Posted inଫୁରସତ

ଜାଣନ୍ତି କି ରାସ୍ତାରେ କାହିଁକି ଲାଗିଥାଏ କ୍ୟାମେରା ସାଇନ୍‌ ବୋର୍ଡ

ଆଜିକାଲି ଅନେକ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସୁଛି। ଲୋକଙ୍କ ସହ ଗାଡ଼ିମୋଟର ସଂଖ୍ୟା ରାସ୍ତାରେ ବି ବଢୁଛି। ଏହା ସହିତ ସଡ଼କ ଦୁର୍ଘଟଣା ମାମଲା ମଧ୍ୟ ବୃଦ୍ଧି ପାଉଛି। ସଡ଼କ ଦୁର୍ଘଟଣାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଟ୍ରାଫିକ ନିୟମ ପ୍ରଣୟନ କରାଯାଇଛି। ଯାହାଦ୍ୱାରା ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ଏହାର କିଛି ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳେ ନାହିଁ। ଲୋକମାନେ ଏହି ନିୟମକୁ ଭାଙ୍ଗିଥାନ୍ତି। ଯେଉଁଥିପାଇଁ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥାଏ। ଏହି ଦୁର୍ଘଟଣାକୁ ଦୂର କରିବା ପାଇଁ ରାସ୍ତା ପାର୍ଶ୍ୱରେ ବିଭିନ୍ନ ବୋର୍ଡ ଲଗାଯାଇଛି। ସେଥିମଧ୍ୟରୁ ଦେଖିଥିବେ ରାସ୍ତା ପାର୍ଶ୍ୱରେ କ୍ୟାମେରାର ସାଇନ୍‌ ବୋର୍ଡ ବି ଲଗାଯାଇଛି। ଲୋକମାନେ ଏହାକୁ ଦେଖିଥିବେ ନିଶ୍ଚିତ। ମାତ୍ର ୫୦ ପ୍ରତିଶତ ଲୋକଙ୍କ ନିକଟରେ ଏହାର ଉତ୍ତର ନ ଥିବ ଯେ, ଏହା କାହିଁକି ଲଗାଯାଇଛି।

ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ଅନେକ ତର୍କ ବିତର୍କ ଚାଲିଛି। ଅନେକ ଲୋକ ଏହି ଚିହ୍ନକୁ ରାସ୍ତା ପାର୍ଶ୍ୱରେ ଦେଖିଛନ୍ତି କିନ୍ତୁ ଏହାର ଅର୍ଥ ଜାଣି ନାହାନ୍ତି ବୋଲି କହିଛନ୍ତି। ଏହା ହେଉଛି ସ୍ପିଡ୍‌ କ୍ୟାମେରାର ସଙ୍କେତ। ରାସ୍ତା ପାର୍ଶ୍ୱରେ ସ୍ପିଡ୍‌ କ୍ୟାମେରା ସାଇନ ବୋର୍ଡର ବ୍ୟବହାର କ’ଣ ହେବ ବୋଲି ଆପଣ ଭାବୁଥିବେ।

ଏହା ଦୁର୍ଘଟଣାର ଆଶଙ୍କା କମାଇବା ପାଇଁ ଲଗାଯାଇଛି। ଲୋକଙ୍କୁ ଆଗାମୀ ବିପଦ ବିଷୟରେ ଅବଗତ କରାଇବା ପାଇଁ ରଖାଯାଇଛି। କିନ୍ତୁ ଅନେକ ଲୋକ ଏଥିରୁ କିଛି ଅର୍ଥ ଜାଣନ୍ତି ନାହିଁ। ଏହି ସାଇନ ବୋର୍ଡ ବିଶେଷ ଭାବରେ ବ୍ରିଟେନରେ ବ୍ୟବହୃତ ହୁଏ। କିନ୍ତୁ ବର୍ତ୍ତମାନ ଲୋକମାନେ ଏହାର ପ୍ରକୃତ ଅର୍ଥ ଜାଣିବାକୁ ପାଇଛନ୍ତି। ଟୁଇଟରରେ ଏହା ଶେୟାର ହେବା ପରେ ଲୋକମାନେ ଏଥିରେ ଆଗ୍ରହ ଦେଖାଇଥିଲେ। ଏହି ସାଇନ ବୋର୍ଡରେ ଆପଣ ଦୁଇଟି ଲେନ୍ସ ସହିତ ଏକ ସ୍ପିଡ୍‌ କ୍ୟାମେରା ଦେଖିବାକୁ ପାଇବେ।

@FeyeraBender ନାମକ ଜଣେ ୟୁଜର ଏହାକୁ ଟୁଇଟରରେ ଶେୟାର କରିଛନ୍ତି। ଜଣେ ୟୁଜର ଲଖିଛନ୍ତି, ବହୁ ବର୍ଷ ଧରି ସେ ଭାବୁଥିଲେ କି ଏହା ସହିତ ରାସ୍ତାର କ’ଣ ସମ୍ପର୍କ। ବର୍ତ୍ତମାନ ଏହା ଜାଣିପାରିଛନ୍ତି ଯେ, ଏହାର ଅର୍ଥ ହେଉଛି, ଆପଣ ସିସିଟିଭି ନଜରରେ ଅଛନ୍ତି। ହାଇଓ୍ବେ କୋଡ୍‌ ଅନୁଯାୟୀ, ଧଳା ବ୍ୟାକ୍‌ଗ୍ରାଉଣ୍ଡରେ ଥିବା କଳା କ୍ୟାମେରା ସୂଚିତ କରେ ଯେ, ଆପଣ କ୍ୟାମେରାର ଲେନ୍ସରେ ଅଛନ୍ତି। ଏହା ଆପଣଙ୍କ ଗତି ନିୟନ୍ତ୍ରଣ କରୁଛି। ତେଣୁ ସାବଧାନାର ସହ ଗାଡ଼ି ଚଳାଇବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

‘ମୋଦିଙ୍କୁ ଗାଳି ଦେଇ ଦେଇ…’, ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରେସିଡେଣ୍ଟ କହିଲେ ଗିରିରାଜ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୨୩।୧୨: ଭାଜପା କାର୍ଯ୍ୟକାରୀ ସଭାପତି ନୀତୀନ ନବୀନ ଆଜି (ଡିସେମ୍ବର ୨୩) ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚୁଛନ୍ତି। ରାଜଧାନୀ ପାଟନା ସହିତ ନବୀନଙ୍କର ଗଭୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri