‘ଇନ୍‌କ୍ରେଡେବୁଲ୍‌ ଜୁଏଲେରି ସେଲ୍‌ ଅଫ୍‌ ଦ ଇୟର’

ନୂଆଦିଲ୍ଲୀ,୧୭।୩:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଆକର୍ଷଣୀୟ ଅଫରର ଶୁଭାରମ୍ଭ କରାଯାଇଛି। ବିଶେଷକରି ପ୍ରତିଷ୍ଠାନ ତା’ର ପୃଷ୍ଠପୋଷକମାନଙ୍କ ପାଇଁ ବର୍ଷର ଅଭୂତପୂର୍ବ ଅଳଙ୍କାର ସେଲ୍‌ ବା ‘ଇନ୍‌କ୍ରେଡେବୁଲ୍‌ ଜୁଏଲେରି ସେଲ୍‌ ଅଫ୍‌ ଦ ଇୟର’ର ଆୟୋଜନ କରିଥିବା ଜଣାପଡିଛି। ଉକ୍ତ ସେଲ ଜରିଆରେ ଅଳଙ୍କାରପ୍ରେମୀମାନଙ୍କୁ ତାଙ୍କର ସମସ୍ତ ପ୍ରିୟ ଅଳଙ୍କାର ଉପରେ ଆକର୍ଷଣୀୟ ରିହାତି ଅଫର୍‌ ଉପଭୋଗ କରିବାର ସୁଯୋଗ ମିଳିଥାଏ। ଏପରିକି ଗ୍ରାହକମାନେ ବର୍ତ୍ତମାନ ସୁନା, ହୀରା, ରତ୍ନ ପଥର ଏବଂ ରୁପା ଅଳଙ୍କାର ସମେତ ସମସ୍ତ ଅଳଙ୍କାରର ଗଢ଼ା ମଜୁରି ଉପରେ ସିଧାସଳଖ ୫୦%ର ରିହାତି ଉପଭୋଗ କରିପାରିବେ। ଅପରପକ୍ଷରେ ବିସ୍ପୋକ୍‌ ଅଳଙ୍କାର ସମ୍ମାନର ସମୁଦାୟ ପରିସର ସହିତ ଅଫର ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଅଳଙ୍କାର କିଣିବାର ଅନୁଭୂତିକୁ ଆନନ୍ଦମୟ ଓ ସ୍ମରଣୀୟ କରିବ। ଏ ସମ୍ପର୍କରେ ଜୟଆଲୁକ୍ଳାସ୍‌ ଇଣ୍ଡିଆ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସ୍‌ କହିଛନ୍ତି, ଆମ୍ଭେମାନେ ଅଭୂତପୂର୍ବ ଅଳଙ୍କାର କିଣାକିଣି ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଆମ ପୃଷ୍ଠପୋଷକମାନେ ଏ ବିଷୟରେ ନିଶ୍ଚିତ ରହିପାରିବେ। ଆମର ଲକ୍ଷ୍ୟ ହେଉଛି ସେମାନଙ୍କର ପ୍ରତିଟି ଆବଶ୍ୟକତା ପୂରଣ କରିବା ପାଇଁ ସୂକ୍ଷ୍ନ ଓ ବ୍ୟାପକ ଅଳଙ୍କାରର ସମ୍ଭାର ଆଣିଦେବା। ଏହି ସେଲ୍‌ ଅବସରରେ ସମସ୍ତ ଅଳଙ୍କାରର ଗଢା ମଜୁରି ସିଧାସଳଖ ୫୦% ରିହାତି ମିଳୁଛି। ବିଶେଷକରି ଗ୍ରାହକମାନେ ନିକଟତମ ସ୍ବୟଂ ସମ୍ପୂର୍ଣ୍ଣ ଶୋ’ରୁମ୍‌କୁ ଯାଇପାରିବେ। ଯାହାର ବୈଶିଷ୍ଟ୍ୟ ହେଉଛି ସୁନ୍ଦର ପରିବେଶ, ପ୍ରିମିୟମ୍‌ ସୁବିଧା ଓ ଉତ୍ତମ ଗ୍ରାହକ ସେବା, ତାହା ସହିତ ଆକର୍ଷଣୀୟ ଅଫର୍‌ ସହ ଅଭୂତପୂର୍ଣ୍ଣ ଅଳଙ୍କାର କିଣାକିଣିର ଅନୁଭୂତି ଉପଭୋଗ କରିପାରିବେ। ଉଲ୍ଲେଖଯୋଗ୍ୟ, ଇନ୍‌କ୍ରେଡେବୁଲ୍‌ ଜୁଏଲେରି ସେଲ୍‌ ଅଫ୍‌ ଦ ଇୟର୍‌ର ଅଫର୍‌ ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ନ ଭାରତବ୍ୟାପୀ ସମସ୍ତ ଜୟଆଲୁକ୍କାସ୍‌ ଶୋ’ରୁମ୍‌ରେ ବୈଧ ରହିଛି। ଏହି ସ୍ବତନ୍ତ୍ର ଅଫର୍‌ ସହ ଜୟଲକ୍କାସ ଶୋ’ରୁମ୍‌ରେ କ୍ରୟ କରାଯାଇଥିବା ଯେ କୌଣସି ଅଳଙ୍କାର ନିମନ୍ତେ ଏକ ବର୍ଷର ମାଗଣା ବୀମା ଏବଂ ଆଜୀବନ ମାଗଣା ରକ୍ଷାଣାବେକ୍ଷଣା ସହିତ ସେମାନଙ୍କୁ ବାଏ ବ୍ୟାକ୍‌ ପ୍ରତିଶ୍ରୁତିର ଆଶ୍ୱାସନା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri