ହୋଣ୍ଡାର ନୂଆ ୧୦୦ସିସି ମୋଟରସାଇକେଲ ‘ସାଇନ୍‌ ୧୦୦’

ନୂଆଦିଲ୍ଲୀ,୧୬।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ’(ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂଆ ୧୦୦ସିସି ମୋଟରସାଇକେଲ ‘ସାଇନ୍‌ ୧୦୦’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ସହ ସବୁଠୁ ସୁଲଭ ଓ ଇନ୍ଧନ ମିତବ୍ୟୟୀ ହୋଇପାରିଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ,ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ସାରା ଭାରତର ଲୋକମାନଙ୍କ ପାଖରେ ଗମନାଗମନ ସୁବିଧା ଓ ସୁଲଭତା ପହଞ୍ଚାଇବା ଦିଗରେ ସାଇନ୍‌ ୧୦୦ ହେଉଛି ହୋଣ୍ଡାର ପରବର୍ତ୍ତୀ ବଡ଼ ପଦକ୍ଷେପ। ମୌଳିକ କମ୍ୟୁଟର ବର୍ଗରେ ଗ୍ରାହକମାନଙ୍କ ପାଇଁ ଏକ ସୁଦୃଢ଼, ଭରସାଯୋଗ୍ୟ ଓ ଇନ୍ଧନ ମିତବ୍ୟୟୀ ମୋଟରସାଇକେଲକୁ ଉପସ୍ଥାପନ କରି ଆମେ ଗର୍ବିତ।
ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ଅପରେଟିଂ ଅଫିସର (ବିକ୍ରି ଓ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଭାରତୀୟ ଗ୍ରାହକମାନଙ୍କ ଲାଗି ସମ୍ପୂର୍ଣ୍ଣ ନୂଆ ୧୦୦ସିସି ମୋଟରସାଇକେଲ ସାଇନ୍‌ ୧୦୦କୁ ଉନ୍ମୋଚନ କରି ଆମେ ଏକ ନୂଆ ଯାତ୍ରା ଆରମ୍ଭ କରିଛୁ। ଅପରପକ୍ଷରେ ନୂଆ ସାଇନ୍‌-୧୦୦ରେ ୧୦୦ ସିସିର ଓବିଡି ୨ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ରହିଛି, ଯେଉଁଥିରେ ଏନ୍‌ହାନ୍ସଡ୍‌ ସ୍ମାର୍ଟ ପାୱାର (ଇଏସ୍‌ପି) ସୁବିଧା ରହିଛି। ଏଥିରେ ପ୍ରୋଗ୍ରାମଡ୍‌ ଫୁଏଲ୍‌ ଇଞ୍ଜେକ୍ସନ (ପିଜିଏମ୍‌-ଏଫ୍‌ଆଇ),ଫ୍ରିକ୍ସନ ରିଡକ୍ସନ ଓ ସେଲେନୋଏଡ୍‌ ଭାଲ୍‌ଭ ରହିଛି। ଏଥିରେ ସାଇଡ୍‌ ଷ୍ଟାଣ୍ଡ୍‌ ସହିତ ଇଞ୍ଜିନ ଇନ୍‌ହିବିଟର, କମ୍ବି ବ୍ରେକ୍‌ ସିଷ୍ଟମ୍‌ (ସିବିଏସ୍‌) ସହ ଇକ୍ୱିଲାଇଭର, ୧୨୪୫ ଏମ୍‌ଏମ୍‌ର ହ୍ବିଲ୍‌ ବେସ୍‌, ୧୬୮ଏମ୍‌ଏମ୍‌ର ଗ୍ରାଉଣ୍ଡ୍‌ କ୍ଲିୟରାନ୍ସ ରହିଛି। ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସାଇନ୍‌ ୧୦୦ ଉପରେ ୩ ବର୍ଷର ସାଧାରଣ ଓ ୩ ବର୍ଷର ବିକଳ୍ପ ବର୍ଦ୍ଧିତ ୱାରେଣ୍ଟି ସମେତ ୬ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି। ୫ଟି ରଙ୍ଗ କଳା ସହିତ ରେଡ୍‌ ଷ୍ଟ୍ରାଇପ୍‌, ବ୍ଲାକ୍‌ ସହିତ ବ୍ଲୁ ଷ୍ଟ୍ରାଇପ୍‌, ବ୍ଲାକ୍‌ ସହିତ ଗ୍ରୀନ୍‌ ଷ୍ଟ୍ରାଇପ୍‌, ବ୍ଲାକ୍‌ ସହିତ ଗୋଲ୍‌ଡେନ୍‌ ଷ୍ଟ୍ରାଇପ୍‌ ଓ ବ୍ଲାକ୍‌ ସହିତ ଗ୍ରେ ଷ୍ଟ୍ରାଇପ୍‌ ରେ ସାଇନ୍‌ ୧୦୦ ଉପଲବ୍ଧ ହେବ। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୬୪,୯୦୦ ଟଙ୍କା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri