ଖରାଦିନ ପାଇଁ ଦହି: ବୃଦ୍ଧି ପାଇଥାଏ ରୋଗପ୍ରତିରୋଧକ ଶକ୍ତି

ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ତେବେ ଏକ ସର୍ବେକ୍ଷଣ ଅନୁଯାୟୀ, ଖରାଦିନେ ଯଦି ପ୍ରତ୍ୟେହ କିଛିକିଛି ଦହି ଖିଆଯାଏ, ତା’ହେଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କାରଣ ଏଥିରେ ରହିଛି ଏମିତି କିଛି ଗୁଣକାରୀ ତତ୍ତ୍ୱ; ଯାହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ୍‌ କରିବା ସଙ୍ଗେସଙ୍ଗେ ଆମ ସ୍ବାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଦାନ୍ତ ଓ ହାଡ଼ ପାଇଁ ବି ଦହି ଖାଇବା ଉତ୍ତମ। ଶରୀରରେ କୋଲେଷ୍ଟ୍ରୋଲ୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ବି ଦହି ସାହାଯ୍ୟ କରେ। ତେଣୁ ଯେଉଁମାନେ ଓଜନ କମାଇବା ପାଇଁ ଚାହୁଁଥାନ୍ତି, ତାଙ୍କ ପାଇଁ ଦହିର ସେବନ ଭଲ ପରିଣାମ ଦେଇଥାଏ। ଏଥିସହିତ ଖରାଦିନେ ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଖରାଦିନେ ପ୍ରଚୁର ଗରମ ଯୋଗୁ ଶରୀରରୁ ଜଳୀୟ ଅଂଶ କମିଯାଇ ଆମକୁ ଥକ୍କା ଲାଗିଥାଏ। ଏ କ୍ଷେତ୍ରରେ ଯଦି ପ୍ରତିଦିନ ଦହି ସରବତ୍‌ କିମ୍ବା ଦହି ପଖାଳ ଖିଆଯାଏ, ତା’ହେଲେ ଶରୀରରେ ଜଳୀୟ ଅଂଶ ନିୟନ୍ତ୍ରଣରେ ରହିବା ସହ ଆମକୁ ତାଜା ଅନୁଭବ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ବର୍ଷ ଶେଷରେ ଶତ୍ରୁ ବନେଇବେ ବୃଷ-ମକର, ହେବ ଆର୍ଥିକ କ୍ଷତି! ନୂଆବର୍ଷବେଳକୁ କାଙ୍ଗାଳ ହୋଇଯିବେ ୪ରାଶି

ଗ୍ରହମାନଙ୍କର ରାଜକୁମାର ବୁଧ ଡିସେମ୍ୱର ୨୯ ତାରିଖରେ ଧନୁ ରାଶିରେ ପ୍ରବେଶ କରୁଛନ୍ତି। ବୁଧ ଜାନୁଆରୀ ୧୭, ୨୦୨୬ ପର୍ଯ୍ୟନ୍ତ ସେଠାରେ ରହିବ। ବୁଧଙ୍କ ଭ୍ରମଣ...

ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଛୋଟ ଅଳେଇଚ, ଶରୀରରେ ହେବ…

ଅଳେଇଚ ରୋଷେଇ ଘରେ ବ୍ୟବହୃତ ଏକ ବିଶେଷ ମସଲା। ଯାହା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ ବରଂ ଅନେକ ସ୍ୱାସ୍ଥ୍ୟ ଲାଭ ମଧ୍ୟ...

ଆଜି ଏହି 3 ରାଶି ଉପରେ ରହିବ ଶନିଦେବଙ୍କ କୃପା, ଆସିବ ଖୁସିର ସମୟ

ନୂଆଦିଲ୍ଲୀ,୨୦ା୧୨: ଆଜି ଏକ ସ୍ପଷ୍ଟ ଭାବପ୍ରବଣ ଏବଂ ମାନସିକ ପରିବର୍ତ୍ତନର ସଙ୍କେତ ଦେଉଛି। ଶୁକ୍ର ଧନୁ ରାଶିରେ ପ୍ରବେଶ କରିବା ଏବଂ ଚନ୍ଦ୍ର ସେଠାରେ ପୂର୍ବରୁ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ଶରୀରର କେଉଁ କେଉଁ ଭାଗରେ ଥିବା କଳାଜାଇ ଖୋଲେ ପୂର୍ୱଜନ୍ମର ରହସ୍ୟ, ସତ ଜାଣିଲେ…

ଲୋକଙ୍କ ଶରୀରରେ ବାର୍ଥମାର୍କ ରହିଥାଏ। ଏହାକୁ ଏକ ସାଧାରଣ ଘଟଣା ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଚିହ୍ନଗୁଡ଼ିକର ଜ୍ୟୋତିଷଶାସ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଜଣେ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri