ଗାଡ଼ି ରଖି ଛୁ’

ଅନୁଗୋଳ ଅଫିସ,୧୮ା୩: ନୂଆ ରୂପ ନେଉଛି ଅନୁଗୋଳ। ବଦଳୁଛି ସହରର କଳେବର। ସହରବାସୀଙ୍କ ଯାତାୟାତ ସୁଗମ ଲାଗି ଜବରଦଖଲ ଉଚ୍ଛେଦ ଚାଲିଛି। ରାତାରାତି ଚଉଡ଼ା ହେଉଛି ବ୍ୟସ୍ତବହୁଳ ରାସ୍ତା। ହେଲେ ଏହି ପ୍ରଶସ୍ତ ସଡ଼କରେ ଗମନାଗମନ କରିବା ସହଜ ହେଉନାହିଁ। କାରଣ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାକୁ କବ୍‌ଜା କରୁଛନ୍ତି ଗାଡ଼ି ମାଲିକ ଏବଂ ଡ୍ରାଇଭର। ଏଭଳି ବେଆଇନ ପାର୍କିଂ କାରଣରୁ ସୃଷ୍ଟି ହେଉଛି ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଜରୁରୀ କାର୍ଯ୍ୟରେ ବାହାରି ଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଫସିରହୁଛନ୍ତି। ପୋଲିସ, ପୌର ପ୍ରଶାସନ ଏବଂ ପରିବହନ ବିଭାଗ ପକ୍ଷରୁ ଏଭଳି ବେଆଇନ ପାର୍କିଂ କରୁଥିବା ଗାଡ଼ି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ଅନୁଗୋଳ ସହରାଞ୍ଚଳରେ ଜନସଂଖ୍ୟା ବଢୁଛି। ଏଥିସହିତ ଗାଡ଼ି ଚାଳକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ହେଲେ ସର୍ବସାଧାରଣ ସ୍ଥାନରେ ବେପରୁଆ ପାର୍କିଂକୁ ନେଇ ଏବେ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ସ୍ଥାନୀୟ ବାଳସୁଧାର ଗୃହ ପାଖରୁ ଅମଲାପଡ଼ା ରାସ୍ତା ଏବଂ ଡିଆଇସି ଛକ ଯାଏ ରାସ୍ତାର ଦୁଇ ପାର୍ଶ୍ୱରେ ସକାଳୁ ରାତି ଯାଏ ଶହଶହ ସଂଖ୍ୟାରେ ଗାଡ଼ି ବେଆଇନ ଭାବେ ପାର୍କିଂ କରାଯାଉଛି। ଫଳରେ ଏହି ଦୁଇ ବ୍ୟସ୍ତବହୁଳ ସଡ଼କ ମାତ୍ରାଧିକ ସଂକୀର୍ଣ୍ଣ ହୋଇପଡୁଛି। ବାଳସୁଧାର ଗୃହ ନିକଟରୁ ଡିଆଇସି ଛକକୁ ସଂଯୋଗ କରୁଥିବା ରାସ୍ତାର ପୌରପାଳିକା କଲୋନୀ ନିକଟରେ ବିଜୁ ଉଦ୍ୟାନ ରହିଛି। ସେଠାରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଚଳପ୍ରଚଳ କରିଥାନ୍ତି। ହେଲେ ଏଭଳି ବେଆଇନ ପାର୍କିଂ ସେମାନଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲିଦେଉଛି। ସାମାନ୍ୟ ଅନ୍ୟମନସ୍କ ହେଲେ ଧନଜୀବନ ହାନି ହେବାର ଆଶଙ୍କା ଏଡ଼ାଇ ଦିଆଯାଇପାରୁନାହିଁ। ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ବାଳସୁଧାର ଗୃହଠାରୁ ଅମଲାପଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ। ଏହି ସଡ଼କର ଉଭୟ ପାର୍ଶ୍ୱରେ ବହୁ ଆବାସିକ କାର୍ଯ୍ୟାଳୟ, ସରକାରୀ କୋଠା ରହିଛି। ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ଗଢ଼ିଉଠିଛି। ହେଲେ ରାସ୍ତାପାର୍ଶ୍ୱରେ ଗାଡ଼ିଚାଳକମାନେ ମନଇଚ୍ଛା ଗାଡ଼ି ଛିଡ଼ା କରି ବ୍ୟକ୍ତିଗତ କାମରେ ପଳାଉଥିବାରୁ ସହରବାସୀ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏଭଳି ବେଆଇନ ପାର୍କିଂ ମୁଖ୍ୟ ସଡ଼କରୁ ବାହାରି ଏବେ ଗଳିକନ୍ଦିକୁ ବ୍ୟାପିଲାଣି, ଯାହା ସାଧାରଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି।
ଏ ସମ୍ପର୍କରେ ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ କୁହନ୍ତି, ଏଭଳି ଘଟଣା ନଜରକୁ ଆସିଛି। ବେଆଇନ ଭାବେ ପାର୍କିଂ ହେଉଥିବା ଗାଡ଼ିଗୁଡ଼ିକ ଚିହ୍ନଟ କରାଯିବ। ନିୟମ ଭାଙ୍ଗୁଥିବା ଗାଡ଼ି ମାଲିକଙ୍କୁ ପ୍ରଥମେ ନୋଟିସ୍‌ ଦେଇ ତାଗିଦା କରାଯିବ। ତଥାପି ନ ସୁଧୁରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବସ୍‌ ଡ୍ରାଇଭରଙ୍କୁ ବୁଦ୍ଧି ଶିଖାଇଲେ ଅଧିକାରୀ

ନିକଟରେ ସହରର ଜଣେ ପ୍ରଶାସନିକ ଅଧିକାରୀ ଏଭଳି ବେଆଇନ ପାର୍କିଂ ଯୋଗୁ ଘରକୁ ଯିବାକୁ ବାଟ ପାଇ ନ ଥିଲେ। କାରଣ ସମ୍ପୃକ୍ତ ଅଧିକାରୀଙ୍କ ଘର ସମ୍ମୁଖରେ ଏକ ବସ୍‌ ପାର୍କିଂ ହୋଇଥିଲା। ହେଲେ ଏହାର ଡ୍ରାଇଭରଙ୍କ ଦେଖା ମିଳି ନ ଥିଲା। ଦୀର୍ଘ ସମୟ ଧରି ଛିଡ଼ା ହେବା ପରେ ଡ୍ରାଇଭରଙ୍କୁ ବୁଦ୍ଧି ଶିଖାଇବାକୁ ଅଧିକାରୀଜଣକ ଗାଡ଼ିର ଚାବି ବାହାର କରି ନେଇଯାଇଥିଲେ ଏବଂ ଡ୍ରାଇଭର ପହଞ୍ଚତ୍ବା ପରେ ତାଙ୍କୁ ତାଗିଦା କରି ଛାଡ଼ିଥିଲେ। ଏଭଳି ବହୁ ଘଟଣା ପ୍ରତିଦିନ ଘଟୁଛି। ହେଲେ ପରିବହନ ବିଭାଗ, ପୋଲିସ କିମ୍ବା ପୌର ପ୍ରଶାସନ ଏ ଦିଗରେ ସାମାନ୍ୟତମ ନିଘା ରଖୁନାହିଁ। ତେଣୁ ବେଆଇନ ପାର୍କିଂ ସମସ୍ୟା ଦିନକୁ ଦିନ ଅଣାୟତ୍ତ ହେଉଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri