Odisha Elections 2024
Posted inଖେଳ

ଆସନ୍ତାବର୍ଷ ବଡ଼ ଆକାରରେ ହେବ ଡବ୍ଲ୍ୟୁପିଏ୍‌ଲ

ମୁମ୍ବାଇ, ୧୫ା୪:ଆସନ୍ତାବର୍ଷ ହୋମ୍‌-ଆଓ୍ବେ ଫର୍ମାଟ ସହ ବଡ଼ ଆକାରରେ ହେବ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)। ସମ୍ଭବତଃ ଏହା ଫେବୃୟାରୀରେ ଖେଳାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏକ ସୂତ୍ରରୁ ଜଣାପଡ଼ିିଛି। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ସଂସ୍କରଣ ମୁମ୍ବାଇର ଦୁଇଟି ଭେନ୍ୟୁରେ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଖେଳାଯାଇଥିଲା। ଚଳିତ ମାସ ପ୍ରାରମ୍ଭରେ ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମାଲ ସୂଚନା ଦେଇଥିଲେ ଯେ, ଡବ୍ଲ୍ୟୁପିଏଲ୍‌ର ଆସନ୍ତା ୩ ସିଜନ ୫ଟି ଦଳକୁ ନେଇ ଖେଳାଯିବ। ଅଧିକ ପ୍ରଶଂସକ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ହୋମ୍‌-ଆଓ୍ବେ ଫର୍ମାଟରେ ଖେଳାଯିବ। ଯେଉଁ ସହର ନାମରେ ଫ୍ରାଞ୍ଚାଇଜ ନାହିଁ, ଯଥା ଇନ୍ଦୋର ଭଳି ଟିଅର-୨ ସହରରେ ଆୟୋଜନ ସହଜ ହେବ ନାହିଁ।
ଇଣ୍ଡୋ-ପାକ୍‌ ବିଶ୍ୱକପ୍‌ ଭେନ୍ୟୁ ଓ ଏସିଆ କପ୍‌ ସମ୍ପର୍କରେ ଆଲୋଚନା ଜାରି
ଏସିଆ କପ୍‌ ୨୦୨୩ରେ ଭାରତର ଅଂଶଗ୍ରହଣ ସମେତ ବିଶ୍ୱକପ୍‌ ବେଳେ ଭାରତରେ ପାକିସ୍ତାନ ମ୍ୟାଚକୁ ନେଇ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀଙ୍କୁ ଅପେକ୍ଷା କରିବ ବିସିସିଆଇ। ଖବର ଅନୁସାରେ ସମସ୍ତ ସଦସ୍ୟ, ଏହି ପ୍ରସଙ୍ଗରେ ଆଲୋଚନା ଚଳାଇଛନ୍ତି। ଏହା ସରିବା ପରେ ସ୍ପଷ୍ଟଚିତ୍ର ମିଳିଯିବ। ପୂର୍ବରୁ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ପାକିସ୍ତାନ ଯଥାସମ୍ଭବ ସେମାନଙ୍କର ବିଶ୍ୱକପ୍‌ ମ୍ୟାଚଗୁଡ଼ିକ ଚେନ୍ନାଇ ଓ କୋଲକାତାରେ ଖେଳିପାରନ୍ତି। କାରଣ ପୂର୍ବ ଟୁର୍‌ଗୁଡ଼ିକରେ ସେମାନେ ଏହି ଦୁଇଟି ଭେନ୍ୟୁରେ ଖେଳିବା ଲାଗି ନିଜକୁ ସୁରକ୍ଷିତ ମନେକରିଥିଲେ।
ଆଫଗାନିସ୍ତାନ ସିରିଜ ପୂର୍ବରୁ ସିଲେକ୍ସନ କମିଟି ଚେୟାରମ୍ୟାନ ଘୋଷଣା
ଜୁନ୍‌ରେ ଦି ଓଭାଲଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ୩ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଘୋଷଣା ପାଇଁ ସିଲେକ୍ସନ କମିଟି ଚେୟାରମ୍ୟାନ ବଛା ସରିଥିବ ବୋଲି ବିସିସିଆଇ ଆଶା ପ୍ରକାଶ କରି କହିଛି। ଗତ ଫେବୃୟାରୀରେ ଚେତନ ଶର୍ମାଙ୍କ ଇସ୍ତଫା ପରେ ଏହି ପଦବୀ ଖାଲିପଡ଼ିଥିଲା। ଏହି ପଦବୀ ସାଧାରଣତଃ ବରିଷ୍ଠତା ଭିତ୍ତିରେ ପୂରଣ କରାଯାଇଥାଏ। ଶର୍ମାଙ୍କ ଇସ୍ତଫା ପରେ ବର୍ତ୍ତମାନ ଏହି ପଦବୀରେ ଭାରତର ପୂର୍ବତନ ଓପନିଂ ବ୍ୟାଟର ଶିବ ସୁନ୍ଦର ଦାସ ଚେୟାରମ୍ୟାନ ପଦବୀରେ ଅସ୍ଥାୟୀ ଦାୟିତ୍ୱରେ ଅଛନ୍ତି।
ବିଶ୍ୱକପ୍‌ ବେଳକୁ ଫିଟ୍‌ ହୋଇଯାଇଥିବେ ବୁମ୍‌ରା
ପିଠିରେ ଇଞ୍ଜୁରି ଯୋଗୁ ବର୍ତ୍ତମାନ ଖେଳରୁ ଦୂରେଇ ରହିଥିବା ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରା ବିଶ୍ୱକପ୍‌ ୨୦୨୩ ବେଳକୁ ଠିକ୍‌ ହୋଇଯାଇଥିବେ ବୋଲି ବିସିସିଆଇ ଦୃଢ ନିଶ୍ଚିତ ଅଛି। ଭାରତ ଏହି ୫୦ଓଭର ଟୁର୍ନାମେଣ୍ଟ ଚଳିତବର୍ଷ ପରବର୍ତ୍ତୀ ଭାଗ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବ। କାର୍ଯ୍ୟସୂଚୀ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଖବର ଅନୁସାରେ ସାଉଦି ଆରବରେ ପ୍ରସ୍ତାବିତ ଟି୨୦ ଲିଗ୍‌ ସମେତ ସମଗ୍ର ବିଶ୍ୱରେ ଖେଳାଯାଉଥିବା ଅନ୍ୟ ଟି୨୦ ଲିଗ୍‌ରେ ଭାରତୀୟ ଖେଳାଳିଙ୍କୁ ଅନୁମତି ନ ଦେବା ଲାଗି ରହିଥିବା ନିୟମରେ ବିସିସିଆଇ ପରିବର୍ତ୍ତନ କରିବ ନାହିଁ। କିନ୍ତୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ସାଉଥ ଆଫ୍ରିକା ୨୦ ଏବଂ ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦ ଭଳି ଅନ୍ୟ ପ୍ରତିଯୋଗିତାରେ ସେମାନଙ୍କ ଉପସ୍ଥିତି ଜାହିର କରିପାରିବେ। ଖବର ଅନୁସାରେ ଦକ୍ଷିଣ ଆଫ୍ରିକାରେ ପରବର୍ତ୍ତୀ ବୈଠକରେ ଆଇସିସି ରେଭିନ୍ୟୁ ମଡେଲ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ହେଲେ ଏଥିଲାଗି ଦିନ ଧାର୍ଯ୍ୟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri