ଗୁପ୍ତ ଟେଣ୍ଡରରେ ଲକ୍ଷାଧିକ ଟଙ୍କା ଲୁଟ୍‌

ଚଣ୍ଡିଖୋଲ,୩୧ା୩(ଡି.ଏନ.ଏ.): ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟରେ ଅନିୟମିତତାର ସୀମା ଟପି ଗଲାଣି। ଏଭଳି ସ୍ଥିତି ବଡଚଣା ସବ୍‌ଡିଭିଜନରେ ଚର୍ଚ୍ଚାର ବିଷୟ ହୋଇଛି। ଚାରାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ରହିଛି ବଡ଼ଚଣା ସବ୍‌ଡିଭିଜନ। ଏହା ଅଧୀନରେ ୮ କୋଟି ୬୯ ଲକ୍ଷ ୨୯ ହଜାର ୩୩୨ ଟଙ୍କା ବ୍ୟୟରେ ବଡ଼ଚଣା – ଦର୍ପଣ ରାସ୍ତାର ପ୍ରଶସ୍ତୀକରଣ କାମ ଚାଲିଛି। ପୂର୍ବରୁ ଏହି ରାସ୍ତା ୫.୫ ମିଟର ଚଉଡା ଥିବା ବେଳେ ଏହାକୁ ୭ ମିଟର କରାଯିବା ନେଇ ସ୍ଥିର କରାଯାଇଛି। ୨୦୨୧ ନଭେମ୍ବରର ଏହାର ଟେଣ୍ଡର କରାଯାଇ ରାସ୍ତାଟିକୁ ୨ ଭାଗ ରେ ବିଭକ୍ତ କରାଯାଇ ଟେଣ୍ଡର କରଯାଇଛି। ବିଭାଗୀୟ ଆକଳନ ଅନୁସାରେ ବଡ଼ଚଣା ଛକ ଜାତୀୟ ରାଜପଥ ୧୬ ନଂ. ର o କି.ମି.ରୁ ୬ କି.ମି.୪୦୦ ମିଟର ପର୍ଯ୍ୟନ୍ତ ଓ ଏହାପରେ ୭.୭୨୦ କି.ମି.ଠାରୁ ୧୨ କି.ମି.ପର୍ଯ୍ୟନ୍ତ ରାସ୍ତା ର ଟେଣ୍ଡର ହୋଇଛି। ଠିକାଦାର ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା କରୁଥିବା ଓ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଗତ ଫେବୃୟାରୀ ମାସରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ଡାକି ତାଗିଦା କରିଥିଲେ। ସୋମବାର ଠିକାଦାର କାର୍ଯ୍ୟ କରୁଥିବା ସମୟରେ ୧୬ ନଂ. ଜିଲା ପରିଷଦ ସଭ୍ୟ ଯଚିନ୍ଦ୍ର ନାୟକ ନିମ୍ନମାନର କାମ ହେଉଥିବା ନେଇ କାମ ବନ୍ଦ କରିଥିଲେ। ଧିରେ ଧିରେ ଏହି ବିଭାଗର ଗୁମର ଖୋଲୁଛି।
ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ,ଏପଟେ ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟ ଚାଲିଥିବା ବେଳେ ସେପଟେ ଗୁପ୍ତ ଟେଣ୍ଡର ଜରିଆରେ ବ୍ୟାପକ ଲୁଟ ହୋଇଛି। ଏହି ରାସ୍ତାରେ ଗତ ୧୫ ଫେବୃୟାରୀ ୨୦୨୧ରେ ୪ଲକ୍ଷ ୧୯ ହଜାର ୯୨ ଟଙ୍କା, ୪ଲକ୍ଷ ୬୪ ହଜାର ୭୬୩ ଟଙ୍କା , ସେହି ମାସ ୨୪ରେ ୪ଲକ୍ଷ ୩୧ ହଜାର ୭୪୬ ଟଙ୍କା,୨୦୨୧ ମସିହା ମାର୍ଚ୍ଚ ୧୨ରେ ୪ଲକ୍ଷ ୬୪ ହଜାର ୬୩ ଟଙ୍କା, ମାର୍ଚ୍ଚ ୧୮ ରେ ୩ଲକ୍ଷ ୨୮ ହଜାର ୨୯୦ ଟଙ୍କା, ୪ଲକ୍ଷ ୬୬ ହଜାର ୩୫ ଟଙ୍କା, ସେହିଭଳି ୨୦୨୧ ମସିହା ଜୁଲାଇ ୯ରେ ୪ ଲକ୍ଷ ୫୫ ହଜାର,୧୫ରେ ୩ ଲକ୍ଷ ୧ ହଜାର ୬୦୦ଟଙ୍କା, ୩ ଲକ୍ଷ ୨୩ ହଜାର ୧୦୦ ଟଙ୍କା, ପୁଣି ସେହି ବର୍ଷ ର ସେପ୍ଟେମ୍ବର ୨ରେ ୪ ଲକ୍ଷ ୮୬ ହଜାର ୩୩୨ ଟଙ୍କା,୧ ଲକ୍ଷ ୧୧ ହଜାର ୮୧ ଟଙ୍କା ,ସେହି ମାସ ୮ରେ ୨ଲକ୍ଷ ୪୧ ହଜାର ୫୦୨ ଟଙ୍କା,୨୭ ତାରିଖ ରେ ୪ ଲକ୍ଷ ୮୪ ହଜାର ୩୦୧ ଟଙ୍କା ଓ ୪ ଲକ୍ଷ ୮୯ ହଜାର ୧୮୨ ଟଙ୍କାର ଗୁପ୍ତ ଟେଣ୍ଡର କରଯାଇଛି। ଏହି ବର୍ଷ ନଭେମ୍ବରରେ ବଡ ଟେଣ୍ଡର କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟା ପରେ ୨୦୨୧ନଭେମ୍ବର ୧ରେ ୪ ଲକ୍ଷ ୮୯ ହଜାର ୪୨୭ ଟଙ୍କା,୧ ଲକ୍ଷ ୯୬ ହଜାର ୭୭୩ ଟଙ୍କା, ଗୁପ୍ତ ଟେଣ୍ଡର ହୋଇଥିବା ବେଳେ ୨୦୨୧ ନଭେମ୍ବର ୨୫ରେ ୧୭ ଲକ୍ଷ ୮୫ ହଜାର ୯୪୧ ଟଙ୍କା ର ଟେଣ୍ଡର କରାଯାଇଛି। ସେହି ୨୫ରେ ଆଉ ଏକ ୪ ଲକ୍ଷ ୮୮ ହଜାର ୨୭୨ ଟଙ୍କାର ଗୁପ୍ତ ଟେଣ୍ଡର ହୋଇଥିବା ସୂଚନା ମିଳିଛି।୨୦୨୧ ଡିସେମ୍ବର ୧୦ରେ ୪ ଲକ୍ଷ ୭୩ ହଜାର ୧୬୨ , ୩ ଲକ୍ଷ ୩୨ ହଜାର ୩୯୯ ଟଙ୍କା, ଗୁପ୍ତ ଟେଣ୍ଡର ହୋଇଥିବା ବେଳେ ୨୦୨୨ ଜାନୁୟାରୀ ୯ରେ ୭୭ ହଜାର ୯୬୪ ଟଙ୍କା ବ୍ୟୟ ବରାଦ କରାଯାଇଛି। ପୁନର୍ବାର ୨୦୨୨ଜାନୁଆରୀ ୧୦ରେ ୪ ଲକ୍ଷ ୮୨ ହଜାର ୫୫୧ ଟଙ୍କା , ମାର୍ଚ୍ଚ ୨୧ରେ ୯୪ ହଜାର ୩୨୭ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି।
୨୦୨୧ ନଭେମ୍ବରରୁ ଟେଣ୍ଡର ପ୍ରକ୍ରିୟା ପରେ ୧୫ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଯାହାର ଅବଧି ମାର୍ଚ୍ଚରେ ଶେଷ ହେଉଛି। ଟେଣ୍ଡର ପ୍ରକ୍ରିୟା ପରେ ଗୁପ୍ତ ଟେଣ୍ଡର ହୋଇଥିବା ନେଇ ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟର ସନ୍ଦେହ ସୃଷ୍ଟି ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ ହେଲେ ବହୁ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସାଧାରଣ ରେ ଆଲୋଚନା ଜୋର ଧରିଛି। ଏ ନେଇ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି ଗୁପ୍ତ ଟେଣ୍ଡର କିଛି ନୁହେଁ , ରାସ୍ତା ମରାମତି ପାଇଁ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଇଛି। ଯଦି ଟେଣ୍ଡର ନେଇଥିବା ଠିକାଦାର କାର୍ଯ୍ୟ ଠିକ୍‌ ନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି...

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri