ଓ୍ବାର୍କିଂ ଓମେନ୍‌ ହଷ୍ଟେଲ ହେବ କୁକୁର ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର, ୨୦।୩ (ବ୍ୟୁରୋ): ରାଜଧାନୀରେ ଗାଈଗୋରୁ ସାଙ୍ଗକୁ ବୁଲା କୁକୁରଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ପଡିଲେଣି ସହରବାସୀ। ବିଶେଷକରି କୁକୁରମାନେ ହଠାତ୍‌ ଚଳନ୍ତା ଗାଡ଼ି ସମ୍ମୁଖକୁ ଆସି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଥିସହ ଅନେକ କୁକୁର କାମୁଡ଼ାରେ ମଧ୍ୟ ଶିକାର ହେଉଛନ୍ତି। ଏପରିକି ବିଗତ ଦିନରେ କୁକୁର କାମୁଡ଼ାକୁ ନେଇ ଭୁବନେଶ୍ୱରରେ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବିପଦରୁ ସହରବାସୀଙ୍କୁ ସୁରକ୍ଷା ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗାଇଡ୍‌ଲାଇନ୍‌ ଅନୁଯାୟୀ ଗୋରୁଙ୍କ ଭଳି କୁକୁରମାନଙ୍କୁ କୌଣସି ଗୋଟିଏ ସ୍ଥାନରେ ଆବଦ୍ଧ କରି ରଖାଯାଇ ପାରିବ ନାହିଁ। ସେମାନଙ୍କୁ କେବଳ ଏବିସି (ଆନିମଲ ବାର୍ଥ କଣ୍ଟ୍ରୋଲ) ପ୍ରୋଗ୍ରାମ ମାଧ୍ୟମରେ ନିୟନ୍ତ୍ରଣ କରାଯାଇ ପାରିବ। ତେଣୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦେଉଛି ବିଏମ୍‌ସି। ମାତ୍ର ଦୈନିକ ଯେତିକି ସଂଖ୍ୟକ କୁକୁରଙ୍କ ଅସ୍ତ୍ରୋପଚାର ହେବା କଥା ତାହା ହୋଇପାରୁ ନାହିଁ। କୁକୁର ବନ୍ଧ୍ୟାକରଣକୁ ବ୍ୟାପକ କରିବା ଲାଗି ଏକ ସ୍ବତନ୍ତ୍ର ହସ୍ପିଟାଲ କରିବା ପାଇଁ ଯୋଜନା କରିଛି। ପ୍ରଥମେ ଏହା ଅସ୍ଥାୟୀ ଭାବେ ମଞ୍ଚେଶ୍ୱରଠାରେ ଖୋଲିବ। ସେଠାରେ ଥିବା ବିଏମ୍‌ସିର ଓ୍ବାର୍କିଂ ଓ୍ବିମେନ୍‌ ହଷ୍ଟେଲ ଗତ ୧୦ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଛି। ୩ମହଲା ବିଶିଷ୍ଟ ଏହି ହଷ୍ଟେଲ୍‌ର ମରାମତି କରିବା ପରେ ଏଠାରେ କୁକୁରଙ୍କ ପାଇଁ ହସ୍ପିଟାଲ କରାଯିବ। ଅସ୍ତ୍ରୋପଚାର ଗୃହ ସହିତ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ। ମେ ମାସ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ନୂତନ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାପରେ ଦିନକୁ ୧୫୦ କୁକୁରଙ୍କ ଅସ୍ତ୍ରୋପଚାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏବେ ଜାଗା ଅଭାବରୁ ଓ୍ବାର୍ଡ ଓ୍ବାରି କୁକୁରଙ୍କୁ ଶହୀଦନଗରକୁ ଅଣାଯାଇ ପାରୁନାହିଁ। କେବଳ ଯେଉଁ ସ୍ଥାନରେ ଅଧିକ କୁକୁର ଥିବା ଅଭିଯୋଗ ଆସୁଛି, ସେଠାରୁ କୁକୁରଙ୍କୁ ଅଣାଯାଉଛି। ମାତ୍ର ନୂତନ ହସ୍ପିଟାଲ ହେବା ପରେ ପ୍ରତି ଓ୍ବାର୍ଡରୁ କୁକୁରଙ୍କୁ ଆଣି ନିୟମିତ ଭାବେ ଅସ୍ତ୍ରୋପଚାର କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ସହରରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ବୁଲା କୁକୁର ଥିବାବେଳେ ମାସରେ ୧ହଜାର କୁକୁରଙ୍କ ବନ୍ଧ୍ୟାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ମାତ୍ର ଭେଟେରିନାରି ହସ୍ପିଟାଲରେ ଏକ ସମୟରେ ମୋଟ୍‌ ୧୨୦ଟି କୁକୁର ରହିପାରିବାର ବ୍ୟବସ୍ଥା ରହିଛି। ସେଥି ମଧ୍ୟରୁ ୨୦/୨୫ଟି ଆହତ ବା ରୋଗଗ୍ରସ୍ତ କୁକୁରଙ୍କ ପାଇଁ ରହୁଛି। ଗୋଟିଏ କୁକୁରର ଅସ୍ତ୍ରୋପଚାର କରି ତାକୁ ଛାଡିବା ପାଇଁ ପ୍ରାୟ ୩ଦିନ ସମୟ ଲାଗିଥାଏ। ତେଣୁ ମାସକରେ ୫ରୁ ୬ଶହ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇ ପାରୁଛି। ଫଳରେ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଅପରପକ୍ଷେ ଭୁବନେଶ୍ୱରକୁ ରାବିଜ୍‌ ଫ୍ରି ବା କୁକୁର କାମୁଡ଼ା ରୋଗୀମୁକ୍ତ ସହର ଭାବେ ପରିଣତ କରିବା ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଥିବାବେଳେ ଏହି ନୂତନ ହସ୍ପିଟାଲ ଏଥିରେ ମଧ୍ୟ ସହାୟକ ହୋଇ ପାରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କାର, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri