ସ୍କୁଲ୍‌ରେ ପଶି କଟୁରି ଚୋଟ

କେନ୍ଦୁଝର,୧୪ା୩(ସ୍ବ.ପ୍ର.):କେନ୍ଦୁଝର ସଦର ବ୍ଲକ୍‌ ଦନାର୍ଦ୍ଦନପୁର ପଞ୍ଚାୟତ ଭାଲିଆଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଙ୍କୁ ହାଣିବାକୁ ଗୋଡ଼ାଇଥିବା ବେଳେ କଟୁରି ଆକ୍ରମଣରେ ୨ଜଣ ଶିଶୁଙ୍କ ସମେତ ଜଣେ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ଏନେଇ ପ୍ରାଧାନ ଶିକ୍ଷୟିତ୍ରୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ସୋମବାର ମଧ୍ୟାହ୍ନ ୧୨ଟା ୪୫ରେ ସ୍କୁଲ ଚାଲିଥିବା ବେଳେ ଭାଲିଆଡ଼ିହି ଗ୍ରାମର ନାରଣ କାର୍ଜୀ ନାମକ ଯୁବକ ଏକ କଟୁରି ଧରି ସ୍କୁଲ ଭିତରେ ପ୍ରବେଶ କରିଥିଲେ। ଶିକ୍ଷୟିତ୍ରୀ ଝୁନୁ ବେହେରା ପଢ଼ାଉଥିବା ଶ୍ରେଣୀଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଛାତ୍ରୀଛାତ୍ର ଭୟରେ ଶ୍ରେଣୀ କକ୍ଷ ଛାଡ଼ି ଦୌଡ଼ି ପଳାଇଥିଲେ। ଯୁବକ ଛାତ୍ରୀଛାତ୍ରଙ୍କୁ ସ୍କୁଲ ହତାରେ ଗୋଡ଼ାଉଥିବା ବେଳେ ପ୍ରଥମ ଶ୍ରେଣୀର ଛାତ୍ରୀ ଶ୍ରୀମତୀ ଦେହୁରୀ ପଡ଼ିଯାଇଥିଲେ। ସେହି ସମୟରେ ନିଶାସକ୍ତ ଯୁବକ ତାଙ୍କ ପିଠିକୁ କଟୁରିରେ ଆକ୍ରମଣ କରିଥିଲେ। ଫଳରେ ଗଭୀର କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା। ତାଙ୍କୁ କାବୁ କରିବାକୁ ଉଦ୍ୟମ ବେଳେ ଶିକ୍ଷୟିତ୍ରୀ ବେହେରା ଆକ୍ରମଣର ଶିକାର ହୋଇଥିଲେ। ତୃତୀୟ ଶ୍ରେଣୀ ଛାତ୍ର ଅନିଲ ନାଏକଙ୍କୁ ମଧ୍ୟ ସେ ମାଡ଼ ମାରିବା ସହ କଟୁରିରେ ଆକ୍ରମଣ କରିଥିଲେ। ବିଦ୍ୟାଳୟର କେତେକ ସାମଗ୍ରୀ ଭାଙ୍ଗି ଦେଇଥିବା
ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।
ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖି ଅନ୍ୟ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀମାନେ ସ୍କୁଲରୁ ଦୌଡ଼ି ପଳାଇଥିଲେ। ଚିତ୍କାର ଶୁଣି ଗ୍ରାମବାସୀ ଆସିବା ଦେଖି ଯୁବକ ଜଣଙ୍କ ପଳାଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ରିତା ମୁର୍ମୁ ଏ ନେଇ ସଦର ପୋଲିସକୁ ସୂଚନା ଦେବା ସହ ଲିଖିତ ଏତଲା ଦେଇଛନ୍ତି। ସଦର ଥାନା ଅଧିକାରୀ ସୁଶାନ୍ତ ଦାଶ କହିଛନ୍ତି, ଅଭିଯୁକ୍ତଙ୍କୁ କାବୁ କରି ତଦନ୍ତ କରାଯାଉଛି। ବିଦ୍ୟାଳୟର ପାଚେରି ନ ଥିବାରୁ ସ୍କୁଲ ହତା ମଧ୍ୟକୁ ନିଶାସକ୍ତ ଯୁବକ ଅବାଧରେ ପ୍ରବେଶ କରୁଥିବା ଅଭିଭାବକ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri