ହାତୀ ଭୟ: ଖାଲି ହେଉଛି ଗାଁ

ଢେଙ୍କାନାଳ ଅଫିସ,୧୩ା୩: କି ଦିନ କି ରାତି, ଗାଁ ରାସ୍ତାରେ ପଲପଲ ହୋଇ ବୁଲୁଛନ୍ତି ହାତୀ। କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେବେ ଶୁଣ୍ଢରେ ଟେକି ନେଉଛନ୍ତି ଘରେ ସାଇତି ରଖାଯାଇଥିବା ଧାନ, ଚାଉଳ ବସ୍ତା। ରୋଷେଇ ଘରେ ହାଣ୍ଡିରେ ଥିବା ପଖାଳ ମଧ୍ୟ ସେମାନଙ୍କ ମୁହଁରେ ବାଦ୍‌ ପଡୁନାହିଁ। ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହୋଇଥିବାବେଳେ ଜୀବନ ବଞ୍ଚାଇବାକୁ ଛାତ ଉପରେ ଦିନ କାଟୁଛନ୍ତି ଢେଙ୍କାନାଳ ସଦର ରେଞ୍ଜ୍‌ ଅଧୀନ ବଲାଙ୍ଗିପାଟଣା ଜୁଆଙ୍ଗ ସାହିବାସୀ। କେବଳ ଏତିକି ନୁହେଁ, ଚାଳଘରେ ରହୁଥିବା ବହୁ ପରିବାର ନିକଟରେ ବିକଳ୍ପ ନ ଥିବାରୁ ସେମାନେ ଭିଟାମାଟି ଛାଡ଼ି ନିଜ ସମ୍ପର୍କୀୟଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି।
ଅଞ୍ଚଳବାସୀଙ୍କ କହିବା କଥା, ପ୍ରାୟ ମାସେ ହେଲା ଏକ ପଲରେ ୩୦ ହାତୀ ଜନବସତିରେ ଉପଦ୍ରବ ସୃଷ୍ଟି କରିଚାଲିଛନ୍ତି। ବାଡ଼ିବଗିଚାରେ ପଶି ଫସଲ ଉଜାଡ଼ି ଦେଉଛନ୍ତି। ଭୋର୍‌ ସମୟ ଏବଂ ସନ୍ଧ୍ୟାରେ ପ୍ରମୁଖ ରାସ୍ତାରେ ଡେରା ପକାଇ ରହୁଥିବାରୁ ଜରୁରୀ କାମରେ ଲୋକେ ବାହାରକୁ ଯାଇପାରୁନାହାନ୍ତି। ଏକପ୍ରକାର ଗୃହବନ୍ଦୀ ଅବସ୍ଥାରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ଘଉଡ଼ାଇବା ଲାଗି ସମସ୍ତ ଉଦ୍ୟମ ଫେଲ୍‌ ମାରିଲାଣି। ସମ୍ଭାବ୍ୟ ହାତୀମୃତ୍ୟୁ ଆଶଙ୍କା ଏଡ଼ାଇବାକୁ ବିଦ୍ୟୁତ୍‌ ବିଭାଗ ରାତିରେ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦେଉଛି। ଅନ୍ଧାରରେ ହାତୀଙ୍କ ଉପରେ ନଜର ରଖିବା ସମ୍ଭବପର ହେଉନାହିଁ। ଗତ ୧୦ ଦିନ ହେଲା ଉକ୍ତ ପଲରେ ଥିବା ହାତୀ ଅଧିକ ହିଂସ୍ର ଆଚରଣ ପ୍ରଦର୍ଶନ କରୁଛନ୍ତି। ତେଣୁ ଘରୁ ଗୋଡ଼କାଢ଼ିଲେ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଏ ସଂକ୍ରାନ୍ତରେ ବନ ବିଭାଗ ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଇବା ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ତେଣୁ ଉପଦ୍ରୁତ ଅଞ୍ଚଳବାସୀ ଜିଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଫେରାଦ ହୋଇଛନ୍ତି। ହାତୀ ଉପଦ୍ରବ ରୋକିବା ଲାଗି ବନ ବିଭାଗ ପଦକ୍ଷେପ ନ ହେଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri