‘କୃଷି କ୍ଷେତ୍ରରେ ବିକଳ୍ପ ଯୋଜନା ପ୍ରସ୍ତୁତ ଆବଶ୍ୟକ’

କଟକ ଅଫିସ, ୪ା୩: ଜନହିତକର କାର୍ଯ୍ୟ ନିର୍ବାହ ପୂର୍ବରୁ ତାହାର ଆନୁଷଙ୍ଗିକ ଦିଗକୁ ଧ୍ୟାନ ଦେବା ଆବଶ୍ୟକ। ଏଥିସହ କାର୍ଯ୍ୟଶୈଳୀର ଅନୁଶୀଳନ ଓ ପ୍ରଗତିକୁ ତୁଳନାତ୍ମକ ବିଚାର କଲେ କାର୍ଯ୍ୟଧାରାରେ ପରିବର୍ତ୍ତନ ଅଣାଯାଇପାରିବ। ଜିଲା ପରିଷଦର ସଭ୍ୟାସଭ୍ୟମାନେ ସ୍ଥାନୀୟ ବିଧାୟକଙ୍କ ସହିତ ସମନ୍ବୟ ରକ୍ଷା କରି ବିକାଶ ଧାରାକୁ ପର୍ଯ୍ୟାପ୍ତ କରିବାର ସମୟ ଉପନୀତ ହୋଇଛି ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଜିଲା ପରିଷଦର ନବୀକରଣ ସମ୍ମିଳନୀ କକ୍ଷକୁ ମନ୍ତ୍ରୀ ସ୍ବାଇଁ ଶୁକ୍ରବାର ଉଦ୍‌ଘାଟନ କରିଥିଲେ। ଏହାପରେ ଉକ୍ତ ସମ୍ମିଳନୀ କକ୍ଷରେ କଟକ ଜିଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନ୍ତ୍ରୀ ସ୍ବାଇଁ ଅତିଥି ଭାବେ ଯୋଗଦେଇ କହିଥିଲେ, ଜନପ୍ରତିନିଧିମାନେ ଯୋଜନାଗୁଡ଼ିକର ବ୍ୟୟ ଅଟକଳ ସମ୍ବନ୍ଧରେ ସବିଶେଷ ଜ୍ଞାନ ଆହରଣ କରିବା ଉଚିତ୍‌। ଫଳରେ ଯୋଜନାକୁ ସଫଳ ଭାବରେ ପ୍ରଣୟନ କରିବାରେ ବାଧା ଉପୁଜିବ ନାହିଁ। ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ବ୍ୟୟ କରିବାର ବ୍ୟବସ୍ଥା କରିଛନ୍ତି। କୃଷି କ୍ଷେତ୍ରରେ ବିକଳ୍ପ ଯୋଜନା ପ୍ରସ୍ତୁତ କରିବାକୁ ସମସ୍ତ କର୍ତ୍ତୃପକ୍ଷ ଏକ ପ୍ରକାର ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ତେଣୁ ଏ କ୍ଷେତ୍ରରେ ବିକଳ୍ପ ଯୋଜନା ପ୍ରସ୍ତୁତ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ରାସ୍ତାଘାଟ ନିର୍ମାଣ ଓ ବିଜୁ ସେତୁ ଯୋଜନା ମାଧ୍ୟମରେ ସଂଯୋଗୀକରଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ସେ କହିଥିଲେ।
ଜିଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ପ୍ରମୋଦ କୁମାର ମଲ୍ଲିକ କହିଥିଲେ, ଗ୍ରାମାଞ୍ଚଳର ବିକାଶ ପାଇଁ ଜିଲା ପରିଷଦ ଏକ ପ୍ରମୁଖ ପ୍ରତିଷ୍ଠାନ। ନଳକୂପ ମରାମତି, ପାଇପ ଲାଇନ ତଥା ପାଣି ଟାଙ୍କି ନିର୍ମାଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଚନ୍ଦ୍ରସାରଥି ବେହେରା, ପ୍ରଶାନ୍ତ କୁମାର ବେହେରା, ଦେବୀ ରଞ୍ଜନ ତ୍ରିପାଠୀ, ଜିଲା ପରିଷଦ ଉପ ସଭାପତି ସୁଭଦ୍ରା ଦାସ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମ୍ବର କୁମାର କର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ବୈଠକରେ ଗ୍ରାମ୍ୟ ଉନ୍ନୟନ, ଜଳ ଯୋଗାଣ ଓ ପରିମଳ, ଜଳସେଚନ, ଉଠା ଜଳସେଚନ, ସ୍ବାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ଓ ସ୍ବଚ୍ଛତା ଶିକ୍ଷା, କୃଷି, ଆଲୋକୀକରଣ ସମ୍ବନ୍ଧରେ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଆଶିଷ କୁମାର ସାହୁ, ଦେବାଶିଷ ଷଡଙ୍ଗୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟ, ଜିଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri