Odisha Elections 2024

ରାସ୍ତା ମରାମତି ନ ହେଲେ ଭୋଟ ବର୍ଜନ

ବୈଶିଙ୍ଗା,୧୧ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ରଘୁପୁର ପଞ୍ଚାୟତର ଖୁଣ୍ଟାପୁର ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ କରା ନ ଗଲେ ସ୍ଥାନୀୟ ଲୋକେ ଆସନ୍ତା ସାଧାରଣ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ୨୫ ବର୍ଷ ତଳେ ଖୁଣ୍ଟାପୁର ସ୍କୁଲ ଛକଠାରୁ ଗ୍ରାମ ଭିତର ଦେଇ ଅସ୍ତପୁରା ଗ୍ରାମକୁ ଦେଢ଼ କି.ମି. ଲମ୍ବର ପିଚୁ ରାସ୍ତାଟିଏ ନିର୍ମାଣ କରାଯାଇଥିଲା। କିଛି ବର୍ଷ ପରେ ପିଚୁ ଉଠିଯାଇ ଖାଲଖମାରେ ରାସ୍ତାଟି ପରିଣତ ହେଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କାର ଅର୍ଥ ମଞ୍ଜୁରୀ ହେବାପରେ ଗ୍ରାମାଞ୍ଚଳରେ ଏହା କିପରି କାର୍ଯ୍ୟକାରୀ ହେଉଛି, ଠିକାଦାର କିପରି କାର୍ଯ୍ୟ ସମ୍ପାଦନ କରୁଛି, ଚୁକ୍ତି ମୁତାବକ ପାଞ୍ଚବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ହେଉଛି କି ନାହିଁ, ଏ ସବୁ ଦେଖିବା ପାଇଁ ବିଭାଗୀୟ ଅଧିକାରୀଙ୍କ ପାଖରେ ସମୟ ନାହିଁ। ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗର ଉଚ୍ଚ ପଦାଧିକାରୀମାନେ କାର୍ଯ୍ୟାଳୟ ଆସୁ ନ ଥିବା ଯୋଗୁ ଗ୍ରାମବାସୀ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ରାସ୍ତାରେ ବଡ଼ବଡ଼ ମେଟାଲ ସବୁ ଉଠିଯାଇ ରାସ୍ତାରେ ଏଣେତେଣେ ବିଛୁଡି ହୋଇପଡ଼ିି ଥିବାରୁ ଗାଡି,ବାଇକ୍‌ ଚଳାଚଳ କରିବା ଦୂରର କଥା, ଖାଲି ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏହି ୨୫ ବର୍ଷ ମଧ୍ୟରେ ଅନେକ ସାଂସଦ, ବିଧାୟକ ଓ ସରପଞ୍ଚ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ନିଜର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରି ବିଦାୟ ନେଇ ସାରିଲେଣି, ମାତ୍ର ଏହି ରାସ୍ତା ପ୍ରତି କାହାରି ଦରଦ ଥିବା ଭଳି ପରିଲକ୍ଷିତ ହୋଇନାହିଁ। ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନା ଓ ବଡ଼ସାହି ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର ନିର୍ବାଚନ ପୂର୍ବରୁ ଓ ପରେ ଏହି ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପ୍ରତିଶ୍ରୁତିରେ ରହିଯାଇଛି। ବର୍ତ୍ତମାନର ଭାଜପା ବିଧାୟକ ସନାତନ ବିଜୁଳି ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତାର ଭାଗ୍ୟ ବଦଳି ନାହିଁ। ଏଣୁ ଜିଲାପାଳ ତୁରନ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଅତ୍ୟାବଶ୍ୟକ ହୋଇ ପଡିଛି। ରାସ୍ତା ମରାମତି ନ ହେଲେ ସଞ୍ଜୟ କୁମାର ମିଶ୍ର, ଭିକାରୀ ନାଥ, ଦୀପକ ରାଉଳ, ବିଜୟ ପ୍ରଧାନ, ଜୟନ୍ତ ପ୍ରଧାନ ପ୍ରମୁଖ ଅଞ୍ଚଳବାସୀ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

ଜବାଗଡ଼ ନଦୀଘାଟରେ ଡଙ୍ଗାବୁଡ଼ି ଘଟଣା: ଆଜି ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

କୋରାପୁଟ,୧୮ା୫(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଲାପୁଟ ପଞ୍ଚାୟତ ଜବାଗଡ଼ ନଦୀଘାଟରେ ଗତ ଗୁରବାର ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ସୁକୁ ପ୍ରଧାନୀ (୩୫)ଙ୍କ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହିଦିନ ଗଞ୍ଜାମ ଜିଲାରେ ଆସିକା ଲୋକ...

୩୪ ନଂ ଜୋନ୍‌ରେ କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟିକୁ ନେଇ ପ୍ରାର୍ଥୀଙ୍କ ଭୋଟ୍‌ ଭିକ୍ଷା

ହାଟଡିହୀ,୧୮।୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ୩୪ନଂ ଜୋନ୍‌ ଅଧୀନ ୭ଟି ପଞ୍ଚାୟତରେ ଭାଜପା ପକ୍ଷରୁ ନିର୍ବାଚନୀ ପ୍ରଚାର କରାଯାଇଛି।...

ଡଙ୍ଗା ତିଆରି କରୁଥିବା ସମୟରେ ଲାଗିଲା କରେଣ୍ଟ, ମତ୍ସ୍ୟଜୀବୀଙ୍କ ଜୀବନ ଗଲା

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଚିଲିକା କୂଳରେ ଡଙ୍ଗା ତିଆରି କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ,...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ଗଞ୍ଜାମରେ ବଢୁଛି ନିର୍ବାଚନୀ ହିଂସା, ଅଧିକ ପୋଲିସ ଫୋର୍ସ ମୁତୟନ

ଛତ୍ରପୁର,୧୮ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ବଢୁଛି ନିର୍ବାଚନୀ ହିଂସା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଆସିକା ଲୋକ ସଭା ଅଧୀନ ୭ ବିଧାନସଭା...

ଘରକୁ ଘର ବୁଲି ଭୋଟ୍‌ ପାଇଁ ନିବେଦନ କରୁଛନ୍ତି ପ୍ରାର୍ଥୀ

ହାଟଡିହୀ,୧୮ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ପନ୍ଦାଡ଼ୋ ଏବଂ ଆନନ୍ଦପୁର ବ୍ଲକର ଶାଳବଣୀ ସହ ଆନନ୍ଦପୁର ମ୍ୟୁନିସିପାଲିଟିରେ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri