Posted inଜାତୀୟ

ସରକାରଙ୍କୁ ସମାଲୋଚନା ବିରୋଧ ନୁହେଁ

ନୂଆଦିଲ୍ଲୀ,୬ା୪: ମାଲାୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ ମିଡିଆଓ୍ବାନ୍‌ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ବୁଧବାର ସୁପ୍ରିମକୋର୍ଟ ହଟାଇଦେଇଛନ୍ତି। ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ ୪ ସପ୍ତାହ ମଧ୍ୟରେ ନବୀକରଣ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ୍‌ ଚ୍ୟାନେଲ ଯୋଗୁ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁକ୍ତିକୁ ଶୀର୍ଷ ଅଦାଲତ ନିନ୍ଦା କରିଛନ୍ତି। ସମାଲୋଚନାକୁ ସରକାର ବିରୋଧୀ ଅଭିହିତ କରାଯାଇପାରିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି।
ଜଷ୍ଟିସ୍‌ ହିମା କୋହଲି ସାମିଲ ଥିବା ଏହି ଖଣ୍ଡପୀଠ ମିଡିଆଓ୍ବାନ୍‌ ନ୍ୟୁଜ୍‌ ଚ୍ୟାନେଲ ପ୍ରସାରଣ ଉପରେ କଟକଣା ବିରୋଧରେ ଦାଖଲ ଆବେଦନର ଶୁଣାଣି କରିଛନ୍ତି। ଏହି ଅବସରରେ କେନ୍ଦ୍ରର ନିଷ୍ପତ୍ତିକୁ ବଳବତ୍ତର ରଖିଥିବା କେରଳ ହାଇକୋର୍ଟଙ୍କ ରାୟକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ସରକାରୀ ନୀତିଗୁଡ଼ିକ ବିପକ୍ଷରେ ଚ୍ୟାନେଲରେ ପ୍ରକାଶ ପାଉଥିବା ସମାଲୋଚନାକୁ ପ୍ରତିଷ୍ଠିତ କର୍ତ୍ତୃପକ୍ଷ ବା ସରକାର ବିରୋଧୀ ବୋଲି କୁହାଯାଇପାରିବ ନାହିଁ। କାରଣ ମଜଭୁତ ଗଣତନ୍ତ୍ର ପାଇଁ ଏକ ସ୍ବାଧୀନ ପ୍ରେସ୍‌ ଅପରିହାର୍ଯ୍ୟ। କ୍ଷମତାରେ ଥିବା ଲୋକଙ୍କୁ ସତ କହିବା ଏବଂ ନାଗରିକମାନଙ୍କ ବାସ୍ତବତାକୁ ଉପସ୍ଥାପନ କରିବା ହେଉଛି ଗଣମାଧ୍ୟମର ଦାୟିତ୍ୱ। ଏପରି କରିବା ଦ୍ୱାରା ଗଣତନ୍ତ୍ର ଉଚିତ ଦିଗରେ ଗତିଶୀଳ ହେଉଛି ବୋଲି ଧରାଯାଇଥାଏ। ଅନ୍ୟପକ୍ଷେ ଗଣମାଧ୍ୟମର ସ୍ବାଧୀନତା ଉପରେ କଟକଣା ଲଗାଇବା ଦ୍ୱାରା ନାଗରିକମାନଙ୍କ ଚିନ୍ତାଧାରା ମଧ୍ୟ ଅନୁରୂପ ଭାବେ ସୀମିତ ହୋଇଯାଇଥାଏ। ସାମାଜିକ, ଅର୍ଥନୈତିକ, ରାଜନୈତିକ ସହଜାତୀୟ ମତାମତ ଗଣତନ୍ତ୍ର ପାଇଁ ବଡ଼ ବିପଦ ସୃଷ୍ଟି କରିବ। ଏକ ଚ୍ୟାନେଲର ଲାଇସେନ୍ସ ନବୀକରଣ ନ କରିବା ହେଉଛି ଅଭିବ୍ୟକ୍ତି ସ୍ବାଧୀନତା ଉପରେ କଟକଣା ସଦୃଶ। ମିଡିଆଓ୍ବାନ୍‌ର ଶେୟାରହୋଲ୍ଡର୍ସଙ୍କ ସମ୍ପର୍କ ଜମାତ୍‌-ଇ-ଇସ୍‌ଲାମି ସହ ରହିଥିବା ଦର୍ଶାଇ ଚ୍ୟାନେଲର ଅଧିକାରକୁ ସଙ୍କୁଚିତ କରିଦେବା ଅବୈଧ। ନାଗରିକମାନଙ୍କୁ ଆଇନ ପ୍ରଦତ୍ତ ବିଭିନ୍ନ ସୁବିଧାରୁ ବଞ୍ଚତ୍ତ କରିବା ପାଇଁ ଜାତୀୟ ସୁରକ୍ଷାକୁ ରାଷ୍ଟ୍ର ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି। ସୁରକ୍ଷା କାରଣ ପ୍ରଘଟ ନ କରିବା ଏବଂ ସେନେଇ କେବଳ ବନ୍ଦ ଲଫାପାରେ କୋର୍ଟଙ୍କୁ ଜଣାଇବା ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତକୁ ଉଲ୍ଲଂଘନ କରିଛି ବୋଲି ଜଷ୍ଟିସ୍‌ କୋହଲି କହିଛନ୍ତି। ପ୍ରକାଶ ଯେ, ଗତ ମାର୍ଚ୍ଚ ୧୫ରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ରାୟ ଦେଇ ମିଡିଆଓ୍ବାନ୍‌ କଟକଣା ଉପରେ ସ୍ଥଗିତାଦେଶ ଜାରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri