Posted inଖେଳ

ଅର୍ଶଦ, ସୁମିତଙ୍କ ଶତକ, ଦେବାଶିଷ, ଗୌତମଙ୍କୁ ୫ ଉଇକେଟ

ଭୁବନେଶ୍ୱର,୨୩ା୩ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟସ୍ତରୀୟ କଳାହାଣ୍ଡି କପ୍‌ କ୍ରିକେଟରେ ବୁଧବାର ସମ୍ବଲପୁର, କିଟ୍‌, ବୌଦ୍ଧ, କୋରାପୁଟ ଓ ବଲାଙ୍ଗୀର ବିଜୟ ହାସଲ କରିଛନ୍ତି। ବରଗଡର ସୁମିତ କେ. ରାୟ ଓ କୋରାପୁଟର ଅର୍ଶଦ କିଶୋର ଶତକ ମାରିଥିବା ବେଳେ ବୌଦ୍ଧର ଦେବାଶଷ ବାଘ ଓ ସୋନପୁରର ଗୌତମ ଦାସ ୫ ଉଇକେଟ ସଫଳତା ହାସଲ କରିଛନ୍ତି। ରେଭେନ୍ସା ଗ୍ରାଉଣ୍ଡ-୧ରେ ଖେଳାଯାଇଥିବା ମ୍ୟାଚରେ ଟୁକୁନା ସାହୁଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ସମ୍ବଲପୁର ୬୬ ରନ୍‌ରେ ଅନୁଗୁଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସମ୍ବଲପୁର ୩୮ ଓଭରରେ ୯ ଉଇକେଟରେ ୨୦୧ ରନ୍‌ କରିଥିଲା।

ସୟଦ ଜାକି ୫୮ ରନ୍‌ କରିଥିବା ବେଳେ ମିଲନ ସାମଲ ୩ ଓ ଟୁକୁନା ସାହୁ ୨ ଉଇକେଟ ନେଇଥିଲେ। ଜବାବରେ ଟୁକୁନାଙ୍କ ୭୧ ରନ୍‌ ସତ୍ତ୍ୱେ ଅନୁଗୁଳ ୩୧.୪ ଓଭରରେ ୧୩୫ ରନରେ ଅଲଆଉଟ ହୋଇଥିଲା। ସମ୍ବଲପୁର ପକ୍ଷରୁ ରାହୁଲ ବିଶ୍ୱକର୍ମା ୪ ଉଇକେଟ ନେଇଥିଲେ। ସନ୍‌ସାଇନ୍‌ ଗ୍ରାଉଣ୍ଡରେ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚରେ କିଟ୍‌ ୮୪ ରନ୍‌ରେ ବରଗଡକୁ ପରାସ୍ତ କରିଛି। ସୁଦର୍ଶନ ରାଉତଙ୍କ ୮୯ ଓ ଅନୀଶ ରାଉତଙ୍କ ୫୪ ରନ୍‌ ବଳରେ କିଟ୍‌ ୫୦ ଓଭରରେ ୮ ଉଇକେଟରେ ୩୩୦ ରନ୍‌ କରିଥିଲା। ଜବାବରେ ସୁମିତ୍‌ କେ. ରାୟଙ୍କ ୧୦୦ ରନ୍‌ ସତ୍ତ୍ୱେ ବରଗଡ ୯ ଉଇକେଟରେ ୨୪୬ ରନ୍‌ କରିଥିଲା। ଆଦର୍ଶପୁର ଗ୍ରାଉଣ୍ଡରେ ବୌଦ୍ଧ ୭ ଉଇକେଟରେ ନବରଙ୍ଗପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ନବରଙ୍ଗପୁର ୧୧୪ ରନରେ ଅଲଆଉଟ ହୋଇଥିଲେ। ବୌଦ୍ଧର ଦେବାଶିଷ ୩୦ ରନ୍‌ରେ ୬ ଉଇକେଟ ନେଇଥିଲେ। ଜବାବରେ ବୌଦ୍ଧ ୨୧.୫ ଓଭରରେ ୩ ଉଇକେଟ ହରାଇ ୧୧୬ ରନ୍‌ କରିଥିଲା।

ଏମ୍‌ଜିଏମ୍‌ ଗ୍ରାଉଣ୍ଡରେ କୋରାପୁଟ ୧୦୩ ରନ୍‌ରେ ସୋନପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କୋରାପୁଟ ଅର୍ଶଦଙ୍କ ୧୧୨ ରନ୍‌ ବଳରେ ୫୦ ସଭରରେ ୮ ଉଇକେଟରେ ୨୭୬ ରନ୍‌ କରିଥିଲା। ସୋନପୁରର ଗୌତମ ଦାସ ୫୭ ରନ୍‌ରେ ୫ ଉଇକେଟ ନେଇଥିଲେ। ଜବାବରେ ଚିନ୍ମୟ ପଣ୍ଡାଙ୍କ ୪ ଉଇକେଟ ସଫଳତା ବଳରେ ସୋନପୁର ୧୭୩ ରନ୍‌ରେ ଅଲଆଉଟ ହୋଇଥିଲା। ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳା ଯାଇଥିବା ମ୍ୟାଚରେ ବଲାଙ୍ଗୀର ୯୮ ରନ୍‌ରେ ଦେବଗଡକୁ ପରାସ୍ତ କରିଛି। ଡି ଗୌରବଙ୍କ ୫୮ ରନ୍‌ ବଳରେ ବଲାଙ୍ଗୀର ୯ ଉଇକେଟରେ ୨୩୪ ରନ୍‌ କରିଥିଲା। ଦେବଗଡ ୩୪.୫ ଓଭରରେ ୧୩୬ ରନ୍‌ରେ ସୀମିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri