ଏଠୁ କେଉଁଆଡେ ଯିବୁନି। ସାଙ୍ଗସାଥୀଙ୍କ ସହ କାଳେ ଝଗଡା ହୋଇଥିବ, ଟ୍ରେନରେ ଯାତ୍ରା ବେଳେ ଯଦି ଟିକେଟ କରି ନ ଥିବ, ତାହାହେଲେ କେଉଁଠି ଓହ୍ଲାଇ ପଡି ବାଟବଣା ହୋଇଯାଇଥିବ, ସେନେଇ ସନ୍ଦେହ କରୁଛନ୍ତି । ପୁଅକୁ ଖୋଜିବାରେ କମିଶନରେଟ ପୋଲିସ ଓ ରେଲ୍‌ଓ୍ବେ ପୋଲିସ ସହାୟତା କରିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri